Posted inରାଜ୍ୟ

କର୍ମଜୀବୀ ମହିଳା ନିବାସ ଯୋଜନା ବାଟବଣା

ଭୁବନେଶ୍ୱର,୮ା୧୨(ବ୍ୟୁରୋ): ଭାରତର ସମ୍ବିଧାନ ନାରୀ ଓ ପୁରୁଷଙ୍କୁ ସମାନ ଅଧିକାର ଦେଇଛି। ସମୟ ବଦଳିବା ସହିତ ନାରୀ ଶିକ୍ଷାର ଉନ୍ନତି ଘଟିଛି। ମହିଳାମାନେ ସରକାରୀ ଓ ବେସରକାରୀ ସଂସ୍ଥାରେ ନିଯୁକ୍ତି ପାଇ ସ୍ବାବଲମ୍ବୀ ହୋଇଛନ୍ତି। ଜାତୀୟ ନମୁନା ସର୍ବେକ୍ଷଣର ଶ୍ରମ ଶକ୍ତି ସମ୍ପର୍କିତ ୨୦୧୭-୧୮ ରିପୋର୍ଟ ଅନୁଯାୟୀ ଓଡ଼ିଶାର ଗ୍ରାମାଞ୍ଚଳରେ ନିୟମିତ ମହିଳା ଶ୍ରମଜୀବୀଙ୍କ ସଂଖ୍ୟା ୨୦୧୧-୧୨ରେ ୩.୩% ଥିବା ବେଳେ ୨୦୧୭-୧୮ରେ ୯.୫%କୁ ବୃଦ୍ଧି ପାଇଛି । ସେହିପରି ସହରାଞ୍ଚଳରେ ୨୦୧୧-୧୨ରେ ୨୭.୧% ଥିବା ବେଳେ ୨୦୧୭-୧୮ରେ ୪୬.୫%କୁ ବୃଦ୍ଧି ପାଇଛି। ଗ୍ରାମାଞ୍ଚଳରୁ ବହୁ ସଂଖ୍ୟାରେ ମହିଳା କର୍ମ ସଂସ୍ଥାନ ପାଇଁ ସହରାଞ୍ଚଳକୁ ଏବଂ ସହରାଞ୍ଚଳରୁ ଗ୍ରାମାଞ୍ଚଳକୁ ଯାତାୟାତ ବୃଦ୍ଧି ପାଇଛି। ମାତ୍ର ସେମାନଙ୍କ ରହିବା ଲାଗି ନିର୍ମାଣ ହୋଇଥିବା କର୍ମଜୀବୀ ମହିଳା ହଷ୍ଟେଲ (ଡବ୍ଲ୍ୟୁଡବ୍ଲ୍ୟୁଏଚ୍‌) ସଂଖ୍ୟା କମିଛି। ଏହାସହ କେତେକ ହଷ୍ଟେଲ ରହଣି ଅନୁପଯୁକ୍ତ ଯୋଗୁ କର୍ମଜୀବୀ ମହିଳାମାନେ ସେଥିରେ ରହିବାକୁ ଅନାଗ୍ରହ ଦେଖାଉଛନ୍ତି। ସ୍ବଳ୍ପ ପାରିଶ୍ରମିକ ସତ୍ତ୍ୱେ ଭଡ଼ାଘରେ ରହିବାକୁ ବାଧ୍ୟ ହେଉଛନ୍ତି। ରାଜ୍ୟରେ ଯେଉଁ କେତୋଟି ନିବାସ ରହିଛି, ସେଗୁଡ଼ିକୁ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଛି। ହଷ୍ଟେଲ ନିର୍ମାଣରେ ବ୍ୟାପକ ଦୁର୍ନୀତି ହେଉଥିବା ବେଳେ ପୁରୁଣା ହଷ୍ଟେଲଗୁଡ଼ିକର ରକ୍ଷଣାବେକ୍ଷଣ ଅଭାବ, କର୍ମଚାରୀ ଅଭାବ, ହଷ୍ଟେଲ ପରିଚାଳନା କମିଟିର ଅଣଦେଖା ଏହି କେନ୍ଦ୍ରୀୟ ଯୋଜନାକୁ ବାଟବଣା କରିଦେଇଛି। ହଷ୍ଟେଲଗୁଡ଼ିକ ଯାଞ୍ଚ ନ ହେବା, କେନ୍ଦ୍ର ସରକାରଙ୍କୁ ରିପୋର୍ଟ ନ ଦେବା, ହଷ୍ଟେଲ ପରିଚାଳନା କମିଟି ବୈଠକ ରିପୋର୍ଟ ନ ଦେବାକୁ ନେଇ କମ୍ପ୍‌ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି।

ଭାରତ ସରକାର ୧୯୭୨-୭୩ରେ କର୍ମଜୀବୀ ମହିଳା ହଷ୍ଟେଲ ଯୋଜନା କାର୍ଯ୍ୟକାରୀ କରିଥିଲେ। ସହରାଞ୍ଚଳ, ଅର୍ଦ୍ଧସହରାଞ୍ଚଳ କିମ୍ବା ଗ୍ରାମାଞ୍ଚଳରେ କାର୍ଯ୍ୟରତା ମହିଳାଙ୍କ ପାଇଁ ନିରାପଦ ତଥା ସୁବିଧାଜନକ ଆବାସ ନିର୍ମାଣକୁ ପ୍ରୋତ୍ସାହିତ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରିଥିଲେ। ଏହି ଆବାସ ନିର୍ମାଣ ପାଇଁ କେନ୍ଦ୍ର ସରକାର ୬୦%, ରାଜ୍ୟ ଓ ପୌରସଂସ୍ଥା କିମ୍ବା ଉନ୍ନୟନ କର୍ତ୍ତୃପକ୍ଷ ଯଥାକ୍ରମେ ୧୫ ଓ ୨୫% ଲେଖାଏ ଖର୍ଚ୍ଚ ବହନ କରିବାକୁ ବ୍ୟବସ୍ଥା ରହିଛି। ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ କେନ୍ଦ୍ର ସରକାରଙ୍କ ମିଳିତ ସହଯୋଗରେ ହଷ୍ଟେଲ ନିର୍ମାଣ କରାଯାଉଛି। ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟରେ ୨୬୨୨ ଶଯ୍ୟା ବିଶିଷ୍ଟ ୩୬ଟି କର୍ମଜୀବୀ ମହିଳା ହଷ୍ଟେଲ ନିର୍ମାଣ କରାଯାଇଛି। ସେଥିରୁ କେବଳ ୧୨ଟି କାର୍ଯ୍ୟକ୍ଷମ ରହିଛି। ୩୬ଟି ନିବାସରୁ ୧୮ଟି ରାଜ୍ୟ ସରକାର, ୧୧ଟି ଏନ୍‌ଜିଓ ଦ୍ୱାରା ପରିଚାଳିତ ହେଉଛି। ଅବଶିଷ୍ଟ ୭ଟି ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଛି। ସିଏଜି ୩୪ଟି ହଷ୍ଟେଲର ଯାଞ୍ଚ କରିଥିଲେ। ବାଳିକା ଓ ମହିଳାମାନଙ୍କ ପାଇଁ ରାଜ୍ୟ ସରକାର ଓଡ଼ିଶା ରାଜ୍ୟ ନୀତି ୨୦୧୪ ପ୍ରଣୟନ କରିଛନ୍ତି। ଏହି ନିୟମାବଳୀ ଅନୁଯାୟୀ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ୨୦୧୪ ଫେବୃୟାରୀରୁ ୨୦୧୬ ସେପ୍ଟେମ୍ବର ମଧ୍ୟରେ କଳିଙ୍ଗନଗର, ଭୁବନେଶ୍ୱର ଗଙ୍ଗନଗର, ଝାରସୁଗୁଡ଼ା, ସମ୍ବଲପୁର, ବ୍ରହ୍ମପୁର, ରାଉରକେଲା, ଢେଙ୍କାନାଳ ଏବଂ ରାୟଗଡ଼ାଠାରେ ୮ଟି ନୂତନ କର୍ମଜୀବୀ ମହିଳା ହଷ୍ଟେଲ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏଥିପାଇଁ ବିଭାଗ ପକ୍ଷରୁ ମହିଳା ବିକାଶ ସମବାୟ ନିଗମ ସଂସ୍ଥାକୁ ୪୪.୧୯ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଅନୁପଯୁକ୍ତ ସ୍ଥାନ ଚୟନ ଯୋଗୁ ଗଙ୍ଗନଗର ହଷ୍ଟେଲ ନିର୍ମାଣ ବାବଦରେ ୩.୦୮ କୋଟି ଟଙ୍କା ଅପବ୍ୟୟ ହୋଇଥିବା ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ହଷ୍ଟେଲଗୁଡ଼ିକରେ ଆନୁଷଙ୍ଗିକ ବ୍ୟବସ୍ଥା ନ ଥିବାରୁ କର୍ମଜୀବୀ ମହିଳାମାନେ ସେଠାରେ ରହିବାକୁ ପସନ୍ଦ କରୁନାହାନ୍ତି। ୧୨ଟି ହଷ୍ଟେଲରୁ ୬ଟିରେ ୫୦%ରୁ କମ୍‌ ଦଖଲ ରହୁଛି। କେବଳ ସେତିକି ନୁହେଁ, କର୍ମଜୀବୀ ମହିଳା ହଷ୍ଟେଲକୁ ସରକାରୀ କାର୍ଯ୍ୟାଳୟ, ବିଏମ୍‌ସି ଓ୍ବାର୍ଡ କାର୍ଯ୍ୟାଳୟ, ନିୟନ୍ତ୍ରିତ ବଜାର କମିଟି, ମାନବ ସମ୍ବଳ ବିକାଶ କେନ୍ଦ୍ର, ଏଏନ୍‌ଏମ କେନ୍ଦ୍ର, ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ଭାବେ ଏବଂ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଛି। ଅନ୍ୟାନ୍ୟ ଉଦ୍ଦେଶ୍ୟରେ ହଷ୍ଟେଲଗୁଡ଼ିକୁ ବ୍ୟବହାର କରିବା ଦ୍ୱାରା କର୍ମଜୀବୀ ମହିଳାମାନେ ସୁବିଧା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ପ୍ରଥମ କିସ୍ତି ମିଳିବାର ୨୪ ମାସ ମଧ୍ୟରେ ହଷ୍ଟେଲ ନିର୍ମାଣ ନ କରିବାରୁ ୬ଟି ହଷ୍ଟେଲ ନିର୍ମାଣ ବିଳମ୍ବ ସତ୍ତ୍ୱେ ନିର୍ମାଣକାରୀ ସଂସ୍ଥାକୁ ୧.୧୮ କୋଟି ଟଙ୍କା ପ୍ରଦାନ କରାଯାଇଛି। ହଷ୍ଟେଲଗୁଡ଼ିକ ବହୁ ପୁରୁଣା ହୋଇଥିଲେ ମଧ୍ୟ ସେଗୁଡ଼ିକର ରକ୍ଷଣାବେକ୍ଷଣ କରାଯାଉ ନାହିଁ। ହଷ୍ଟେଲଗୁଡ଼ିକର ପରିଚାଳନା କାର୍ଯ୍ୟ ତଦାରଖ କରିବାକୁ ଗଠନ କରାଯାଇଥିବା କମିଟି ବୈଠକ ହେଉ ନ ଥିବା ସିଏଜି ଉଲ୍ଲେଖ କରିଛନ୍ତି। ପ୍ରତି ୧୫ ଦିନରୁ ୪୦ ଦିନ ମଧ୍ୟରେ ଥରେ ବୈଠକ ବସିବାକୁ ନିୟମ ଥିବା ବେଳେ ଗଞ୍ଜାମ, ସୁନ୍ଦରଗଡ଼, ଖୋର୍ଦ୍ଧା ଜିଲାର କେତେକ ହଷ୍ଟେଲରେ ୫ ବର୍ଷରେ ଥରେ ମଧ୍ୟ ବୈଠକ ବସି ନାହିଁ।
ଅନାଥ ଶିଶୁଙ୍କୁ ଧ୍ୟାନ ନାହିଁ
ଶିଶୁ ସୁରକ୍ଷା ଯୋଜନାରେ ହୋଇଥିବା ଉଦାସୀନତାକୁ ନେଇ ସିଏଜି ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ମାତାପିତାଙ୍କୁ ହରାଇଥିବା ପିଲାମାନଙ୍କର ଯତ୍ନପାଇଁ ୨୦୦୯ରେ କେନ୍ଦ୍ର ପ୍ରାୟୋଜିତ ଯୋଜନା ସମନ୍ବିତ ଶିଶୁ ସୁରକ୍ଷା ଯୋଜନା କାର୍ଯ୍ୟକାରୀ ହୋଇଥିଲା। ତେବେ ରାଜ୍ୟରେ ଏହି ଯୋଜନା ବାଟବଣା ହୋଇଥିବା ସିଏଜି ଜାଣିବାକୁ ପାଇଛନ୍ତି। ପିଲାମାନଙ୍କର ସ୍ଥିତିଗତ ବିଶ୍ଳେଷଣ ହେଉ ନ ଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଣ୍ଠିର ସୁବିନିଯୋଗ ହେଉନାହିଁ। ପିଲାମାନଙ୍କର ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ ଦିଆଯାଉ ନାହିଁ। କର୍ମଚାରୀଙ୍କ ଅଭାବ ଯୋଗୁ ପିଲାମାନଙ୍କର ମଧ୍ୟ ଯତ୍ନ ଠିକ୍‌ ଭାବେ ନିଆଯାଉ ନାହିଁ। ଜିଲା ଯାଞ୍ଚ କମିଟି ଦ୍ୱାରା ଯାଞ୍ଚ ଅଭାବ ସାଙ୍ଗକୁ ରାଜ୍ୟସ୍ତରୀୟ କମିଟି ବୈଠକ ବସୁ ନ ଥିବା ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

ଋଷିକୂଲ୍ୟା ରେଳ ବ୍ରିଜ ଉପରେ ଚଢ଼ିଗଲେ ଯୁବକ, ଓହ୍ଲାଇବାକୁ ନାକେଦମ ହେଲା ପୋଲିସ, ସ୍ଥାନୀୟ ଲୋକେ ପହଞ୍ଚି… 

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ ): ମାନସିକ ବିକୃତ ଯୁବକଙ୍କ ଉନ୍ମତ କାଣ୍ଡ। ତାଙ୍କ ପାଇଁ ନାକେଦମ ହେଲା ପୋଲିସ। ଏଭଳି ଏକ ଘଟଣା ଶନିବାର ଅପରାହ୍ନରେ ଗଞ୍ଜାମରେ...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

ଗୁଲୁଆ-ବର୍ଷା: ଶ୍ୱଶୁରଙ୍କୁ କାନ୍ଦି କାନ୍ଦି ନେହୁରା ହେଉଛନ୍ତି ବର୍ଷା, ଭାଇରାଲ ହେଉଛି ଅଡିଓ…

ଭୁବନେଶ୍ୱର,୨୭।୧୨:ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଅଲଗା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri