ବାଙ୍ଗାଲୋର, ୭ା୭: ପୂର୍ବଶତ୍ରୁତାକୁ କେନ୍ଦ୍ର କରି କର୍ନାଟକର କେରୁର ଜିଲାରେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାକାଣ୍ଡ ଘଟିଛି। ହିଂସାକାଣ୍ଡରେ ୩ ଜଣ ଆହତ ହୋଇଥିବା ବେଳେ ଘଟଣାରେ ସମ୍ପୃକ୍ତ ୧୮ ଜଣଙ୍କୁ ପୋଲିସ ଗିରଫ କରିଛି। ଅନ୍ୟ ୧୫ ଅଭିଯୁକ୍ତଙ୍କୁ ପୋଲିସ ଖୋଜୁଛି।
ପୋଲିସ ଘଟଣାକୁ ନେଇ ୪ଟି ମାମଲା ରୁଜୁ କରିଛି। ହିଂସାବେଳେ ଏକ ବାଇକ୍ ଏବଂ ଶଗଡ଼କୁ ଜାଳି ଦିଆଯାଇଛି। ଅନ୍ୟ ୬ଟି ବାଇକ୍ ଭଙ୍ଗାରୁଜା ହୋଇଛି। ଆଇନଶୃଙ୍ଖଳା ବଜାୟ ପାଇଁ ୫ ପ୍ଲାଟୁ୍ନ ଭାରତୀୟ ରିଜର୍ଭ ବାଟାଲିୟନ(ଆଇଆର୍ବି)ଙ୍କୁ ମୁତୟନ କରାଯାଇଛି। ହିନ୍ଦୁ ଜାଗରଣ ଭେଦିକେ ସଙ୍ଗଠନର ଜିଲା ସେକ୍ରେଟାରି ଅରୁଣ କାଟମାନି ଏବଂ ତାଙ୍କ ଦୁଇ ବନ୍ଧୁ କେରୁର ବସ୍ଷ୍ଟାଣ୍ଡକୁ ଯାଉଥିବା ବେଳେ ଦୁର୍ବୃତ୍ତମାନେ ଛୁରାମାଡ଼ କରିବା ସହ ଲୁହାରଡ୍ରେ ଆକ୍ରମଣ କରିଥିଲେ। ପରେ ଉଭୟ ଗୋଷ୍ଠୀ ମଧ୍ୟରେ ଜଳାପୋଡ଼ା, ଭଙ୍ଗାରୁଜା ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ଅପ୍ୟପକ୍ଷେ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି।


