Posted inଜାତୀୟ

ହିଜାବ ବ୍ୟାନ ନିର୍ଦ୍ଦେଶକୁ ହଟାଇଲେ କର୍ନାଟକ ସରକାର

ବେଙ୍ଗାଲୁରୁ,୨୨।୧୨: କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଶୁକ୍ରବାର ଏକ ବଡ ଘୋଷଣା କରିଛନ୍ତି। ସେ କର୍ନାଟକରେ ହିଜାବ ବ୍ୟାନକୁ ହଟାଇ ଦେଇଛନ୍ତି। ଭାଜପା ସ୍କୁଲ ଓ କଲେଜରେ ବ୍ୟାନ କରିଥିବା ହିଜାବକୁ କଂଗ୍ରେସ ସରକାର ସିଦ୍ଧରମେୟା ହଟାଇ ଦେଇଛନ୍ତି। ସେ କହିଛନ୍ତି,‘ପସନ୍ଦରେ କପଡ଼ା ପିନ୍ଧିବା ସମସ୍ତଙ୍କର ନିଜସ୍ବ ଅଧିକାର’।

୨୦୨୨ରେ ତତ୍କାଳୀନ ଭାଜପା ସରକାର ସ୍କୁଲ ଓ କଲେଜରେ ହିଜାବ ବ୍ୟାନ କରିଥିଲେ ଯାହାକୁ ହଟାଇବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସିଦ୍ଧରମେୟା । ‘ପ୍ରଧାନମନ୍ତ୍ରୀଙ୍କ
ସବକା ସାଥ ସବକା ବିକାଶ କଥା ମିଛ। ଭାଜପା ପୋଷାକ ଓ ଜାତି ଆଧାରରେ ଲୋକ
ଏବଂ ସମାଜକୁ ଭାଗ କରୁଛି’ ବୋଲି ସିଦ୍ଧରମେୟା କହିଛନ୍ତି।

ସୂଚନାଯୋଗ୍ୟ, ଫେବୃଆରୀ ୨୦୨୨ରେ, ଉଡୁପିର ଏକ ସରକାରୀ କଲେଜ ଶ୍ରେଣୀଗୃହରେ ହିଜାବକୁ ନିଷିଦ୍ଧ କରାଯାଇଥିଲା । ଏହାପରେ ଆଉ କିଛି ଶିକ୍ଷାନୁଷ୍ଠାନ ଏହାକୁ ଅନୁସରଣ କରିଥିଲେ । ତତ୍କାଳୀନ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ଏସବୁ କୁ ଦୃଷ୍ଟିରେ ରଖି ସ୍କୁଲ-କଲେଜ କ୍ୟାମ୍ପସରୁ ହିଜାବକୁ ବ୍ୟାନ କରିଥିଲେ। କିନ୍ତୁ କଂଗ୍ରେସ ସରକାର ଆସିବା ପରେ ଚଳିତ ବର୍ଷ ଅକ୍ଟୋବର ମାସରେ ଛାତ୍ରୀଛାତ୍ରଙ୍କୁ ପରୀକ୍ଷା ହଲ୍‌ରେ ହିଜାବ ପିନ୍ଧି ଆସିବାକୁ ଅନୁମତି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ନୂଆ ପାଓ୍ବାର: ଏବେ ଆମେରିକୀୟ ଡଲାରେ ରହିବ ତାଙ୍କ ଦସ୍ତଖତ, ଜାଣନ୍ତୁ ପୂର୍ବରୁ କିଏ କରୁଥିଲେ…

ଓ୍ବାଶିଂଟନ,୨୭ା୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ପାଓ୍ବାର ବଢ଼ିଛି। ଏଣିକି ଆମେରିକୀୟ ଡଲାରରେ ଟ୍ରମ୍ପଙ୍କ ଦସ୍ତଖତ ରହିବ। ଏହା ଆମେରିକାର ସ୍ବାଧୀନତାର ୨୫୦ତମ ବାର୍ଷିକୀ ପାଳନ…

ଚର୍ଚ୍ଚାରେ ପାକିସ୍ତାନ କ୍ରିକେଟ ବୋର୍ଡ, PSLକୁ ନେଇ ନେଲା ଏମିତି ନିଷ୍ପତ୍ତି ସାରା ବିଶ୍ୱ ଚକିତ

ଇସଲାମାବାଦ,୨୭।୩: ପାକିସ୍ତାନ ସୁପର ଲିଗ (PSL)ର ଚଳିତ ସିଜିନରେ କିଛି ଭିନ୍ନ ଘଟଣା ଘଟିଛି। PSL 2026 ଶୁକ୍ରବାରଠାରୁ ଆରମ୍ଭ ହୋଇଛି, ଏବଂ ଏହି ଲିଗ ଏହାର…

ରାମନବମୀରେ ବିରଳ ସଂଯୋଗ, ଏହି ୩ ରାଶିର ଖୋଲିବ ଭାଗ୍ୟ

୨୭ ମାର୍ଚ୍ଚ ୨୦୨୬, ପ୍ରେମ ଏବଂ ସମ୍ପର୍କ ଦୃଷ୍ଟିରୁ ବିଶେଷ ଦିନ ହେବାକୁ ଯାଉଛି । ଆଜି ସାରା ଦେଶରେ ରାମନବମୀ ପାଳନ ହେଉଥିବା ବେଳେ ଅନେକ…

ପ୍ରଭୁ ରାମଙ୍କ ସୂର୍ଯ୍ୟାଭିଷେକ: ଦେଖିବାକୁ ପ୍ରବଳ ଭିଡ଼

ନୂଆଦିଲ୍ଲୀ,୨୭।୩: ରାମ ନବମୀ ଅବସରରେ ଅଯୋଧ୍ୟାରେ ଭକ୍ତଙ୍କ ସୁଅ ଛୁଟିଛି। ସକାଳୁ ସକାଳୁ ପ୍ରଭୁ ରାମଙ୍କୁ ସ୍ନାନ କରାଯାଇଥିଲା ଏବଂ ଆକର୍ଷଣୀୟ ପୋଷାକ ପିନ୍ଧି ସଜ୍ଜିତ କରାଯାଇଥିଲା।…

କ୍ଲାସ୍‌ରୁମ୍‌ରେ ଛାତ୍ରୀଙ୍କୁ ପ୍ରେମ ନିବେଦନ କଲେ ପ୍ରଫେସର, ତା’ପରେ ଯାହା ଘଟିଲା… କ୍ୟାମ୍ପସରେ ହଇଚଇ

ବେଙ୍ଗାଲୁରୁ,୨୭।୩: ବେଙ୍ଗାଲୁରୁ ଗ୍ରାମୀଣ ଜିଲାର ଟି. ବେଗୁରରେ ଥିବା ଶ୍ରୀ ସିଦ୍ଧାର୍ଥ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ରିସର୍ଚ୍ଚ ସେଣ୍ଟରରେ ବୁଧବାର ଏକ ଅଜବ ଏବଂ…

ଇରାନକୁ ବୋକା ବନାଉଛି ଆମେରିକା? ବୁଝନ୍ତୁ ଟ୍ରମ୍ପଙ୍କ ଡବଲ ଗେମ

ଓ୍ବାଶିଂଟନ,୨୭।୩: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ତୀବ୍ରତର ହେଉଛି। ଏହି ସମୟରେ, ଆମେରିକାର ରଣନୀତି ଉପରେ ନଜର ରଖାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାତାର…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇ ଏମିତି କହିଦେଲେ ମୁଖ୍ୟମନ୍ତ୍ରୀ: ଗୁଜବ ଉପରେ…

ଭୁବନେଶ୍ୱର,୨୭।୩: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ୍ସସାଇଜ ଡ୍ୟୁଟି ହ୍ରାସ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଏହି ନିଷ୍ପତ୍ତି ଲୋକଙ୍କୁ ଆଶ୍ୱସ୍ତି ଦେବ।…

ଯୁବତୀଙ୍କ ଗାଡ଼ିକୁ ସାଇଡ୍‌ କରିଦେଲେ ଯୁବକ, ରାଗି କି ଯୁବତୀ ଯାହା କଲେ ଭିଡିଓ ଦେଖିଲେ…

ଜୟପୁର,୨୭ା୩: ଜୟପୁରର ରାସ୍ତାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଯାହା ଦେଖିବା ପରେ ଲୋକେ ସ୍ତବ୍ଧ ହୋଇଯାଇଛନ୍ତି। ଛୋଟ ଛୋଟ ରାସ୍ତା ବିବାଦ କିମ୍ବା ସାଇଡ୍‌-ଷ୍ଟେପିଂ ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri