Categories: ଜାତୀୟ

ଗୋଟିଏ ଦିନରେ ୨ ମୁଖ୍ୟମନ୍ତ୍ରୀ ହେଲେ କରୋନା ପଜିଟିଭ

ବେଙ୍ଗାଲୁରୁ:୧୦।୧: ବିହାର ମୁଖ୍ୟମନ୍ତ୍ରୀଙ୍କ ପରେ କର୍ନାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମାଇ ସୋମବାର କରୋନା ସଂକ୍ରମିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ବୋମାଇଙ୍କ ସାମାନ୍ୟ ଲକ୍ଷଣ ଦେଖାଦେଇଥିଲା। ଏନେଇ ସେ କରୋନା ପରୀକ୍ଷା କରାଇଥିଲେ। ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ସେ ବର୍ତ୍ତମାନ ହୋମ ଆଇସୋଲେଶନରେ ଅଛନ୍ତି। ତାଙ୍କର ସ୍ବାସ୍ଥ୍ୟବସ୍ଥା ଠିକ୍‌ ଥିବା ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କରୋନା ପରୀକ୍ଷା କରାଇନେବାକୁ ବୋମାଇ ଅନୁରୋଧ କରିଛନ୍ତି।

Share