Categories: ଜାତୀୟ

ବାଲ୍ୟ ବିବାହ ମାମଲା କର୍ନାଟକରେ ସର୍ବାଧିକ

ନୂଆଦିଲ୍ଲୀ,୧୯।୯: ଗତବର୍ଷ ଅପେକ୍ଷା ଦେଶରେ ଖୁବ୍‌ ବୃଦ୍ଧି ପାଇଛି ବାଲ୍ୟ ବିବାହ ମାମଲା। ଏହା ଦର୍ଶାଇଛି ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନ୍‌ସିଆର୍‌ବି)ର ୨୦୨୦ ରିପୋର୍ଟ।

ବାଲ୍ୟ ବିବାହ ଆଇନ ଅନୁସାରେ, ବିବାହ ଲାଗି ଜଣେ ଯୁବକଙ୍କ ବୟସ ୨୧ ବର୍ଷ ଓ ଯୁବତୀଙ୍କ ବୟସ ୧୮ ବର୍ଷ ହେବା ଦରକାର। ଏହି ବାଲ୍ୟ ବିବାହ ନିଷେଧ ଆଇନ ଅଧୀନରେ ପୂରା ଦେଶରେ ପଞ୍ଜୀକୃତ ହୋଇଛି ୭୮୫ ମାମଲା। ୨୦୧୯ରେ ୫୨୩ ମାମଲା ପଞ୍ଜୀକୃତ ହୋଇଥିଲା। ତେବେ କର୍ନାଟକରୁ ଆସିଛି ସର୍ବାଧିକ ୧୮୪ଟି ବାଲ୍ୟ ବିବାହ ଆଇନ ଉଲ୍ଲଂଘନ ମାମଲା। ଏହି ରାଜ୍ୟ ପଛକୁ ରହିଛନ୍ତି ଆସାମ (୧୩୮) ଓ ପଶ୍ଚିମବଙ୍ଗ (୯୮) ଭଳି ରାଜ୍ୟ।

Share