Categories: ଜାତୀୟ

ଦ୍ୱିତୀୟଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ସିଦ୍ଦାରାମାୟା

ବେଙ୍ଗାଲୁରୁ,୨୦।୫: କର୍ନାଟକ ରାଜନୀତି ଏବେ ବେଶ ସରଗରମ। ଚଳିତ ବର୍ଷ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ସଂଖ୍ୟା ଗରିଷ୍ଠତା ମିଳିବା ପରେ ଶନିବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି କଂଗ୍ରେସର ବରିଷ୍ଠ ନେତା ସିଦ୍ଦାରାମାୟା। ଏହି ଶପଥ ଗ୍ରହଣ ସମାରୋହ ବେଙ୍ଗାଲୁରୁର କାନ୍ତିରାଓ୍ବା ଷ୍ଟାଡିୟମରେ ଅନୁଷ୍ଠିତ ହେବ। କଂଗ୍ରେସର ବହୁ ବଡ ବଡ ନେତାଙ୍କ ସମେତ ଅନେକ ବିରୋଧୀ ଦଳ ନେତା ଏଥିରେ ଯୋଗ ଦେବାକୁ ବେଙ୍ଗାଲୁରୁ ପହଞ୍ଚି ସାରିଛନ୍ତି। ଏଥରକୁ ନେଇ ସିଦ୍ଦାରାମାୟା ଦ୍ୱିତୀୟ ଥର ଲାଗି କର୍ନାଟକର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।
କେନ୍ଦ୍ରର ଶାସକ ଦଳ ଭାରତୀୟ ଜନତା ପାର୍ଟି(ଭାଜପା)କୁ କଡା ଟକ୍କର ଦେଇ ବିଜୟୀ ହୋଇଥିବା କଂଗ୍ରେସ ଉପରେ ଏବେ ସମସ୍ତଙ୍କ ନଜର। ଏବେ କଂଗ୍ରେସର ଏହି ଶକ୍ତିକୁ ଦେଖି ବିରୋଧୀ ଦଳର ବହୁ ନେତା ସାରା ଦେଶରେ ଭାଜପାକୁ ହରାଇବାକୁ ଏହି ସମାରୋହରେ ଏକାଠି ହେଉଥିବା ଆଲୋଚନା ହେଉଛି।

Share