Posted inଜାତୀୟ

କେତେ ସ୍ଥାନୀୟ ଲୋକଙ୍କୁ ଦେଇଛ ନିଯୁକ୍ତି ? ବହୁଦେଶୀୟ କମ୍ପାନୀକୁ ପ୍ରଶ୍ନ କଲେ ରାଜ୍ୟ ସରକାର

ନୂଆଦିଲ୍ଲୀ,୨୧।୨: ବହୁଦେଶୀୟ କମ୍ପାନୀ ଗୁଡିକ କେତେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି ତାହାକୁ ନୋଟିସ ବୋର୍ଡରେ ଦର୍ଶାଇବାକୁ କହିଛନ୍ତି ରାଜ୍ୟ ସରକାର। ସମସ୍ତ କ୍ଷେତ୍ରର କମ୍ପାନୀ ଗୁଡିକ ଏକ ନୋଟିସ ବୋର୍ଡ଼ରେ ଏହାକୁ ଦର୍ଶାଇବାକୁ ପଡିବ ବୋଲି କୁହାଯାଇଛି। ତେବେ ବର୍ତମାନ ପାଇଁ ଆଇଟି କ୍ଷେତ୍ରରେ ଥିବା କମ୍ପାନୀ ଗୁଡିକୁ ଏହା କୁହାଯାଇନାହିଁ। ଏ ବିଷୟରେ କମ୍ପାନୀ ସାହିତ୍ୟ ଆଲୋଚନା ପରେ ନିଷ୍ପତି ନିଆଯିବ ବୋଲି କହିଛନ୍ତି କର୍ଣ୍ଣାଟକର ସଂସ୍କୃତି ମନ୍ତ୍ରୀ ଶିବରାଜ ଟାଙ୍ଗାଡାଗୀ।

ବୁଧବାର ବିଧାନସଭାରେ କନ୍ନଡ ଭାଷା ବିକାଶ(ବିଲ୍) ଆଲୋଚନା ସମୟରେ ସେ ଏହି ସୂଚନା ଦେଇଛନ୍ତି। ରାଜ୍ୟରେ ୬୦ ପ୍ରତିଶତ ବିଜ୍ଞାପନ ବୋର୍ଡ କନ୍ନଡ ଭାଷାରେ ରହିବ ଏବଂ ରାଜ୍ୟବ୍ୟାପୀ କନ୍ନଡ ଭାଷାର ପ୍ରସାର ପ୍ରଚାର କରାଯିବ।

ସେ କହିଛନ୍ତି, “ଶିଳ୍ପଗୁଡିକ ସେମାନେ ନିୟୋଜିତ ସ୍ଥାନୀୟ କର୍ମଚାରୀଙ୍କ ସଂଖ୍ୟା ନୋଟିସ ବୋର୍ଡରେ ଲଗାଉଛନ୍ତି କି ନାହିଁ ନିଶ୍ଚିତ କରିବାକୁ ଏକ ଆଲୋଚନା ହୋଇଛି। ଆମେ ଏଥିପାଇଁ ନିୟମ ପ୍ରସ୍ତୁତ କରିବୁ। ଏକ କମିଟି ଗଠନ କରାଯାଇଛି ଏବଂ ମୁଁ ଏହାର ଚେୟାରମ୍ୟାନ୍, ଆମର ଅନେକ ବିଭାଗର ସଚିବ ଅଛନ୍ତି। ଏବଂ ସେମାନେ ପରାମର୍ଶ ଦେଇଛନ୍ତି। ଆମେ ଶିଳ୍ପ ଏବଂ ବହୁଦେଶୀୟ କମ୍ପାନୀ ପାଇଁ ନିୟମ ବିଷୟରେ ଆଲୋଚନା କରିବୁ ଏବଂ ଏହି ନିୟମ ଗଠନ କରିବୁ। ”

ଏହା କରିବାରେ ଯଦି କୌଣସି କମ୍ପାନୀ ବିଫଳ ହୁଅନ୍ତି, ତେବେ ତାଙ୍କର ଲାଇସେନ୍ସ ବାତିଲ କରାଯାଇପାରେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଯୁବତୀଙ୍କୁ ବିବାହ କଲେ ୨ ଭାଇ: ଏହି ଜିଲାର ପରମ୍ପରା ବିଷୟରେ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମହାଭାରତ ଯୁଗରେ ଦ୍ରୌପଦୀ ପାଞ୍ଚ ଭାଇଙ୍କୁ ବିବାହ କରିଥିଲେ ଏବଂ ସେ ପାଞ୍ଚ ଭାଇଙ୍କ ସହିତ ସମୟ ବିତାଉଥିଲେ। କିନ୍ତୁ ଆଜିର ସମୟରେ, ଯଦି କେହି...

କୋରମ ଅଭାବରୁ ଆରମ୍ଭ ହୋଇପାରୁନି ଜିଲାପରିଷଦ ବୈଠକ, ୧୯ ସଭ୍ୟ ଅନୁପସ୍ଥିତ

ନୟାଗଡ଼,୧୮ା୭(ଲୋକନାଥ ମିଶ୍ର): କୋରମ ଅଭାବରୁ ଆରମ୍ଭ ହୋଇପାରୁନି ନୟାଗଡ଼ ଦଶମ ଜିଲା ପରିଷଦ ବୈଠକ। ୨୨ ଜିଲା ପରିଷଦ ସଭ୍ୟ ମଧରୁ ୧୯ ସଭ୍ୟ ଅନୁପସ୍ଥିତ...

ଯୌତୁକ ନିର୍ଯାତନାରେ ମହିଳାଙ୍କ ଆତ୍ମହତ୍ୟା: ହାତ, ଗୋଡ଼, ପେଟରେ ଲେଖିଲେ ଦୁଃଖଦ ସୁଇସାଇଡ ନୋଟ

ନୂଆଦିଲ୍ଲୀ,୧୮।୭: ଉତ୍ତରପ୍ରଦେଶର ବାଘପତରେ ଯୌତୁକ ନିର୍ଯାତନାର ଶିକାର ହୋଇ ଜଣେ ୨୮ ବର୍ଷୀୟା ମହିଳା ଆତ୍ମହତ୍ୟା କରିଛନ୍ତି। ମଙ୍ଗଳବାର ରାତିରେ ମନୀଷା ନାମକ ଏହି ମହିଳା...

ଟିକା ନେଇ ଅସୁସ୍ଥ ହୋଇପଡ଼ିଲେ ୬ ଛାତ୍ରୀଛାତ୍ର, ହସ୍ପିଟାଲରେ ଭର୍ତ୍ତି

ଦାରିଙ୍ଗବାଡ଼ି,୧୮ା୭(ଅରୁଣ ସାହୁ): ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଓ ବିଭିନ୍ନ ରୋଗରୁ ସୁରକ୍ଷା ମିଳିବା ନେଇ ସରକାର ବିଭିନ୍ନ ବିଦ୍ୟାଳୟରେ ଟିକାକରଣ ବ୍ୟବସ୍ଥା କରିଛନ୍ତି। କିନ୍ତୁ...

ଥାଇଲ୍ୟାଣ୍ଡରେ ବୌଦ୍ଧ ଭିକ୍ଷୁଙ୍କ ଯୌନ କେଳେଙ୍କାରୀ: ‘ମିସ୍‌ ଗଲ୍ଫ’ ନାମକ ମହିଳାଙ୍କ ବ୍ଲାକମେଲିଂ ରାକେଟରେ ହଇଚଇ

ବ୍ୟାଙ୍କକ,୧୮ା୭: ଥାଇଲ୍ୟାଣ୍ଡରେ ଏକ ବିଶାଳ ଯୌନ କେଳେଙ୍କାରୀ ପ୍ରକାଶ ପାଇଛି, ଯାହା ଦେଶର ବୌଦ୍ଧ ଧର୍ମୀୟ ପ୍ରତିଷ୍ଠାନକୁ ବିବାଦରେ ଟାଣି ଆଣିଛି। ଜଣେ ମହିଳା, ଯିଏ...

BCCI ଉପରେ ଖାଲି ଟଙ୍କା ବର୍ଷା: ଶାହାଙ୍କ ପୁଅ କରିଦେଲେ କମାଲ୍‌

ନୂଆଦିଲ୍ଲୀ,୧୮।୭: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ବିଶ୍ୱର ସବୁଠାରୁ ଧନୀ କ୍ରିକେଟ ବୋର୍ଡ ମଧ୍ୟରେ ଗଣାଯାଏ। ଏହା ପଛରେ ଇଣ୍ଡିଆନ ପ୍ରିମିୟର ଲିଗ (IPL)ର...

ସୋନିଆ ଗାନ୍ଧୀଙ୍କ ଜ୍ୱାଇଁଙ୍କର ୩୬ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ବାଜ୍ୟାପ୍ତି: ରାହୁଲ କହିଲେ ମୋ ଭିଣୋଇ…

ନୂଆଦିଲ୍ଲୀ,୧୮।୭: ଜମି କାରବାରରେ ହେର୍‌ଫେର ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ ତଥା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ...

ଆସୁଛି ପୁଣି ଏକ ବଡ଼ ଲଘୁଚାପ: ୨୪ ତାରିଖ ବେଳକୁ…

ଭୁବନେଶ୍ୱର,୧୮।୭: ଆସୁଛି ଆଉ ଏକ ବଡ଼ ଲଘୁଚାପ। ଉତ୍ତର ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ୨୪ ତାରିଖ ବେଳକୁ ଲଘୁଚାପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri