Categories: ଜାତୀୟ

ନୂଆ ବର୍ଷ ପାଇଁ କର୍ନାଟକରେ ଜାରି ହେଲା ଗାଇଡ୍‌ଲାଇନ୍‌

ବେଙ୍ଗାଲୁରୁ,୨୬।୧୨: କରୋନା ଭାଇରସ୍‌ ସଂକ୍ରମଣ ପୁଣି ଥରେ ଲୋକଙ୍କ ଚିନ୍ତା ବଢ଼ାଇଛି। ଚାଇନାରେ ବିଗୁଡ଼ୁଥିବା ପରିସ୍ଥିତିକୁ ଦେଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାପରେ କର୍ନାଟକ ସରକାର ମଧ୍ୟ ସତର୍କ ହୋଇ ନୂଆ ବର୍ଷ ପାଇଁ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। କରୋନା ସଙ୍କଟକୁ ଦୃଷ୍ଟିରେ ରଖି କର୍ନାଟକ ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁଯାୟୀ ନୂତନ ବର୍ଷ କେବଳ ରାତି ଗୋଟାଏ ପର୍ଯ୍ୟନ୍ତ ପାଳନ କରାଯାଇପାରିବ। ଏତଦ୍‌ବ୍ୟତୀତ ବର୍ତ୍ତମାନ ରାଜ୍ୟର ଅନେକ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ସେମାବାର ଏନେଇ କର୍ନାଟକ ସ୍ବାସ୍ଥ୍ୟମନ୍ତ୍ରୀ କେ.ସୁଧାକର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ, କେବଳ ସତର୍କ ରହିବା ଆବଶ୍ୟକ। ଏଥିସହ ସିନେମା ହଲ୍‌, ସ୍କୁଲ ଏବଂ କଲେଜ ଭିତରେ ମଧ୍ୟ ମାସ୍କ ବାଧ୍ୟତାମୂଳକ କରାଯାଇଛି। ସେହିପରି ପବ୍‌, ରେଷ୍ଟୁରାଣ୍ଟ ଏବଂ ବାରରେ ନୂତନ ବର୍ଷ ପାଳନ କରିବା ପାଇଁ ମାସ୍କ ବାଧ୍ୟତାମୂଳକ ରହିବ। ଏହା ରାତି ୧ଟା ପୂର୍ବରୁ ଶେଷ ହେବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।

Share