ଭଉଣୀ ପାଳିଲେ ଭାଇ ଜିଉନ୍ତିଆ

କର୍ଲାମୁଣ୍ଡା,୨୨।୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ସାଧାରଣ ପାରେଡ଼ ପଡ଼ିଆରେ କର୍ଲାମୁଣ୍ଡା ଦୁର୍ଗାପୂଜା ବ୍ଲକ କମିଟି ପକ୍ଷରୁ ଧୁମ୍‌ଧାମରେ ପୂଜାର୍ଚ୍ଚନା କରାଯାଉଛି। ପଡ଼ାର ଶତାଧିକ ଭଉଣୀ ଭାଇଙ୍କ ଶୁଭ କାମନା କରି ଭାଇଜିଉନ୍ତିଆ ବ୍ରତ ପାଳନ କରିଥିଲେ। ଏହି ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ମୁଖ୍ୟ ପୂଜକ ଭାବେ ପଣ୍ଡିତ ଚିତ୍ର ସେନ ଦାଶ ରହିଥିବା ବେଳେ ସହଯୋଗୀ ପୂଜକ ଭାଗିରଥି ପୂଜାକାର୍ଯ୍ୟ କରୁଛନ୍ତି। କର୍ତ୍ତା ଭାବେ ଘନଶ୍ୟାମ ସାହୁ ଓ ହସ୍ତନି ସାହୁ ପୂଜାକାର୍ଯ୍ୟ ସମ୍ପାଦନ କରୁଛନ୍ତି। ଏଠାରେ ପ୍ରଥମ ଥର ପାଇଁ ମୂର୍ତ୍ତି ପୂଜା ଆରମ୍ଭ ହୋଇଥିବାରୁ କମିଟି କର୍ମକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।