Categories: ଜାତୀୟ

ଲାଞ୍ଚ ନେବା ମାମଲାରେ କର୍ନାଟକ ଭାଜପା ବିଧାୟକ ଗିରଫ

ବେଙ୍ଗାଲୁରୁ,୨୭।୩: କନର୍ର୍ାଟକ ହାଇକୋର୍ଟ ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କରିବା ପରେ ଲାଞ୍ଚ ନେବା ମାମଲାରେ ଭାଜପା ବିଧାୟକ ମଦଲ ବିରୁପକ୍ଷପ୍ପାଙ୍କୁ ଗିରଫ କରାଯାଇଛି। ସୋମବାର ତୁମକୁରୁରେ କ୍ୟାଥାସନ୍ଦ୍ର ଟୋଲ ପ୍ଲାଜା ନିକଟରେ ମଦଲ ବିରୁପକ୍ଷପ୍ପାଙ୍କୁ ପୋଲିସ ଗିରଫ କରିଛି। ଗତ ସପ୍ତାହରେ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ନିଜ ରାୟକୁ ସଂରକ୍ଷିତ ରଖିଥିଲେ। ତେବେ ସୋମବାର ଜଷ୍ଟିସ କେ.ନଟରାଜନ ଚନ୍ନାଗିରିରୁ ବିଧାୟକ ବିରୁପକ୍ଷପ୍ପାଙ୍କ ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କରିଛନ୍ତି। ସୂଚନାଯୋଗ୍ୟ, ମାର୍ଚ୍ଚ ୨ରେ ଜଣେ ଠିକାଦାରଙ୍କଠାରୁ ୪୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଲୋକାୟୁକ୍ତ ଅଧିକାରୀ ଭାଜପା ବିଧାୟକ ମଦଲଙ୍କ ପୁଅ ପ୍ରଶାନ୍ତ ମଦଲଙ୍କୁ ଧରିଥିଲେ। କେଏସଡିଏଲ କାର୍ଯ୍ୟାଳୟରେ ପ୍ରଶାନ୍ତ ତାଙ୍କ ପିତାଙ୍କ ନାମରେ ଏହି ଟଙ୍କା ନେଉଥିଲେ ବୋଲି ଅଭିଯୋଗ ହୋଇଛି। ଅନ୍ୟପଟେ ବିରୁପକ୍ଷପ୍ପାଙ୍କ ବାସଭବନରେ ଚଢ଼ାଉ କରାଯାଇ ୭କୋଟିରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଥିଲା।

Share