Categories: ଜାତୀୟ

ହିଜାବ ମାମଲାର ଆଜି ଶୁଣାଣି, ବେଙ୍ଗାଲୁରୁ ସମେତ କିଛି ଜିଲାରେ ୧୪୪ଧାରା ଜାରି, ସ୍କୁଲ କଲେଜ ବନ୍ଦ

ବେଙ୍ଗାଲୁରୁ,୧୫ ।୩: ହିଜାବ ବିବାଦକୁ ନେଇ କର୍ନାଟକ ହାଇକୋର୍ଟ ମଙ୍ଗଳବାର ଶୁଣାଣି କରିବେ । ମୁସଲମାନ ଝିଅମାନେ ସ୍କୁଲ, କଲେଜରେ ହିଜାବ ପିନ୍ଧିବାକୁ ନେଇ କୋର୍ଟରେ ସକାଳ ପ୍ରାୟ ୧୦ଟା ୩୦ ସୁଦ୍ଧା ଶୁଣାଣି କରାଯିବ । ତେବେ ଶୁଣାଣି ପୂର୍ବରୁ ୨୧ ମାର୍ଚ୍ଚ ପର୍ଯ୍ୟନ୍ତ ସମସ୍ତ ସଭା, ଆନ୍ଦୋଳନ, ବିରୋଧ ଅବା ସମାରୋହ ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଛି । ଏହି ମାମଲାର ଶୁଣାଣିକୁ ଦୃଷ୍ଟିରେ ରଖି ସୋମବାର ସନ୍ଧ୍ୟା ୮ଟାରୁ ମାର୍ଚ୍ଚ ୧୯ ସକାଳ ୬ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି । ଜିଲାର ସମସ୍ତ ଶିକ୍ଷାନୁଷ୍ଠାନ ୧୫ ମାର୍ଚ୍ଚ ଅଥାତ୍ ମଙ୍ଗଳବାର ବନ୍ଦ ରହିବ । ବେଲଗାମ ଓ ଚିକ୍କବଲ୍ଲାପୁରାେରେ ବି ୧୪୪ଧାରା ଜାରି କରାଯାଇଛି ।

Share