Categories: ଜାତୀୟ

କର୍ନାଟକ କ୍ୟାବିନେଟର ହେଲା ସମ୍ପ୍ରସାରଣ, ୨୪ ବିଧାୟକ ନେଲେ ମନ୍ତ୍ରୀ ପଦର ଶପଥ

ବେଙ୍ଗାଲୁରୁ,୨୭।୫: କର୍ନାଟକରେ ଶନିବାର କ୍ୟାବିନେଟ ସମ୍ପ୍ରସାରଣ କରାଯାଇଛି। କଂଗ୍ରେସ ପକ୍ଷରୁ ଆଉ ୨୪ ବିଧାୟକ ମନ୍ତ୍ରୀପଦର ଶପଥ ନେଇଛନ୍ତି। ଏହି ମନ୍ତ୍ରୀମାନେ ଶପଥ ନେବା ପରେ ଏବେ କର୍ନାଟକ ବିଧାନସଭାରେ ମୋଟ ମନ୍ତ୍ରୀଙ୍କ ସଂଖ୍ୟା ୩୪ରେ ପହଞ୍ଚିଛି।
ନବ ନିର୍ବାଚିତ ବିଧାୟକ ଏଚ.କେ. ପାଟିଲ, କୃଷ୍ଣା ବାୟରେ ଗୌଡା. ଏନ. ଚେଲୁନାରସ୍ବାମୀ ମନ୍ତ୍ରୀ ପଦର ଶପଥ ନେଇଛନ୍ତି।
କର୍ଣ୍ଣାଟକରେ କ୍ୟାବିନେଟ ସମ୍ପ୍ରସାରଣ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା କହିଛନ୍ତି ଯେ ଆଞ୍ଚଳିକ, ଜାତି ଏବଂ ସାମାଜିକ ନ୍ୟାୟ ଦୃଷ୍ଟିରୁ ଆମେ ଏହି ନିଷ୍ପତ୍ତି ନେଇଛୁ। ହାଇକମାଣ୍ଡଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ପରେ ଆମେ ମନ୍ତ୍ରୀ ପରିଷଦ ନିଷ୍ପତ୍ତି ନେଇଛୁ। ପରବର୍ତ୍ତୀ କ୍ୟାବିନେଟ ବୈଠକରେ ଆମେ ଦେଇଥିବା ପ୍ରତିଶ୍ରୁତି ଉପରେ ନିଷ୍ପତ୍ତି ନେବୁ। ପରବର୍ତ୍ତୀ କ୍ୟାବିନେଟ ବୈଠକ ଜୁନରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି।

Share