ଜୁନ୍ ୩ ହାଫ-ଡେ ଛୁଟି, ସରକାର କଲେ ବଡ଼ ଘୋଷଣା; ଜାଣନ୍ତୁ ସ୍କୁଲ-କଲେଜ ଖୋଲା ରହିବ ନା ବନ୍ଦ?

ବେଙ୍ଗାଲୁରୁ,୨।୬: ଆସନ୍ତା ଜୁନ ୩ ତାରିଖ (ବୁଧବାର) ସାରା ରାଜ୍ୟରେ ହାଫ-ଡେ ସରକାରୀ ଛୁଟି ଘୋଷଣା କରିଛନ୍ତି। ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ, ଜୁନ ୩ ତାରିଖ ଅପରାହ୍ନ ଗୋଟାଏ ପରଠାରୁ ସମସ୍ତ ସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିବ। ରାଜ୍ୟର ବରିଷ୍ଠ ନେତା ଡି.କେ. ଶିବକୁମାରଙ୍କ ଶପଥ ଗ୍ରହଣ ଉତ୍ସବକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି। ଏହି ଶପଥ ଗ୍ରହଣ ସମାରୋହରେ ବହୁ ସଂଖ୍ୟାରେ ନେତା, କର୍ମୀ ଏବଂ ସାଧାରଣ ଜନତା ସାମିଲ ହେବାର ସମ୍ଭାବନା ଥିବାରୁ, ସହରର ଟ୍ରାଫିକ ବ୍ୟବସ୍ଥା ଏବଂ ଶୃଙ୍ଖଳା ରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଛି।

ସୂଚନା ଅନୁଯାୟୀ, ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଅପରାହ୍ନରୁ କାମ ବନ୍ଦ ରହିବ, ଯାହା ଦ୍ୱାରା କର୍ମଚାରୀମାନେ ଏହି ବଡ଼ କାର୍ଯ୍ୟକ୍ରମରେ ଭାଗ ନେଇପାରିବେ। ସେହିପରି କର୍ନାଟକର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ-କଲେଜରେ ମଧ୍ୟ ଜୁନ ୩ ତାରିଖ ମଧ୍ୟାହ୍ନ ପରେ ଛୁଟି ରହିବ। କିନ୍ତୁ ଜରୁରୀକାଳୀନ ସେବା (ଡାକ୍ତରଖାନା, ଆମ୍ୱୁଲାନ୍ସ ଏବଂ ଅଗ୍ନିଶମ) ସୱାଭାବିକ ଭାବେ ଚାଲୁ ରହିବ। କିନ୍ତୁ କିଛି ବ୍ୟାଙ୍କିଙ୍ଗ ସେବା ଉପରେ ଏହାର ପ୍ରଭାବ ପଡ଼ିପାରେ, ତେଣୁ ଗ୍ରାହକମାନଙ୍କୁ ନିଜର ଜରୁରୀ କାମ ସକାଳ ସମୟରେ ହିଁ ସାରିବାକୁ ପରାମର୍ଶ ଦିଆଯାଇଛି।

 

Share