Categories: ଜାତୀୟ

ଫଳାଫଳ ଯେକୌଣସି ସମୟରେ ବଦଳିପାରେ: ଅମିତ ମାଲଭିୟା

ବେଙ୍ଗାଲୁରୁ,୧୩।୫: କର୍ନାଟକ ବିଧାନସଭା ନିର୍ବାଚନ ୨୦୨୩ ପାଇଁ ଭୋଟ ଗଣନା ଚାଲିଛି। ତେବେ କଂଗ୍ରେସ ୧୨୮ଟି ଆସନରେ, ଭାଜପା ୬୮ଟି ଏବଂ ଜେଡିଏସ ୨୨ଟି ଆସନରେ ଆଗରେ ରହିଛି। ଏହି ସମୟରେ, କଂଗ୍ରେସର ବର୍ତ୍ତମାନର ଆକଳନକୁ ଦୃଷ୍ଟିରେ ରଖି ଭାଜପାର ଆଇଟି ସେଲ ମୁଖ୍ୟ ଅମିତ ମାଲଭିୟା କହିଛନ୍ତି, ଫଳାଫଳ ଯେକୌଣସି ସମୟରେ ବଦଳିପାରେ।

ଯେତେବେଳେ ଭାଜପା ଆଇଟି ସେଲ ମୁଖ୍ୟ ଅମିତ ମାଲଭିଆଙ୍କୁ ପଚରାଯାଇଥିଲା ଯଦି ଏଭଳି ଫଳାଫଳ ରହିବ ତେବେ ଆପଣ କଣ କରିବେ? ଜନତାଙ୍କ ଜନାଦେଶକୁ ସ୍ବୀକାର କରିବେ ନା ଆପଣ ଜେଡିଏସ ସହିତ ସରକାର ଗଠନ କରିବେ? ଏହା ଉପରେ ଅମିତ ମାଲଭିଆ କହିଛନ୍ତି ଯେ, ଅପରାହ୍ନ ୨ ରୁ ୩ ପର୍ଯ୍ୟନ୍ତ ଅପେକ୍ଷା କରିବା ଉଚିତ୍‌।

Share