ଭାରତୀୟ ଦର୍ଶନରେ କର୍ମବାଦ

ରତୀୟ ସଂସ୍କୃତିରେ ଦର୍ଶନକୁ ତତ୍ତ୍ୱଜ୍ଞାନ ବା ଆଧ୍ୟାତ୍ମିକ ବିଦ୍ୟା ବୋଲି ଅଭିହିତ କରାଯାଏ। ଦର୍ଶନର ଆକ୍ଷରିକ ଅର୍ଥ ହେଉଛି ‘ପ୍ରଜ୍ଞାନୁରାଗ’। ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ମତରେ ଦର୍ଶନ ହେଉଛି ବାସ୍ତବତାର ସମ୍ପର୍କରେ ଏକ ଯୁକ୍ତିଯୁକ୍ତ ସମସ୍ୟା। ଭାରତୀୟ ଦର୍ଶନରେ ମାନସିକ, ସାମାଜିକ, ଆଧ୍ୟାତ୍ମିକ ତଥା ନୈତିକ ଶକ୍ତିର ବିକାଶ ଘଟିଥାଏ। ମନୁଷ୍ୟ ଜୀବନର ପୂର୍ଣ୍ଣାଙ୍ଗ ବିକାଶ ନିମନ୍ତେ ଦର୍ଶନ ଏକ ଜୀବନବ୍ୟାପୀ ପ୍ରକ୍ରିୟା। ଭାରତୀୟ ଦର୍ଶନ କର୍ମବାଦରେ ଗଭୀରଭାବେ ବିଶ୍ୱାସ ରଖେ। ଯେଉଁଭଳି କର୍ମ ତଦନୁଯାୟୀ ନିଶ୍ଚିତ ଫଳ ହେଉଛି କର୍ମବାଦର ମୂଳଖାତା। କୃତକର୍ମର ଫଳ ନଷ୍ଟ ହୁଏ ନାହିଁ ଓ ଅକୃତକର୍ମର ଫଳ ଲାଭ ହୁଏନାହିଁ। ଭାରତୀୟ ଦର୍ଶନରେ କେବଳ କର୍ମବାଦ ସୀମିତ ନୁହେଁ। ଏହା ସମଗ୍ର ଜାତୀୟ ଜୀବନକୁ ପ୍ରଭାବିତ କରିଛି। ସାଧାରଣରୁ ଅତିସାଧାରଣ ଲୋକଟିଏ ଏଥିରେ ଗଭୀର ବିଶ୍ୱାସ ରଖେ। ଏହି ବିଶ୍ୱାସ ଅନୁଯାୟୀ ନିଜ ଜୀବନକୁ ପରିଚାଳିତ କରିବାରେ ପ୍ରୟାସକରେ। ଭାରତୀୟ ପ୍ରାୟ ସମସ୍ତ ଦାର୍ଶନିକ ସମ୍ପ୍ରଦାୟ କର୍ମବାଦକୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ବିଶ୍ୱାସ କରନ୍ତି। ବୌଦ୍ଧଧର୍ମଠାରୁ ଆରମ୍ଭ କରି ବେଦାନ୍ତ ପର୍ଯ୍ୟନ୍ତ ସମସ୍ତେ କର୍ମବାଦ ଉପରେ ବିଶ୍ୱାସ ରଖିଥାନ୍ତି।
କର୍ମ ତିନି ପ୍ରକାରର। ସଞ୍ଚିତ କର୍ମ, ପ୍ରାରବ୍ଧ କର୍ମ ଓ କ୍ରିୟମାଣ କର୍ମ। ଯେଉଁ କର୍ମ ପୁର୍ବଜନ୍ମରେ, ଯାହାର ଫଳଭୋଗ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ, ତାହା ସଞ୍ଚିତ କର୍ମ। ଯେଉଁ କର୍ମର ଫଳଭୋଗ ଆରମ୍ଭ ହୋଇଛି, ତାହାକୁ ପ୍ରାରବ୍ଧ କର୍ମ କୁହାଯାଏ। ପ୍ରାରବ୍ଧ କର୍ମର ଫଳଭୋଗ ପାଇଁ ଆମେ ଶରୀର ଧାରଣ କରିଛୁ। ଏହି ଜୀବନରେ ବର୍ତ୍ତମାନ ଆମେ ଯେଉଁ କର୍ମକରିଛୁ, ତାହାକୁ କ୍ରିୟମାଣ କର୍ମ କୁହାଯାଏ। ଭାରତୀୟ ଦର୍ଶନ କର୍ମବାଦର ଉଭୟତାତ୍ତ୍ୱିକ ଓ ବ୍ୟବହାରିକ ଦିଗ ପ୍ରତି ଗୁରୁତ୍ୱ ଦିଏ। ପାଶ୍ଚାତ୍ୟ ଦର୍ଶନ ସତ୍ୟକୁ ଜାଣିବାକୁ ଚେଷ୍ଟାକରେ, କିନ୍ତୁ ଭାରତୀୟ ଦର୍ଶନ ସତ୍ୟକୁ ଜାଣିବା ସହ ଜୀବନର ସତ୍ୟକୁ ପ୍ରତିଷ୍ଠା କରିବାର ଲକ୍ଷ୍ୟ ରଖେ। ଏହା କେବଳ ତତ୍ତ୍ୱଚର୍ଯ୍ୟା ନୁହେଁ, ଜୀବନଚର୍ଯ୍ୟା ମଧ୍ୟ। ଭାରତୀୟ ଆଦର୍ଶ ଭାରତୀୟଙ୍କ ଜୀବନ ଧର୍ମ ପାଲଟି ଯାଏ। ଭାରତରେ ନୀତିଶାସ୍ତ୍ର ଓ ଧର୍ମ ଦର୍ଶନଠାରୁ ପୃଥକ ଭାବେ କିମ୍ବା ସ୍ବାଧୀନ ଭାବେ କୌଣସି ବିଷୟ ଆଲୋଚିତ ହୋଇ ନାହିଁ। ଭାରତୀୟ ଦର୍ଶନରେ ଧର୍ମ ଓ ନୈତିକତାର ଏକତ୍ର ବିକାଶ ଘଟିଛି। ସେଥି ପାଇଁ କୁହାଯାଏ – ଭୋଗ ବା ଇନ୍ଦ୍ରିୟ ଲାଳସା ପରିତୃପ୍ତିକୁ ଆଦର୍ଶକଲେ, ଜୀବନର କଲ୍ୟାଣ ଅସମ୍ଭବ ଏବଂ ସମାଜରେ ଅରାଜକତା ଅବଶ୍ୟମ୍ଭାବୀ। ଭାରତୀୟ ଦାର୍ଶନିକମାନେ ନୈତିକ ଆଦର୍ଶ ସହିତ ଆଧ୍ୟାତ୍ମିକତାକୁ ଏକତ୍ର ଯୁକ୍ତ କରିଥିବାରୁ ନୈତିକ ପରମାଦର୍ଶ ସମ୍ବନ୍ଧରେ ସେମାନଙ୍କ ଭିତରେ ବିଶେଷ ମତବାଦ ଦେଖାଯାଏ ନାହିଁ। ବ୍ୟକ୍ତିର ଜୀବନକୁ ସୁସ୍ଥ, ସୁଶୃଙ୍ଖଳା କରିବା ଓ ସାମାଜିକ କଲ୍ୟାଣ ପ୍ରତିଷ୍ଠା କରିବା ସବୁ ଭାରତୀୟ ଦାର୍ଶନିକଙ୍କ ପ୍ରାଥମିକତା।
ଶ୍ରୀମଦ୍‌ ଭଗବଦ୍‌ ଗୀତା, ମହାଭାରତ ଯୁଦ୍ଧ ପରିପ୍ରେକ୍ଷୀରେ ଶ୍ରୀକୃଷ୍ଣ ଧନୁର୍ଦ୍ଧର ଅର୍ଜୁନଙ୍କୁ ଦେଇଥିବା ଉପଦେଶ ଏକାଧାରରେ ଏକ ଜୀବନ ଶାସ୍ତ୍ର, ଧର୍ମଶାସ୍ତ୍ର ତଥା ନୀତିଶାସ୍ତ୍ର। ଗୀତାରେ ୧୮ଟି ଅଧ୍ୟାୟ ମଧ୍ୟରୁ ଦ୍ୱିତୀୟ ଅଧ୍ୟାୟ ‘ସାଂଖ୍ୟଯୋଗ’ରେ ଅର୍ଜୁନଙ୍କୁ ଶ୍ରୀକୃଷ୍ଣ କର୍ମସମ୍ପାଦନା ସମ୍ପର୍କରେ ଯେଉଁ ଉପଦେଶ ଦେଇଛନ୍ତି ତାହା ହେଉଛି – କର୍ମଯୋଗ। ମହାଭାରତର ମହାସମରର ପ୍ରଥମ ଦିନରେ ପାଣ୍ଡବ ସେନାର ସେନାପତି ଅର୍ଜୁନ ସମ୍ମୁଖରେ ସ୍ବଜନମାନଙ୍କୁ ଦେଖି କିଂକର୍ତ୍ତବ୍ୟବିମୂଢ଼ ହୋଇଥିଲେ। ଯୁଦ୍ଧ କରିବାକୁ ପ୍ରବର୍ତ୍ତାଇବା ଉଦ୍ଦେଶ୍ୟରେ ତାଙ୍କୁ କର୍ମର ଜଟିଳ ତତ୍ତ୍ୱକୁ ବ୍ୟାଖ୍ୟା କରି ଶ୍ରୀକୃଷ୍ଣ କହିଛନ୍ତି, ଜୀବନ କର୍ମମୟ ଏବଂ ଜୀବନରେ ଏପରି ମୁହୂର୍ତ୍ତ ନାହିଁ, ଯେଉଁଠି କର୍ମ ନାହିଁ। କର୍ମ ହିଁ ଜୀବନ। କେବଳ ମୃତ୍ୟୁରେ ହିଁ କର୍ମରୁ ମୁକ୍ତି। ନିଜର ଧର୍ମାନୁସାରେ କର୍ତ୍ତବ୍ୟ କରିଚାଲିବା ମାନବ ଜୀବନର ଏକମାତ୍ର ଉଦ୍ଦେଶ୍ୟ। ଯୁଦ୍ଧରେ ପ୍ରିୟଜନଙ୍କ ମୃତ୍ୟୁ ଆଶଙ୍କା ଅର୍ଜୁନଙ୍କୁ ବିଚଳିତ କରୁଥିଲା। ଅର୍ଜୁନଙ୍କୁ ଏହି ମାନସିକ ଅବସ୍ଥାରୁ ଉଦ୍ଧାର କରିବା ପାଇଁ ଶ୍ରୀକୃଷ୍ଣ ପ୍ରଥମେ ତାଙ୍କୁ ଆତ୍ମ ତତ୍ତ୍ୱ ଓ ସ୍ବଧର୍ମ ପାଳନର ଉପଦେଶ ଦେଇଥିଲେ। କିନ୍ତୁ ଅର୍ଜୁନଙ୍କୁ ଶ୍ରୀକୃଷ୍ଣଙ୍କ କଥା ପରିବର୍ତ୍ତନ କରି ପାରି ନ ଥିଲା। ଅର୍ଜୁନଙ୍କ ଏହି ମାନସିକ ଅବସ୍ଥାର କାରଣ ଥିଲା ତାଙ୍କର ଆତ୍ମାଭିମାନ। ସେ ନିଜକୁ କର୍ତ୍ତା ମଣୁଥିଲେ। ଯୁଦ୍ଧରେ ଯେତେ ରକ୍ତପାତ ଓ ପ୍ରାଣହାନି ଘଟିବ, ତାହା ତାଙ୍କୁ ପାପ ଫଳ ଭୋଗ କରିବାକୁ ଦେବ ବୋଲି ସେ ଚିନ୍ତା କରୁଥିଲେ। ଅପର ପକ୍ଷରେ ଯୁଦ୍ଧକ୍ଷେତ୍ର ତ୍ୟାଗକରି ଯିବା ଯୋଦ୍ଧା କ୍ଷେତ୍ରରେ ଅତ୍ୟନ୍ତ ଅଶୋଭନୀୟ ହେବ, ଏକଥା ବି ଭାବୁଥିଲେ। ଏହି ଦ୍ୱନ୍ଦ୍ୱରୁ ମୁକୁଳିବା ପାଇଁ ଶ୍ରୀକୃଷ୍ଣ ତାଙ୍କୁ କାମନା ବାସନା ତ୍ୟାଗକରି, କର୍ତ୍ତୃତ୍ୱର ଅଭିମାନ ପରିହାର କରି, କିଭଳି କର୍ମ କରାଯାଇ ପାରିବ, ତାହା ବୁଝାଇ ଦେଲେ। ଫଳରେ ଆଶା ନ ରଖି ସମ୍ପୂର୍ଣ୍ଣ ନିରାସକ୍ତଭାବେ କାର୍ଯ୍ୟ କରିବା ହିଁ ପ୍ରକୃତ କର୍ମଯୋଗ। ଶ୍ରୀକୃଷ୍ଣଙ୍କ ଏହି ବାଣୀ ଅର୍ଜୁନଙ୍କ ପାଇଁ କେବଳ ନ ଥିଲା, ବରଂ ପଥ ହୁଡୁଥିବା ଦିଗହରା ମଣିଷ ପାଇଁ ଏହା ମାର୍ଗ ଦର୍ଶନ ଥିଲା।
ଭାରତୀୟ ଦର୍ଶନରେ ଯେଉଁ ଦୁଇ ପ୍ରକାର କର୍ମ କଥା କୁହାଯାଇଛି, ତାହା ସକାମ ଓ ନିଷ୍କାମ କର୍ମ। ଯେଉଁକର୍ମ ଫଳପ୍ରାପ୍ତିର ଆକାଂକ୍ଷା ରଖେ ତାହା ସକାମ କର୍ମ। କିନ୍ତୁ କର୍ମଟି କରିବା ପରେ ଯଦି କର୍ତ୍ତା ତା’ର ଈପ୍‌ସିତ ଫଳ ନ ଥାଏ, ତେବେ ଯନ୍ତ୍ରଣା ଭୋଗକରେ । ଅପର ପକ୍ଷରେ ନିଷ୍କାମ କର୍ମରେ କୌଣସି ଫଳ ଭୋଗର ଇଚ୍ଛା ଜଡିତ ନ ଥାଏ। ନିଷ୍କାମ କର୍ମ ନୈତିକ ଜୀବନର ସର୍ବଶ୍ରେଷ୍ଠ ଲକ୍ଷ୍ୟ। ଭାରତୀୟ ଦର୍ଶନରେ ନିଷ୍କାମ କର୍ମର ତିନୋଟି ଲକ୍ଷଣ ଅଛି। ପ୍ରଥମତଃ ଆକାଂକ୍ଷା ବର୍ଜନ କରିବା ଆବଶ୍ୟକ। ଦ୍ୱିତୀୟରେ କର୍ତ୍ତୃତ୍ୱାଭିମାନ ତ୍ୟାଗ କରିବା। ଶେଷରେ ନିଜର ସମସ୍ତ କର୍ମଫଳ ଈଶ୍ୱରଙ୍କୁ ସମର୍ପଣ କରିଦେବା ଉଚିତ। ଭଗବଦ୍‌ଗୀତା ଭାରତୀୟ ଦର୍ଶନର ମୂଳମନ୍ତ୍ର। ପ୍ରଭୁ ଶ୍ରୀକୃଷ୍ଣଙ୍କ ଅମୃତବାଣୀ କେବଳ ଅର୍ଜୁନ କାହିଁକି ସମ୍ପୂର୍ଣ୍ଣ ମାନବ ସମାଜକୁ ଚିରକାଳ ବୁଦ୍ଧିଦୀପ୍ତ କରିଅଛି। କର୍ମରେ ମଣିଷର ଅଧିକାର ଅଛି। କଦାପି କର୍ମଫଳରେ ନାହିଁ।
ଭାରତୀୟ ଦର୍ଶନ କେତୋଟି ସ୍ବତନ୍ତ୍ର ଗୁଣର ଅଧିକାରୀ ହୋଇଥିବାରୁ ଏହା ବିଶ୍ୱର ଅନ୍ୟ ଦାର୍ଶନିକ ଧାରାମାନଙ୍କଠାରୁ ନିଜର ସ୍ବତନ୍ତ୍ରତା ବଜାୟ ରଖିଛି। ଭାରତୀୟ ଦର୍ଶନ କର୍ମବାଦ ଓ ଉଦାରତାକୁ ବ୍ୟାପକ କରି ସାରା ବିଶ୍ୱରେ ନିଜର ସ୍ଥିତି ସୁଦୃଢ଼ କରି ବିଶ୍ୱବାସୀଙ୍କୁ କର୍ମବାଦର ପ୍ରେରଣା ଯୋଗାଇଛି।

ଡ.ଚନ୍ଦ୍ରକଳା ନାୟକ
ଅଧ୍ୟାପିକା, ମହାପୁରୁଷ ହାଡିଦାସ ମହାବିଦ୍ୟାଳୟ, ଛତିଆ, ଯାଜପୁର
ମୋ: ୯୪୩୭୯୫୭୬୧୭


Enter your email to get our daily news in your inbox.

All Right Reserved By Dharitri.Com

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକଙ୍କ ବଡ଼ ବୟାନ, ଯଦି ଆମକୁ ହୃଦୟ ଭାଙ୍ଗିବାକୁ ପଡ଼େ…

ଅହମଦାବାଦ,୭।୩: ଟୁର୍ନାମେଣ୍ଟ ଜିତିବା ପାଇଁ ଆମେ ଫେଭରାଇଟ୍‌ ଦଳ ନୁହେଁ। କିନ୍ତୁ ଥରେ ଟ୍ରଫି ଉଠାଇବା ପାଇଁ ଯଦି ଆମକୁ କିଛି ହୃଦୟ ଭାଙ୍ଗିବାକୁ ପଡ଼େ, ତେବେ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri