Categories: ଜାତୀୟ

ଲୋନ୍‌ ନ ଦେବାରୁ ବ୍ୟାଙ୍କ ଜାଳି ଦେଲେ

ହାଭେରି(କର୍ନାଟକ),୧୧।୧: ଲୋନ ଆପ୍ଲିକେଶନ ପ୍ରତ୍ୟାଖ୍ୟାନ ଯୋଗୁ ଉତ୍ତ୍ୟକ୍ତ ହୋଇ ଜଣେ ବ୍ୟକ୍ତି ବ୍ୟାଙ୍କ୍‌ ଜାଳି ଦେଇଛନ୍ତି। ଏଭଳି ଘଟଣା ରବିବାର କର୍ନାଟକର ହାଭେରି ଜିଲାରେ ଘଟିଛି।

କାଜିନେଲି ଥାନାରେ ୪୩୬, ୪୭୭, ୪୩୫ ଦଫାରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ପୋଲିସ ଅଧିକାରୀଙ୍କ ଅନୁଯାୟୀ, ଅଭିଯୁକ୍ତ ବ୍ୟାଙ୍କରୁ ଲୋନ ଚାହୁଁଥିଲେ। ସେ ବ୍ୟାଙ୍କରେ ଲୋନ ପାଇଁ ଆବେଦନ ମଧ୍ୟ କରିଥିଲେ। କିନ୍ତୁ ସେ ପ୍ରଦାନ କରିଥିବା କାଗଜପତ୍ର ଯାଞ୍ଚ ପରେ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲା ବ୍ୟାଙ୍କ।

Share