Categories: ଜାତୀୟ

ଗିରଫ ହେଲେ କର୍ନାଟକ କଂଗ୍ରେସ ନେତା

ଧରଓ୍ବାଡ଼,୧୮।୯: ସେଲୁନ୍‌ର ଜଣେ ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ପୋଲିସ କର୍ନାଟକର କଂଗ୍ରେସ ନେତା ମନୋଜ କାର୍ଜାଗୀଙ୍କୁ ଗିରଫ କରିଛି।

ସୂଚନାଯୋଗ୍ୟ, ସେଲୁନ୍‌ରେ ମହିଳା ଜଣକ ବିଉଟିସିଆନ୍‌ ଭାବେ କାର୍ଯ୍ୟ କରୁଥିଲେ। ହେଲେ ଶନିବାର ମନୋଜ ସେଲୁନ୍‌କୁ ଆସି ମହିଳାଙ୍କୁ ଆଲିଙ୍ଗନ କରିବା ସହ ଚୁମ୍ବନ ଦେବାକୁ ଉଦ୍ୟମ କରିଥିଲେ। ଏ ନେଇ ମହିଳା ଜଣଙ୍କ ତାଙ୍କ ପୁରୁଷ ବନ୍ଧୁଙ୍କୁ ଜଣାଇବା ପରେ ସେ ତାଙ୍କ ସାଙ୍ଗମାନଙ୍କ ସହ ଘଟଣାସ୍ଥଳରେ ପହଞ୍ଚତ୍ କଂଗ୍ରେସ ନେତାଙ୍କୁ ମାଡ଼ ମାରିଥିଲେ। ପରେ ଏନେଇ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ପୋଲିସ ମନୋଜଙ୍କୁ ଗିରଫ କରିଥିଲା।

Share