Posted inଜାତୀୟ

କର୍ନାଟକ ସ୍କୁଲର ମଧ୍ୟାହ୍ନ ଭୋଜନରେ ସାମିଲ ହେବ ଅଣ୍ଡା

ବେଙ୍ଗାଲୁରୁ,୧୩।୪: କେତେକ ଧାର୍ମିକ ଗୋଷ୍ଠୀ ଏବଂ ସମ୍ପ୍ରଦାୟର ବିରୋଧ ସତ୍ତ୍ୱେ ମଧ୍ୟ କର୍ନାଟକରେ ମଧ୍ୟାହ୍ନ ଭୋଜନରେ ଅଣ୍ଡାକୁ ସାମିଲ କରାଯାଇପାରେ। ଆଗାମୀ ଏକାଡେମିକ ସେସନରେ ଭାଜପା ସରକାର ଏହାକୁ ଆରମ୍ଭ କରିପାରନ୍ତି। ଭାଜପା ସରକାର ଏକ ପାଇଲଟ ପଦକ୍ଷେପ ଉପରେ କାର୍ଯ୍ୟ କରୁଛନ୍ତି। ଯେଉଁଥିରେ ଶିଶୁଙ୍କୁ ପୁଷ୍ଟିହୀନତାରୁ ରକ୍ଷା କରିହେବ। ଏଥିପାଇଁ ଡିସେମ୍ବର ୨୦୨୧ରୁ ମାର୍ଚ୍ଚ ୨୦୨୨ ମଧ୍ୟରେ ଉତ୍ତର କର୍ନାଟକର ୭ଟି ପଛୁଆ ଜିଲାରେ ଅଣ୍ଡା ଦିଆଯାଇଥିଲା। ତେବେ ଯେଉଁମାନେ ଅଣ୍ଡା ଖାଆନ୍ତିନାହିଁ ସେମାନଙ୍କୁ ଫଳ କିମ୍ବା ଅନ୍ୟାନ୍ୟ ବିକଳ୍ପ ଦିଆଯିବ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି। ସରକାରଙ୍କ ଏହି ନିଷ୍ପତ୍ତିକୁ ଅନେକ ସମ୍ପ୍ରଦାୟ ବିରୋଧ କରିଥିଲେ। ତଥାପି, ଛାତ୍ର ଓ ଅଭିଭାବକମାନଙ୍କଠାରୁ ମିଳିଥିବା ସକରାତ୍ମକ ପ୍ରତିକ୍ରିୟା ପରେ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ସରକାର ନିର୍ଣ୍ଣୟ ନେଇଛନ୍ତି। ଏହି ପ୍ରସ୍ତାବ ଚୂଡ଼ାନ୍ତ ହେବା ପରେ କ୍ୟାବିନେଟରେ ଉପସ୍ଥାପନ କରାଯିବ। ତେବେ ଅଣ୍ଡାର ମୂଲ୍ୟ ସରକାର ବହନ କରିବେ ବୋଲି ଜଣାପଡ଼ିଛି। କ୍ୟାବିନେଟରୁ ଅନୁମୋଦନ ମିଳିବା ପରେ କନର୍ର୍ାଟକ ଭାଜପା ଶାସନର ପ୍ରଥମ ରାଜ୍ୟ ହେବ, ଯେଉଁଠାରେ ସ୍କୁଲର ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ଅଣ୍ଡା ସାମିଲ ହେବ। ମିଳିଥିବା ଖବର ଅନୁଯାୟୀ, ଗୋଟିଏ ଦିନ ଛାଡ଼ି ଛାତ୍ରମାନଙ୍କୁ ସ୍କୁଲରେ ଅଣ୍ଡା ଦିଆଯିବ। ଯଦିଓ ଆମେ ଏହି ଯୋଜନାକୁ ସମଗ୍ର ରାଜ୍ୟରେ ଏକାଥରକେ କାର୍ଯ୍ୟକାରୀ କରିବାକୁ ଅସମର୍ଥ ହେବୁ ତେବେ ଏହି ତାଲିକାରେ ଅଧିକ ଜିଲାକୁ ଯୋଡାଯିବ ବୋଲି ରାଜ୍ୟସରକାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Read more

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ଫାଇନାନ୍ସ କମ୍ପାନୀ ମ୍ୟାନେଜରଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ: ସୁନା ଚେନ୍‌ ଛଡାଇ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଆଙ୍କୋରଡ଼ା ଗାଁ ନିକଟରେ ଥିବା କ୍ରସର ୟୁନିଟରୁ ପଶ୍ଚିମବଙ୍ଗ କୋଲକତାସ୍ଥିତ ସିଭିଲ କୋର୍ଟଙ୍କ ଆଦେଶ କ୍ରମେ କୋବେଲକୋ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

ଯୁଦ୍ଧ ଭିତରେ ଆମେରିକାରେ ରାଷ୍ଟ୍ରପତି ପଦ ଛାଡିବେ ଟ୍ରମ୍ପ? ନିଜେ କହିଦେଲେ…

ଓ଼୍ବାଶିଂଟନ,୭।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଆସିଛି। ସେ ଦାବି କରିଛନ୍ତି ଯେ ସେ…

ଇରାନ ଯୁଦ୍ଧ ମଧ୍ୟରେ ବଡ଼ ଘୋଷଣା କଲେ ପାକ୍‌ ପ୍ରଧାନମନ୍ତ୍ରୀ, ଲୋକେ ଛାନିଆ!

ଇସଲାମାବାଦ,୭।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ପରଠାରୁ, ଦକ୍ଷିଣ ଏସୀୟ ଏବଂ ୟୁରୋପୀୟ ଦେଶଗୁଡ଼ିକ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର…

ତାଣ୍ଡବ ରଚିଲା କାଳବୈଶାଖୀ: ଉଡିଲା ଘର ଛପର, ଭାଙ୍ଗିଲା ବଡ଼ ବଡ଼ ଗଛ

ତୁମୁଡିବନ୍ଧ,୭।୪ (ଦୀପକ କୁମାର ପରାସେଠା): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କୁର୍ତମଗଡ ପଞ୍ଚାୟତ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚାଇଥିବାର ଗତକାଲି ଦେଖିବାକୁ ମିଳିଛି l ସୂଚନା ଅନୁସାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri