Categories: ଜାତୀୟ

ହିଜାବ ବ୍ୟାନ ନିର୍ଦ୍ଦେଶକୁ ହଟାଇଲେ କର୍ନାଟକ ସରକାର

ବେଙ୍ଗାଲୁରୁ,୨୨।୧୨: କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଶୁକ୍ରବାର ଏକ ବଡ ଘୋଷଣା କରିଛନ୍ତି। ସେ କର୍ନାଟକରେ ହିଜାବ ବ୍ୟାନକୁ ହଟାଇ ଦେଇଛନ୍ତି। ଭାଜପା ସ୍କୁଲ ଓ କଲେଜରେ ବ୍ୟାନ କରିଥିବା ହିଜାବକୁ କଂଗ୍ରେସ ସରକାର ସିଦ୍ଧରମେୟା ହଟାଇ ଦେଇଛନ୍ତି। ସେ କହିଛନ୍ତି,‘ପସନ୍ଦରେ କପଡ଼ା ପିନ୍ଧିବା ସମସ୍ତଙ୍କର ନିଜସ୍ବ ଅଧିକାର’।

୨୦୨୨ରେ ତତ୍କାଳୀନ ଭାଜପା ସରକାର ସ୍କୁଲ ଓ କଲେଜରେ ହିଜାବ ବ୍ୟାନ କରିଥିଲେ ଯାହାକୁ ହଟାଇବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସିଦ୍ଧରମେୟା । ‘ପ୍ରଧାନମନ୍ତ୍ରୀଙ୍କ
ସବକା ସାଥ ସବକା ବିକାଶ କଥା ମିଛ। ଭାଜପା ପୋଷାକ ଓ ଜାତି ଆଧାରରେ ଲୋକ
ଏବଂ ସମାଜକୁ ଭାଗ କରୁଛି’ ବୋଲି ସିଦ୍ଧରମେୟା କହିଛନ୍ତି।

ସୂଚନାଯୋଗ୍ୟ, ଫେବୃଆରୀ ୨୦୨୨ରେ, ଉଡୁପିର ଏକ ସରକାରୀ କଲେଜ ଶ୍ରେଣୀଗୃହରେ ହିଜାବକୁ ନିଷିଦ୍ଧ କରାଯାଇଥିଲା । ଏହାପରେ ଆଉ କିଛି ଶିକ୍ଷାନୁଷ୍ଠାନ ଏହାକୁ ଅନୁସରଣ କରିଥିଲେ । ତତ୍କାଳୀନ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଏସବୁ କୁ ଦୃଷ୍ଟିରେ ରଖି ସ୍କୁଲ-କଲେଜ କ୍ୟାମ୍ପସରୁ ହିଜାବକୁ ବ୍ୟାନ କରିଥିଲେ। କିନ୍ତୁ କଂଗ୍ରେସ ସରକାର ଆସିବା ପରେ ଚଳିତ ବର୍ଷ ଅକ୍ଟୋବର ମାସରେ ଛାତ୍ରୀଛାତ୍ରଙ୍କୁ ପରୀକ୍ଷା ହଲ୍‌ରେ ହିଜାବ ପିନ୍ଧି ଆସିବାକୁ ଅନୁମତି ଦେଇଥିଲେ।

Share