Categories: ଜାତୀୟ

ଆପଣ କର୍ନାଟକ ପାଇଁ କ’ଣ କରିଛନ୍ତି? ମୋଦିଙ୍କୁ ରାହୁଲଙ୍କ ପ୍ରଶ୍ନ

ବେଙ୍ଗାଲୁରୁ,୧।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମେ’ ୧ରେ ନିଜ ଦଳ ପାଇଁ କର୍ନରଟକର ତୁମକୁର ତୁରୁବୁକେରେ ପହଞ୍ଚି ପ୍ରଚାର କରିଛନ୍ତି। ତେବେ ଏଠାରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ରାହୁଲ ଭାଜପା ଏବଂ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି। ରାହୁଲ କହିଛନ୍ତି, କଂଗ୍ରେସ ଆପଣଙ୍କୁ ୯୧ ଥର ଦୁର୍ବ୍ୟବହାର କରିଥିବା କହୁଛନ୍ତି। କିନ୍ତୁ ଆପଣ କର୍ନାଟକର ଲୋକଙ୍କ ପାଇଁ କ’ଣ କରିଛନ୍ତି ତାହା କୁହନ୍ତି ନାହିଁ। ଏହା ବ୍ୟତୀତ ସେ କନାର୍ର୍ଟକବାସୀଙ୍କୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି।

ରାହୁଲ ଗାନ୍ଧୀ କହିଛନ୍ତି , ପ୍ରଧାନମନ୍ତ୍ରୀ କର୍ନାଟକକୁ ଆସନ୍ତି, କିନ୍ତୁ କେବଳ ନିଜ ବିଷୟରେ କଥାବାର୍ତ୍ତା କରନ୍ତି। ମୋଦି ଜୀ ମୋତେ କୁହନ୍ତୁ ଗତ ୩ ବର୍ଷରେ ଆପଣ କର୍ନାଟକ ପାଇଁ କ’ଣ କରିଛନ୍ତି ଏବଂ ରାଜ୍ୟରେ ଶିକ୍ଷା, ସ୍ବାସ୍ଥ୍ୟ ଏବଂ ଯୁବକମାନଙ୍କ ପାଇଁ ଆପଣ କ’ଣ କରିବେ? ସେହି କଥା କୁହନ୍ତୁ। ଏହି ନିର୍ବାଚନ ଆପଣଙ୍କ ବିଷୟରେ ନୁହେଁ, ଏହା କର୍ନାଟକ ଭବିଷ୍ୟତ ବିଷୟରେ।

ଶନିବାର ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ତାଙ୍କ ପ୍ରତି ପ୍ରୟୋଗ କରିଥିବା ବିଷାକ୍ତ ସାପ ବୟାନକୁ କାଉଣ୍ଟର କରିଥିଲେ। ଏଥିସହ କଂଗ୍ରେସ ଓ ଏହାର ନେତାମାନେ ତାଙ୍କୁ ୯୧ଥର ବ୍ୟକ୍ତିଗତ ସ୍ତରକୁ ଯାଇ ଗାଳି କରିଥିବା ଅଭିଯୋଗ କରିଥିଲେ।

Share