Posted inରାଜ୍ୟ

କର୍ମଜୀବୀ ମହିଳା ନିବାସ ଯୋଜନା ବାଟବଣା

ଭୁବନେଶ୍ୱର,୮ା୧୨(ବ୍ୟୁରୋ): ଭାରତର ସମ୍ବିଧାନ ନାରୀ ଓ ପୁରୁଷଙ୍କୁ ସମାନ ଅଧିକାର ଦେଇଛି। ସମୟ ବଦଳିବା ସହିତ ନାରୀ ଶିକ୍ଷାର ଉନ୍ନତି ଘଟିଛି। ମହିଳାମାନେ ସରକାରୀ ଓ ବେସରକାରୀ ସଂସ୍ଥାରେ ନିଯୁକ୍ତି ପାଇ ସ୍ବାବଲମ୍ବୀ ହୋଇଛନ୍ତି। ଜାତୀୟ ନମୁନା ସର୍ବେକ୍ଷଣର ଶ୍ରମ ଶକ୍ତି ସମ୍ପର୍କିତ ୨୦୧୭-୧୮ ରିପୋର୍ଟ ଅନୁଯାୟୀ ଓଡ଼ିଶାର ଗ୍ରାମାଞ୍ଚଳରେ ନିୟମିତ ମହିଳା ଶ୍ରମଜୀବୀଙ୍କ ସଂଖ୍ୟା ୨୦୧୧-୧୨ରେ ୩.୩% ଥିବା ବେଳେ ୨୦୧୭-୧୮ରେ ୯.୫%କୁ ବୃଦ୍ଧି ପାଇଛି । ସେହିପରି ସହରାଞ୍ଚଳରେ ୨୦୧୧-୧୨ରେ ୨୭.୧% ଥିବା ବେଳେ ୨୦୧୭-୧୮ରେ ୪୬.୫%କୁ ବୃଦ୍ଧି ପାଇଛି। ଗ୍ରାମାଞ୍ଚଳରୁ ବହୁ ସଂଖ୍ୟାରେ ମହିଳା କର୍ମ ସଂସ୍ଥାନ ପାଇଁ ସହରାଞ୍ଚଳକୁ ଏବଂ ସହରାଞ୍ଚଳରୁ ଗ୍ରାମାଞ୍ଚଳକୁ ଯାତାୟାତ ବୃଦ୍ଧି ପାଇଛି। ମାତ୍ର ସେମାନଙ୍କ ରହିବା ଲାଗି ନିର୍ମାଣ ହୋଇଥିବା କର୍ମଜୀବୀ ମହିଳା ହଷ୍ଟେଲ (ଡବ୍ଲ୍ୟୁଡବ୍ଲ୍ୟୁଏଚ୍‌) ସଂଖ୍ୟା କମିଛି। ଏହାସହ କେତେକ ହଷ୍ଟେଲ ରହଣି ଅନୁପଯୁକ୍ତ ଯୋଗୁ କର୍ମଜୀବୀ ମହିଳାମାନେ ସେଥିରେ ରହିବାକୁ ଅନାଗ୍ରହ ଦେଖାଉଛନ୍ତି। ସ୍ବଳ୍ପ ପାରିଶ୍ରମିକ ସତ୍ତ୍ୱେ ଭଡ଼ାଘରେ ରହିବାକୁ ବାଧ୍ୟ ହେଉଛନ୍ତି। ରାଜ୍ୟରେ ଯେଉଁ କେତୋଟି ନିବାସ ରହିଛି, ସେଗୁଡ଼ିକୁ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଛି। ହଷ୍ଟେଲ ନିର୍ମାଣରେ ବ୍ୟାପକ ଦୁର୍ନୀତି ହେଉଥିବା ବେଳେ ପୁରୁଣା ହଷ୍ଟେଲଗୁଡ଼ିକର ରକ୍ଷଣାବେକ୍ଷଣ ଅଭାବ, କର୍ମଚାରୀ ଅଭାବ, ହଷ୍ଟେଲ ପରିଚାଳନା କମିଟିର ଅଣଦେଖା ଏହି କେନ୍ଦ୍ରୀୟ ଯୋଜନାକୁ ବାଟବଣା କରିଦେଇଛି। ହଷ୍ଟେଲଗୁଡ଼ିକ ଯାଞ୍ଚ ନ ହେବା, କେନ୍ଦ୍ର ସରକାରଙ୍କୁ ରିପୋର୍ଟ ନ ଦେବା, ହଷ୍ଟେଲ ପରିଚାଳନା କମିଟି ବୈଠକ ରିପୋର୍ଟ ନ ଦେବାକୁ ନେଇ କମ୍ପ୍‌ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି।

ଭାରତ ସରକାର ୧୯୭୨-୭୩ରେ କର୍ମଜୀବୀ ମହିଳା ହଷ୍ଟେଲ ଯୋଜନା କାର୍ଯ୍ୟକାରୀ କରିଥିଲେ। ସହରାଞ୍ଚଳ, ଅର୍ଦ୍ଧସହରାଞ୍ଚଳ କିମ୍ବା ଗ୍ରାମାଞ୍ଚଳରେ କାର୍ଯ୍ୟରତା ମହିଳାଙ୍କ ପାଇଁ ନିରାପଦ ତଥା ସୁବିଧାଜନକ ଆବାସ ନିର୍ମାଣକୁ ପ୍ରୋତ୍ସାହିତ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଥିଲେ। ଏହି ଆବାସ ନିର୍ମାଣ ପାଇଁ କେନ୍ଦ୍ର ସରକାର ୬୦%, ରାଜ୍ୟ ଓ ପୌରସଂସ୍ଥା କିମ୍ବା ଉନ୍ନୟନ କର୍ତ୍ତୃପକ୍ଷ ଯଥାକ୍ରମେ ୧୫ ଓ ୨୫% ଲେଖାଏ ଖର୍ଚ୍ଚ ବହନ କରିବାକୁ ବ୍ୟବସ୍ଥା ରହିଛି। ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ କେନ୍ଦ୍ର ସରକାରଙ୍କ ମିଳିତ ସହଯୋଗରେ ହଷ୍ଟେଲ ନିର୍ମାଣ କରାଯାଉଛି। ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟରେ ୨୬୨୨ ଶଯ୍ୟା ବିଶିଷ୍ଟ ୩୬ଟି କର୍ମଜୀବୀ ମହିଳା ହଷ୍ଟେଲ ନିର୍ମାଣ କରାଯାଇଛି। ସେଥିରୁ କେବଳ ୧୨ଟି କାର୍ଯ୍ୟକ୍ଷମ ରହିଛି। ୩୬ଟି ନିବାସରୁ ୧୮ଟି ରାଜ୍ୟ ସରକାର, ୧୧ଟି ଏନ୍‌ଜିଓ ଦ୍ୱାରା ପରିଚାଳିତ ହେଉଛି। ଅବଶିଷ୍ଟ ୭ଟି ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି। ସିଏଜି ୩୪ଟି ହଷ୍ଟେଲର ଯାଞ୍ଚ କରିଥିଲେ। ବାଳିକା ଓ ମହିଳାମାନଙ୍କ ପାଇଁ ରାଜ୍ୟ ସରକାର ଓଡ଼ିଶା ରାଜ୍ୟ ନୀତି ୨୦୧୪ ପ୍ରଣୟନ କରିଛନ୍ତି। ଏହି ନିୟମାବଳୀ ଅନୁଯାୟୀ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ୨୦୧୪ ଫେବୃୟାରୀରୁ ୨୦୧୬ ସେପ୍ଟେମ୍ବର ମଧ୍ୟରେ କଳିଙ୍ଗନଗର, ଭୁବନେଶ୍ୱର ଗଙ୍ଗନଗର, ଝାରସୁଗୁଡ଼ା, ସମ୍ବଲପୁର, ବ୍ରହ୍ମପୁର, ରାଉରକେଲା, ଢେଙ୍କାନାଳ ଏବଂ ରାୟଗଡ଼ାଠାରେ ୮ଟି ନୂତନ କର୍ମଜୀବୀ ମହିଳା ହଷ୍ଟେଲ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ ବିଭାଗ ପକ୍ଷରୁ ମହିଳା ବିକାଶ ସମବାୟ ନିଗମ ସଂସ୍ଥାକୁ ୪୪.୧୯ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଅନୁପଯୁକ୍ତ ସ୍ଥାନ ଚୟନ ଯୋଗୁ ଗଙ୍ଗନଗର ହଷ୍ଟେଲ ନିର୍ମାଣ ବାବଦରେ ୩.୦୮ କୋଟି ଟଙ୍କା ଅପବ୍ୟୟ ହୋଇଥିବା ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ହଷ୍ଟେଲଗୁଡ଼ିକରେ ଆନୁଷଙ୍ଗିକ ବ୍ୟବସ୍ଥା ନ ଥିବାରୁ କର୍ମଜୀବୀ ମହିଳାମାନେ ସେଠାରେ ରହିବାକୁ ପସନ୍ଦ କରୁନାହାନ୍ତି। ୧୨ଟି ହଷ୍ଟେଲରୁ ୬ଟିରେ ୫୦%ରୁ କମ୍‌ ଦଖଲ ରହୁଛି। କେବଳ ସେତିକି ନୁହେଁ, କର୍ମଜୀବୀ ମହିଳା ହଷ୍ଟେଲକୁ ସରକାରୀ କାର୍ଯ୍ୟାଳୟ, ବିଏମ୍‌ସି ଓ୍ବାର୍ଡ କାର୍ଯ୍ୟାଳୟ, ନିୟନ୍ତ୍ରିତ ବଜାର କମିଟି, ମାନବ ସମ୍ବଳ ବିକାଶ କେନ୍ଦ୍ର, ଏଏନ୍‌ଏମ କେନ୍ଦ୍ର, ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ଭାବେ ଏବଂ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଛି। ଅନ୍ୟାନ୍ୟ ଉଦ୍ଦେଶ୍ୟରେ ହଷ୍ଟେଲଗୁଡ଼ିକୁ ବ୍ୟବହାର କରିବା ଦ୍ୱାରା କର୍ମଜୀବୀ ମହିଳାମାନେ ସୁବିଧା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ପ୍ରଥମ କିସ୍ତି ମିଳିବାର ୨୪ ମାସ ମଧ୍ୟରେ ହଷ୍ଟେଲ ନିର୍ମାଣ ନ କରିବାରୁ ୬ଟି ହଷ୍ଟେଲ ନିର୍ମାଣ ବିଳମ୍ବ ସତ୍ତ୍ୱେ ନିର୍ମାଣକାରୀ ସଂସ୍ଥାକୁ ୧.୧୮ କୋଟି ଟଙ୍କା ପ୍ରଦାନ କରାଯାଇଛି। ହଷ୍ଟେଲଗୁଡ଼ିକ ବହୁ ପୁରୁଣା ହୋଇଥିଲେ ମଧ୍ୟ ସେଗୁଡ଼ିକର ରକ୍ଷଣାବେକ୍ଷଣ କରାଯାଉ ନାହିଁ। ହଷ୍ଟେଲଗୁଡ଼ିକର ପରିଚାଳନା କାର୍ଯ୍ୟ ତଦାରଖ କରିବାକୁ ଗଠନ କରାଯାଇଥିବା କମିଟି ବୈଠକ ହେଉ ନ ଥିବା ସିଏଜି ଉଲ୍ଲେଖ କରିଛନ୍ତି। ପ୍ରତି ୧୫ ଦିନରୁ ୪୦ ଦିନ ମଧ୍ୟରେ ଥରେ ବୈଠକ ବସିବାକୁ ନିୟମ ଥିବା ବେଳେ ଗଞ୍ଜାମ, ସୁନ୍ଦରଗଡ଼, ଖୋର୍ଦ୍ଧା ଜିଲାର କେତେକ ହଷ୍ଟେଲରେ ୫ ବର୍ଷରେ ଥରେ ମଧ୍ୟ ବୈଠକ ବସି ନାହିଁ।
ଅନାଥ ଶିଶୁଙ୍କୁ ଧ୍ୟାନ ନାହିଁ
ଶିଶୁ ସୁରକ୍ଷା ଯୋଜନାରେ ହୋଇଥିବା ଉଦାସୀନତାକୁ ନେଇ ସିଏଜି ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ମାତାପିତାଙ୍କୁ ହରାଇଥିବା ପିଲାମାନଙ୍କର ଯତ୍ନପାଇଁ ୨୦୦୯ରେ କେନ୍ଦ୍ର ପ୍ରାୟୋଜିତ ଯୋଜନା ସମନ୍ବିତ ଶିଶୁ ସୁରକ୍ଷା ଯୋଜନା କାର୍ଯ୍ୟକାରୀ ହୋଇଥିଲା। ତେବେ ରାଜ୍ୟରେ ଏହି ଯୋଜନା ବାଟବଣା ହୋଇଥିବା ସିଏଜି ଜାଣିବାକୁ ପାଇଛନ୍ତି। ପିଲାମାନଙ୍କର ସ୍ଥିତିଗତ ବିଶ୍ଳେଷଣ ହେଉ ନ ଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଣ୍ଠିର ସୁବିନିଯୋଗ ହେଉନାହିଁ। ପିଲାମାନଙ୍କର ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦିଆଯାଉ ନାହିଁ। କର୍ମଚାରୀଙ୍କ ଅଭାବ ଯୋଗୁ ପିଲାମାନଙ୍କର ମଧ୍ୟ ଯତ୍ନ ଠିକ୍‌ ଭାବେ ନିଆଯାଉ ନାହିଁ। ଜିଲା ଯାଞ୍ଚ କମିଟି ଦ୍ୱାରା ଯାଞ୍ଚ ଅଭାବ ସାଙ୍ଗକୁ ରାଜ୍ୟସ୍ତରୀୟ କମିଟି ବୈଠକ ବସୁ ନ ଥିବା ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଜେଲ୍‌ ଶୌଚାଳୟରୁ ମିଳିଲା ବିଚାରାଧୀନ କଏଦୀଙ୍କ ମୃତଦେହ, ପରିବାର ଲୋକେ ଅଭିଯୋଗ ଆଣି କହିଲେ…

ପୁରୀ,୨୯ା୩(ଅଜିତ କୁମାର ମହାନ୍ତି): ରାମଚଣ୍ଡୀ ଥାନା ଅର୍ନ୍ତଗତ ବାରଙ୍ଗସ୍ଥିତ ପୁରୀ ଜେଲରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୀ ଜେଲ୍‌ରେ ଥିବା ଜଣେ ବିଚାରାଧୀନ…

କେନ୍ଦୁଝର ବିଜେଡିକୁ ଶକ୍ତ ଝଟକା, ୯ କାଉନସିଲରଙ୍କ ସାମୂହିକ ଇସ୍ତଫା

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି କେନ୍ଦୁଝରଗଡ ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନଙ୍କଙ୍କ ସହ ୯ ଜଣ ବିଜେଡି କାଉନସିଲର ସମୂହ ଇସ୍ତଫା ଘଟଣା ଚର୍ଚ୍ଚାର ବିଷୟ ହୋଇଛି…

ଲାଞ୍ଜିଗଡରେ ଅନନ୍ୟ ପରମ୍ପରା; ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ, ଭକ୍ତଙ୍କ ପିଠିରେ ଚଢ଼ି ଫେରିଲେ ମା’

ଲାଞ୍ଜିଗଡ,୨୯।୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡର ମା’ ଠାକରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ରବିବାର ମହା ସମାରୋହରେ ସମ୍ପନ୍ନ ହେଇଯାଇଛି । ଲାଞ୍ଜିଗଡ ଇଷ୍ଟଦେବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri