ସ୍ବାମୀଙ୍କ ମୃତ୍ୟୁରେ ଭାଙ୍ଗିପଡ଼ିଛନ୍ତି କରିସ୍ମା: ଶେଷବିଦାୟ ଦେବାକୁ ବାହାରିଲେ

ବଲିଉଡ୍‌ ଅଭିନେତ୍ରୀ କରିସ୍ମା କୁପରଙ୍କ ପୂର୍ବତନ ସ୍ବାମୀ ତଥା ଶିଳ୍ପପତି ସଞ୍ଜୟ କପୁରଙ୍କ ମୃତ୍ୟୁ ପରେ ପ୍ରଥମ ଥର ପାଇଁ ସର୍ବସାଧାରଣରେ ନଜର ଆସିଛନ୍ତି। ଗୁରୁବାର ସେ ତାଙ୍କ ପିଲା ସମାଇରା ଏବଂ କିୟାନଙ୍କ ସହ ମୁମ୍ବାଇର ଏକ ଘରୋଇ ବିମାନବନ୍ଦରରେ ଦେଖାଯାଇଥିଲା। ସେ ଦିଲ୍ଲୀରେ ସଞ୍ଜୟଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ମୁମ୍ବାଇ ଛାଡି ଯାଉଛନ୍ତି। ଏହି ଅବସରରେ ତାଙ୍କୁ ସମର୍ଥନ କରିବା ପାଇଁ ଭଉଣୀ କରୀନା କପୁର ଏବଂ ସୈଫ ଅଲ୍ଲୀ ଖାନ ମଧ୍ୟ ତାଙ୍କ ସହିତ ଅଛନ୍ତି। ସେମାନଙ୍କୁ ମୁମ୍ବାଇର ସେହି ବିମାନବନ୍ଦରରେ ମଧ୍ୟ ଦେଖିବାକୁ ମିଳିଥିଲା। ସଞ୍ଜୟଙ୍କ ଶେଷକୃତ୍ୟ ଆଜି କରାଯିବ।

ସଞ୍ଜୟଙ୍କ ମୃତ୍ୟୁ ଜୁନ ୧୨ରେ ଲଣ୍ଡନରେ ଏକ ପୋଲୋ ମ୍ୟାଚ ଖେଳୁଥିବା ସମୟରେ ହୋଇଥିଲା। କୁହାଯାଉଛି ଯେ ତାଙ୍କ ହୃଦଘାତ ହୋଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁ ପଛର ସଠିକ କାରଣ ସ୍ପଷ୍ଟ ହୋଇନାହିଁ। କରିସ୍ମା ଏବେ ସ୍ବାମୀଙ୍କୁ ଶେଷ ବିଦାୟ ଦେବାକୁ ଦିଲ୍ଲୀ ଏବଂ ତାଙ୍କ ଦୁଇ ପିଲାଙ୍କୁ ମୁମ୍ବାଇର ଏକ ଘରୋଇ ବିମାନବନ୍ଦରରେ ଦେଖାଯାଇଥିଲା। ସୋସିଆଲ ମିଡିଆରେ ପ୍ରକାଶିତ ଏକ ଭିଡିଓରେ କରିସ୍ମାଙ୍କୁ ଧଳା ସୁଟ ପିନ୍ଧିଥିବା, ତାଙ୍କ ପୁଅ କିୟାନ ଧଳା କୁର୍ତ୍ତା-ପାଇଜାମା ପିନ୍ଧିଥିବା ଏବଂ ଝିଅ ସମାଇରା ମଧ୍ୟ ଧଳା ସୁଟ ପିନ୍ଧିଥିବା ଦେଖିବାକୁ ମିଳିଛି। କରିସ୍ମା ସଞ୍ଜୟଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ଇଥିବା ସ୍ପଷ୍ଟ ବାରିହୋଇଏମାନଙ୍କ ବ୍ୟତୀତ କରୀନା କପୁର ଏବଂ ସୈଫ ଅଲ୍ଲୀ ଖାନଙ୍କୁ ମଧ୍ୟ ଧଳା ପୋଷାକରେ ଦେଖିବାକୁ ମିଳିଥିଲା। ସେମାନଙ୍କୁ ଶୀଘ୍ର ବିମାନବନ୍ଦର ଭିତରକୁ ଯାଉଥିବାର ଦେଖାଯାଇଥିଲା।

ସଞ୍ଜୟ କପୁରଙ୍କ ଅନ୍ତିମ ସଂସ୍କାର ଗୁରୁବାର ସନ୍ଧ୍ୟା ୫ଟାରେ ନୂଆଦିଲ୍ଲୀର ଲୋଧି ରୋଡ ଶ୍ମଶାନରେ ଅନୁଷ୍ଠିତ ହେବ। ତାଙ୍କ ପରିବାର ଏକ ପ୍ରେସ ନୋଟ ଜାରି କରି ଅନ୍ତିମ ସଂସ୍କାର ବିଷୟରେ ସୂଚନା ଦେଇଥିଲେ। କିଛି ଆଇନଗତ ଔପଚାରିକତା, ବିଶେଷକରି ତାଙ୍କ ଆମେରିକୀୟ ନାଗରିକତା ଯୋଗୁ ଅନ୍ତିମ ସଂସ୍କାର ବିଳମ୍ବିତ ହୋଇଥିବା କୁହାଯାଇଥିଲା। ଏହା ବ୍ୟତୀତ ଜୁନ ୨୨ ତାରିଖରେ ଦିଲ୍ଲୀର ତାଜ ପ୍ୟାଲେସ ହୋଟେଲରେ ଏକ ପ୍ରାର୍ଥନା ସଭା ଅନୁଷ୍ଠିତ ହେବ। ନୋଟରେ ସଞ୍ଜୟଙ୍କ ମା’ ରାଣୀ ସୁରିନ୍ଦର କପୁର, ପତ୍ନୀ ପ୍ରିୟା ଏବଂ ପିଲା ଆଜାରିଅସ୍‌ଙ୍କ ନାମ ରହିଛି। ଏହା ସହିତ, ତାଙ୍କ ପୂର୍ବତନ ପତ୍ନୀ କରିସ୍ମା ଏବଂ ସେମାନଙ୍କ ପିଲାମାନେ ସମାଇରା ଏବଂ କିୟାନ ନାଁ ମଧ୍ୟ ଉଲ୍ଲେଖ କରାଯାଇଛି।

ସଞ୍ଜୟ କପୁର ୨୦୦୩ ମସିହାରେ କରିସ୍ମା କପୁରଙ୍କୁ ବିବାହ କରିଥିଲେ ଏବଂ ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି, ସମାଇରା(୧୯ ବର୍ଷ) ଏବଂ କିୟାନ (୧୩ ବର୍ଷ)। ଏହି ଦମ୍ପତି ୨୦୧୬ ମସିହାରେ ଛାଡପତ୍ର ନେଇଥିଲେ। ପରେ ୨୦୧୭ରେ ସଞ୍ଜୟ ପ୍ରିୟା ସଚଦେବଙ୍କୁ ବିବାହ କରିଥିଲେ, ତାଙ୍କର ଏକ ପୁଅ ଅଜାରିଅସ ଅଛି।

 

View this post on Instagram

 

A post shared by Instant Bollywood (@instantbollywood)


Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକଙ୍କ ବଡ଼ ବୟାନ, ଯଦି ଆମକୁ ହୃଦୟ ଭାଙ୍ଗିବାକୁ ପଡ଼େ…

ଅହମଦାବାଦ,୭।୩: ଟୁର୍ନାମେଣ୍ଟ ଜିତିବା ପାଇଁ ଆମେ ଫେଭରାଇଟ୍‌ ଦଳ ନୁହେଁ। କିନ୍ତୁ ଥରେ ଟ୍ରଫି ଉଠାଇବା ପାଇଁ ଯଦି ଆମକୁ କିଛି ହୃଦୟ ଭାଙ୍ଗିବାକୁ ପଡ଼େ, ତେବେ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ସେମିଫାଇନାଲରେ ପହଞ୍ଚିଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ୍‌,୭ା୩:ଭାରତର ଲକ୍ଷ୍ୟ ସେନ୍‌ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ସଂସ୍କରଣରେ ରନର-ଅପ୍‌ ବିଶ୍ୱର ୧୨ତମ ମାନ୍ୟତାପ୍ରାପ୍ତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri