Posted inଜାତୀୟ

କର୍ନାଟକ ବିଧାନସଭା ନିର୍ବାଚନ: କିଙ୍ଗମେକର୍‌ ସାଜିବ କି ଜେଡିଏସ? ଏମିତି ହୋଇପାରେ ସମୀକରଣ

ବେଙ୍ଗାଲୁରୁ,୧୦।୫: କର୍ନାଟକରେ ବିଧାନସଭା ନିର୍ବାଚନ ପାଇଁ ବୁଧବାର ମତଦାନ ଜାରି ରହିିଛି। ସବୁ ଦଳ ଗତ ୨ ମାସ ଧରି ରାଜ୍ୟରେ କ୍ଷମତାକୁ ଆସିବା ପାଇଁ ପ୍ରଚାରରେ ସବୁ ପ୍ରକାର ରଣ କୌଶଳ ଲଗାଇ ଦେଇଛନ୍ତି। ବିଭିନ୍ନ ପାର୍ଟି ନିଜ ନିଜ ଅନ୍ଦାଜରେ ଭୋଟରଙ୍କ ମନ ଜିଣିିବାକୁ ଚେଷ୍ଟା କରିଛନ୍ତି। ତେବେ ଏହି ନିର୍ବାଚନରେ ଜେଡିଏସର ଭୂମିକା ଉପରେ ସମସ୍ତଙ୍କର ନଜର ରହିଛି। କାହିଁକି ନା ଯଦି ଭାଜପା ଓ କଂଗ୍ରେସ ମ୍ୟାଜିକ୍‌ ସଂଖ୍ୟା ଛୁଇଁ ନ ପାରନ୍ତି ତେବେ ଜେଡିଏସ କିଙ୍ଗମେକର୍‌ ଭୂମିକାରେ ଆସିବ।

କର୍ନାଟକର ୨୨୪ଟି ବିଧାନସଭା ଆସନ ପାଇଁ ମୋଟ ୨୬୧୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି। ପ୍ରାର୍ଥୀଙ୍କ ମଧ୍ୟରେ ୨,୪୩୦ଜଣ ପୁରୁଷ ଏବଂ ୧୮୪ଜଣ ମହିଳା ଏବଂ ଜଣେ ପ୍ରାର୍ଥୀ ତୃତୀୟ ଲିଙ୍ଗର ଅଛନ୍ତି।
କର୍ନାଟକରେ ୫୮,୫୪୫ଟି ମତଦାନ କେନ୍ଦ୍ର ଅଛି। ଯେଉଁଥିରେ ସମୁଦାୟ ୫,୩୧,୩୩,୦୫୪ ଭୋଟର ମତଦାନ କରିବେ। କର୍ନାଟକରେ ଏଥର ୨,୬୭,୨୮,୦୫୩ ପୁରୁଷ ଭୋଟର, ୨,୬୪,୦୦,୦୭୪ ମହିଳା ଭୋଟର ଏବଂ ୧୧,୭୧,୫୫୮ ଜଣ ଯୁବବର୍ଗ ଭୋଟର ଥିବାବେଳେ ୫,୭୧,୨୮୧ଜଣ ଭିନ୍ନକ୍ଷମ ଏବଂ ୧୨,୧୫,୯୨୦ ଭୋଟର ୮୦ ବର୍ଷରୁ ଅଧିକ ଥିବା ଜଣାପଡିଛି।

କର୍ନାଟକ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ଦଳ ମଧ୍ୟରେ ଭାଜପା ଏବଂ କଂଗ୍ରେସ ମଧ୍ୟରେ ଏଥର ଘମାଘୋଟ ଲଢେଇ ହେବାର ଦେଖାଯାଉଛି। ଏଥି ସହିତ ରାଜ୍ୟର ପ୍ରମୁଖ ଆଞ୍ଚଳିକ ଦଳ ଥିବା ଜେଡିଏସ ମଧ୍ୟ ନିର୍ବାଚନ ପ୍ରଚାରରେ ପୁରା ଦମ୍‌ ଲଗାଇ ଦେଇଛି। ଭାଜପାର ବହୁ ହେଭିଓ୍ବେଟ ନେତା କ୍ଷମତାକୁ ଫେରିବା ପାଇଁ ପ୍ରଚାରରେ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି।
ଏଥି ସହିତ କଂଗ୍ରେସ ପାର୍ଟି ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ କର୍ନାଟକରେ ଧୁଆଁଧାର ପ୍ରଚାର କରିଛନ୍ତି। ୨୦୨୪ ନିର୍ବାଚନ ପୂର୍ବରୁ କର୍ନାଟକ ନିର୍ବାଚନ ଉଭୟ ଦଳ ପାଇଁ ସେମିଫାଇନାଲ ଭାବେ ଦେଖାଯାଉଛି। ନିର୍ବାଚନରେ ଭାଜପା ଏବଂ କଂଗ୍ରେସ ମ୍ୟାଜିକ୍‌ ନମ୍ବର ନ ଛୁଇଁ ପାରିଲେ ଜେଡିଏସ୍‌କୁ କିଙ୍ଗ୍‌ମେକର୍‌ ଭାବେ ଦେଖାଯିବ।

ଜେଡିଏସ ପୁରୁଣା ମହୀଶୂରର କେତେକ ଅଞ୍ଚଳ ଏବଂ କର୍ନାଟକର ବିଭିନ୍ନ ସିଟ୍‌ରୁ ୨୦୦୮ରୁ ନିର୍ବାଚନ ଲଢୁଛି। ପୁରୁଣା ମହୀଶୂର ଅଞ୍ଚଳରେ ଭାଜପାର ସ୍ଥିତି ଦୁର୍ବଳ ରହିଛି। ଏଠାରେ କଂଗ୍ରେସ ଓ ଜେଡିଏସ୍‌ ପରସ୍ପରକୁ ଟକ୍କର ଦେବେ। ପୁରୁଣା ମହୀଶୂର ଅଞ୍ଚଳରେ ଭୋକାଲିଗା ସମ୍ପ୍ରଦାୟ ଦବ୍‌ଦବା ଅଧିକ ରହିଛି। ଏମାନଙ୍କ ଭୋଟର ସ୍ବତନ୍ତ୍ର ଭାବେ ୬୧ଟି ଆସନ ପୁରୁଣା ମହୀଶୂର ଅଞ୍ଚଳର ରହିଆସିଛି। ଭୋକାଲିଗା ସମ୍ପଦ୍ରାୟ ଜେଡିଏସ୍‌ର ପାରମ୍ପାରିକ ଭୋଟର ଭାବେ ଜଣାଶୁଣା। ତେଣୁ ଜେଡିଏସ୍‌ ଏଠାରେ ଭଲ ପ୍ରଦର୍ଶନ କରିବ।

ମୁସଲିମ୍‌ ସିଟ୍‌ରେ ଏଆଇଏମଆଇଏମ୍‌ ଏବଂ ଏସ୍‌ଡିପିଆଇ ଦଳ କର୍ନାଟକ ନିର୍ବାଚନ ମଇଦାନକୁ ଓହ୍ଲାଇଛି। ସେହିପରି କେଆରପିପି ଏବଂ ଏଏପି ପାର୍ଟି ମଧ୍ୟ ନିର୍ବାଚନ ଲଢୁଛନ୍ତି। ଏହାଦ୍ୱାରା ଅତିକମ୍‌ରେ ୫୦ଟି ସିଟ୍‌ ଏହି ଦଳ ମଧ୍ୟରେ ଭାଗ ଭାଗ ହୋଇପାରେ ଯାହା ବିଶେଷ କରି କଂଗ୍ରେସ ଏବଂ ଜେଡିଏସ ପାଇଁ ବିପଦ ଆଣିପାରେ।

ଦେଶର ଦକ୍ଷିଣ ଇଲାକାରେ ନିଜର ଦୁର୍ଗ ବଞ୍ଚାଇବା ପାଇଁ ଭାଜପା ପାଇଁ ଏହି ନିର୍ବାଚନ ଚ୍ୟାଲେଞ୍ଜପୂର୍ଣ୍ଣ ରହିବ। ଦକ୍ଷିଣରେ ଥିବା ୬ଟି ରାଜ୍ୟ ମଧ୍ୟରୁ ଭାଜପା ଦୂର୍ବଳ ରହିଛି। ୨୦୧୪ ପରଠାରୁ ଦେଶର ଅଧିକାଂଶ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିଛି କିମ୍ବା ମେଣ୍ଟ ସରକାର ହୋଇଛିି। କିନ୍ତୁ ଏପର୍ଯ୍ୟନ୍ତ ଦକ୍ଷିଣ ଭାରତର ଦୁର୍ଗ ଜିତିବାରେ ଭାଜପା ସଫଳତା ପାଇପାରି ନାହିଁ।

କଂଗ୍ରେସ ପାଇଁ ଦକ୍ଷିଣ ଇଲାକାରେ ସରକାର ଗଠନ କରିବା ଆହ୍ବାନ ରହିବ। ନିର୍ବାଚନ ପାଇଁ କଂଗ୍ରେସ ନିଜର ପ୍ରଚାର ଅଭିଯାନକୁ ଜୋରଦାର କରିଥିଲା। ଏଥିସହ ମୁସଲିମ ସଂରକ୍ଷଣ ଏବଂ ବଜରଙ୍ଗ ଦଳକୁ ନିଷିଦ୍ଧ କରିବା ଭଳି ଅନେକ ପ୍ରତିଶ୍ରୁତି ଦେଇ ଭାଜପାକୁ ପ୍ରତିପକ୍ଷ ଆକ୍ରମଣ କରିବାକୁ ସୁଯୋଗ ଦେଇଥିଲା।

ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଘର ହେଉଛି କର୍ନାଟକ। ତେଣୁ ନିର୍ବାଚନ ପାଇଁ ଦଳକୁ ପରିଚାଳନା କରିବା ନେଇ ତାଙ୍କ ଉପରେ ଅନେକ ଚାପ ରହିଛି। ଖାର୍ଗେଙ୍କୁ ନିଜ ଗୃହରାଜ୍ୟରେ ପାର୍ଟିକୁ ଜିତାଇବା ତାଙ୍କ ସମ୍ମୁଖରେ ଆହ୍ବାନ ରହିଛି। ତାଙ୍କ ଗୃହରାଜ୍ୟରେ କଂଗ୍ରେସ ପରାଜିତ ହେଲେ, ତାଙ୍କ ନେତୃତ୍ୱକୁ ନେଇ ଅନେକ ପ୍ରଶ୍ନ ଉଠିବ।

୧୯୮୫ପରେ କୌଣସି ରାଜନୈତିକ ଦଳ ରାଜ୍ୟରେ କ୍ରମାଗତ ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଫେରି ନାହାନ୍ତି। ୧୯୮୫ରେ ରାମକୃଷ୍ଣ ହେଗଡେଙ୍କ ନେତୃତ୍ୱରେ ଜନତା ପାର୍ଟି ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଆସିଥିଲା। ତେବେ ୩୮ବର୍ଷ ପୁରୁଣା ଇତିହାସକୁ ପୁର୍ନଜୀବିତ କରିବା ପାଇଁ ଭାଜପା ତାର ପ୍ରୟାସ ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ୩ ଦିନ ଶୀତରେ ଥରିବେ ରାଜ୍ୟବାସୀ, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୯ା୧୨: ରାଜ୍ୟରେ ଶୀତ ଲହରି ଜାରି ରହିଥିବାବେଳେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ...

ମା’ ସୁରେଶ୍ଵରୀଙ୍କ ଐତିହାସିକ ଘାଟ ଯାତ୍ରାରେ ଜନସମାଗମ, ବଳି ଦେଲେ ମାନସିକ ପୂରଣ ହୋଇଥିବା ବ୍ୟକ୍ତି

ରିଷିଡା ୨୯/୧୨(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା କେଉଁଟ କୈବର୍ତ୍ତ ଆଞ୍ଚଳିକ ସମାଜ ତରଫରୁ ତେରେସିଂହା ଆମପାଲି ନଦୀ ଘାଟ ଠାରେ ଐତିହାସିକ...

ମୋଦିଙ୍କୁ ପ୍ରଶଂସା କରି ଫସିଲେ ଦିଗବିଜୟ: କଂଗ୍ରେସରେ ହଲଚଲ

ନୂଆଦିଲ୍ଲୀ,୨୯।୧୨: କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ ଭାଜପା ଏବଂ ଆରଏସଏସର ସାଂଗଠନିକ ଶକ୍ତିକୁ ପ୍ରଶଂସା କରି ଦଳ ପାଇଁ...

ଆରାବଳି ମାମଲା: ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ,୨୯ା୧୨: ଆରାବଳି ମାମଲା ରାୟ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ନଭେମ୍ବର ୨୦ ରାୟ ଉପରେ ଏହି ରହିତାଦେଶ ଦେଇଛନ୍ତି ମାନ୍ୟବର କୋର୍ଟ। ପରିବେଶବିତ୍‌ଙ୍କୁ...

ନର୍ସିଂହୋମରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୧୬ ଜଣ ବୃଦ୍ଧାବୃଦ୍ଧ

ନୂଆଦିଲ୍ଲୀ,୨୯।୧୨: ଇଣ୍ଡୋନେସିଆର ଏକ ନର୍ସିଂହୋମରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି, ଯେଉଁଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଖବରପାଇ...

ଆକ୍ସନ ମୋଡରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ବାଲି ବୋଝେଇ ଟ୍ରାକ୍ଟର ଧରି ପୋଲିସକୁ ଜିମା ଦେଲେ

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ରାଜ୍ୟ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମ...

ମାନସିକ ଭାରସାମ୍ୟ ହରାଇ କୀଟନାଶକ ପିଇଦେଲେ ଯୁବକ, ଚାଲିଗଲା ଜୀବନ

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ମାନସିକ ଭାରସାମ୍ୟ ହରାଇ ଘରେ ଥିବା କୀଟନାଶକ ପିଇଦେଲେ ଯୁବକ । ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ନୂଆମୌଳାଭଞ୍ଜା ଗ୍ରାମରୁ ସାମ୍ନାକୁ...

ବିଜେଡି କର୍ମକର୍ତ୍ତାଙ୍କ ନାଁ ଘୋଷଣାକୁ ନେଇ ବିବାଦ, ଦେବାଶିଷ ଓ ଦେବୀଙ୍କ ସହ ଥିବା ନେତାଙ୍କୁ ତାଲିକାରୁ ବାଦ୍

କଟକ: ବିଜୁ ଜନତା ଦଳର କର୍ମକର୍ତ୍ତାଙ୍କ ମଧ୍ୟରେ ମତଭେଦ ଦେଖାଯାଉଥିବା ବେଳେ ବିଜେଡି କର୍ମକର୍ତ୍ତାଙ୍କ ନାଁ ଘୋଷଣାକୁ ନେଇ ବିବାଦ ଦେଖାଯାଇଛି । BYJD(ବିଜୁ ଯୁବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri