Categories: ଜାତୀୟ

କର୍ନାଟକ ବିଧାନସଭା ନିର୍ବାଚନ: ଭାଜପା ଜାରି କଲା ଇସ୍ତାହାର: ବିପିଏଲ ପରିବାର ପାଇଁ ୫ କିଲୋଗ୍ରାମ ଚାଉଳ-ଗହମ, ଅଧ ଲିଟର ନନ୍ଦିନୀ କ୍ଷୀର…

ବେଙ୍ଗାଲୁରୁ,୧।୫ : କର୍ନାଟକରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଇସ୍ତାହାର ଜାରି କରିଛି। ବେଙ୍ଗାଲୁରୁରେ ଥିବା ଭାଜପା ମୁଖ୍ୟାଳୟରେ ରାଷ୍ଟ୍ରୀୟ ଜେ.ପି. ନଡ୍ଡା ଏହି ସମୟରେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ ଏବଂ ଭାଜପାର ବରିଷ୍ଠ ନେତା ବି.ଏସ ୟେଦୁରପ୍ପା ଉପସ୍ଥିତ ଥିଲେ। ଏହି ଇସ୍ତାହାରର ନାମ ପ୍ରଜା ଧ୍ୱନୀ ରଖାଯାଇଛି।

କର୍ନାଟକରେ ଭାଜପା ସଭାପତି ଜେ.ପି.ନଡ୍ଡା ଏହି ପ୍ରତିଶୃତି ଘୋଷଣା କରିଛନ୍ତି। ସେ କହିଛନ୍ତି, ମନିଫେଷ୍ଟୋ ରାଜ୍ୟରେ ୟୁନିଫର୍ମ ସିଭିଲ କୋଡ (ୟୁସିସି) ପାଇଁ ଏକ ପ୍ୟାନେଲ ଗଠନ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛି।
ଏହା ବ୍ୟତୀତ ବିପିଏଲ ପରିବାରକୁ ତିନୋଟି ସିଲିଣ୍ଡର ମାଗଣାରେ ଦିଆଯିବ।

ଚାଷୀଙ୍କୁ ବିହନ ପାଇଁ ୧୦ ହଜାର ଟଙ୍କା ଦିଆଯିବ। ପ୍ରତ୍ୟେକ ୱାର୍ଡରେ ଅଟଳ ଡାଏଟ ସେଣ୍ଟର ଖୋଲିବାକୁ ଘୋଷଣା। ଏହା ବ୍ୟତୀତ ପାଞ୍ଚ ଲକ୍ଷ ଋଣ ଉପରେ କୌଣସି ସୁଧ ଆଦାୟ କରାଯିବ ନାହିଁ ବୋଲି କୁହାଯାଇଛି।

ବିପିଏଲ ପରିବାର ପାଇଁ ୫ କିଲୋଗ୍ରାମ ଚାଉଳ ଏବଂ ୫ କିଲୋଗ୍ରାମ ଗହମ ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଛି। ଏଥି ସହିତ ବିପିଏଲ ପରିବାରକୁ ଅଧା ଲିଟର ନନ୍ଦିନୀ କ୍ଷୀର ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦିଆଯାଇଛି।

Share