‘ଜବ ଓ୍ବି ମେଟ’ର ସିକ୍ୱେଲରେ ନଜର ଆସିବେ କରିସ୍ମା

ମୁମ୍ବାଇ: ଫିଲ୍ମ ‘ଜବ ଓ୍ବି ମେଟ’ର ଦ୍ବିତୀୟ ଭାଗ ତିଆରି ହେବାକୁ ଯାଉଛି। କିନ୍ତୁ ଏଥର ଅଭିନେତ୍ରୀ କରୀନାଙ୍କ ପରିବର୍ତ୍ତେ ଅଭିନେତ୍ରୀ କରିସ୍ମା ଏହି ଫିଲ୍ମରେ ଅଭିନୟ କରିବେ। ତାଙ୍କର ଜଲଓ୍ବାକୁ ଦେଖିବାକୁ ବସିଛନ୍ତି ଦର୍ଶକ। ତେବେ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି କରିସ୍ମା ଏହି ଖୁସି ଖବର ଜଣାଇଛନ୍ତି । ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରୁହନ୍ତି ସେ। ଅନେକ ସମୟରେ ତାଙ୍କର ଫଟୋ, ଭିଡିଓ ଶେୟାର କରି ତାଙ୍କ ଫ୍ୟାନ୍ସଙ୍କ ସହ ଯୋଡ଼ି ହୋଇରୁହନ୍ତି।
ନିକଟରେ ସେ ଇନଷ୍ଟାଗ୍ରାମରେ ଶେୟାର କରିଥିବା ଭିଡିଓରେ ସେ କରିନାଙ୍କ ସହ ଫୋନରେ କଥା ହୋଇ କହୁଛନ୍ତି ଯେ, ତୁମକୁ ବିଶ୍ୱାସ ହେବ ନାହିଁ ମୁଁ ‘ଜବ ଓ୍ବି ମେଟ’ କରିବାକୁ ଯାଉଛି । ଆଜିକାଲି ୯୦ ଦଶକର ଫିଲ୍ମ ଏତେ ଥ୍ରୋବ୍ୟାକ୍‌ ହୋଇଯାଇଛି ଯେ ମୋତେ ସେହି ଦିନର କଥା ମନେ ପଡୁଛି ସେ କହିଛନ୍ତି।

 

Share