Categories: ଜାତୀୟ

ମୋତେ ବିଶ୍ୱାସ କଲାନି ଭାଜପା: ଜଗଦୀଶ

ବେଙ୍ଗାଲୁରୁ,୧୭ା୪: ନିର୍ବାଚନ ଲଢ଼ିବା ପାଇଁ ଦଳୀୟ ଟିକେଟ ନ ମିଳିବାରୁ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ଜଗଦୀଶ ଶେଟ୍ଟାର ଦଳରୁ ଇସ୍ତଫା ଦେଇ ସୋମବାର କଂଗ୍ରେସରେ ଯୋଗଦେଇଛନ୍ତି। କଂଗ୍ରେସରେ ଯୋଗଦେବା ପରେ ଜଗଦୀଶ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ମୁଁ ଜଣେ ବରିଷ୍ଠ ନେତା ବୋଲି ଭାବିଥିଲି, ଟିକେଟ ପାଇବି। କିନ୍ତୁ ଯେତେବେଳେ ଜାଣିଲି ମୁଁ ଟିକେଟ ପାଇନାହିଁ, ସେତେବେଳେ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ଏପରିକି କେହି ମୋ ସହିତ କଥା ହେଲେ ନାହିଁ କି ମୋତେ ବିଶ୍ୱାସ କରିବାକୁ ଚେଷ୍ଟା କଲେ ନାହିଁ ବୋଲି ସେ ମତବ୍ୟକ୍ତ କରିଛନ୍ତି।

ବେଙ୍ଗାଲୁରୁରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ସାଧାରଣ ସମ୍ପାଦକ ରଣଦୀପ ସିଂ ସୂର୍ଯ୍ୟୱାଲା, ଦଳର କର୍ନାଟକ ମୁଖ୍ୟ ଡି.କେ ଶିବକୁମାର ଏବଂ ଭେଟେରାନ ନେତା ସିଦ୍ଧରମାଇମା ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ କଂଗ୍ରେସ ଅଧ୍ୟକ୍ଷ ଖାର୍ଗେ ଜଗଦୀଶ କଂଗ୍ରେସରେ ଯୋଗଦେବା ଦଳର ଉତ୍ସାହକୁ ଆହୁରି ବଢାଇବ ବୋଲି କହିଛନ୍ତି। ଜଗଦୀଶଙ୍କ ବିଷୟରେ ଅଧିକ ପରିଚୟ ଦେବାର ଆବଶ୍ୟକତା ନାହିଁ। ସେ ହେଉଛନ୍ତି ଜଣେ ଏପରି ବ୍ୟକ୍ତି ସେ ଅଧିକ ଆସନ ଜିତିବାକୁ ସକ୍ଷମ ରଖିନ୍ତି ବୋଲି ଖାର୍ଗେ ମତବ୍ୟକ୍ତ କରିଛନ୍ତି।

Share