ବାହା ହେବେ କରିସ୍ମା!

ମୁମ୍ବାଇ: ବଲିଉଡର ବହୁ ଚର୍ଚ୍ଚିତ ଯୋଡି ଆଲିଆ-ରଣବୀର ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି । ଏପ୍ରିଲ ୧୪ରେ ଆଲିଆ କପୁର ବଂଶର ବୋହୂ ସାଜିଛନ୍ତି । ଯଦିଓ ଏହା ହାତଗଣତି ଅତିଥିଙ୍କ ମେଳରେ ସମ୍ପନ୍ନ ହୋଇଛି ତଥାପି ଏହି ବିବାହ ଖୁବ ଧୁମଧାମରେ ହୋଇଛି । ଏବେ ଆଲୋଚନା ହେଉଛିକି କପୁର ପରିବାରରେ ଖୁବଶୀଘ୍ର ଆଉ ଏକ ବିବାହ ହେବାକୁ ଯାଉଛି । ଏହା କାହାଣୀ ପରି ଲାଗୁଛି ନିଶ୍ଚୟ । କଥା ହେଲା କରିସ୍ମା କପୁର କୁଆଡେ ପୁଣି ବଧୂ ବେଶରେ ସଜେଇ ହେବେ । ତେବେ ମୂଳ ଘଟଣା ଶୁଣିଲେ ସାମାନ୍ୟ ଭୃକୁଞ୍ଚନ ହେବ ନିଶ୍ଚୟ । ଆଲିଆ-ରଣବୀର ପଞ୍ଜାବି ରିତିନୀତି ଅନୁଯାୟୀ ବିବାହ କଲେ । ଏହି ପଞ୍ଜାବି ନିୟମରେ କଲିରୋର ଏକ ରସମ ରହିଛି । ଯେଉଁଥିରେ ବୋହୂ ଜୁଡା ସହ କଲିରେ ପିନ୍ଧିଥାଆନ୍ତି । ଏହାପରେ ସେ ଲୋକଙ୍କ ଉପରେ ତାଙ୍କ କଲାୟିଆ ହଲାଇ ଥାଆନ୍ତି । ଏହି ସମୟରେ କଲିରେ ଯାହା ଉପରେ ପଡିଥାଏ ତାଙ୍କର ଖୁବଶୀଘ୍ର ବିବାହ ହୋଇଥାଏ ବୋଲି କୁହାଯାଏ । ତେବେ ଏଥର ଆଲିଆଙ୍କ କିଲୋରି କରିସ୍ମାଙ୍କ ଉପରେ ପଡିଥିଲା । ଏହାକୁ ଦେଖି ସମସ୍ତେ ଚିତ୍କାର କରିଥିଲେ କି ଏଥର କରିସ୍ମାଙ୍କ ଡୋଲି ଉଠିବ ଅର୍ଥାତ୍ ଖୁବଶୀଘ୍ର କରିସ୍ମାଙ୍କର ବିବାହ ହେବ । ସୂଚନାଯୋଗ୍ୟ, କରିସ୍ମା କପୁର ୨୦୦୩ରେ ସଞ୍ଜୟ କପୁରଙ୍କୁ ବିବାହ କରିଥିଲେ । ପରେ ସଞ୍ଜୟ ଓ ତାଙ୍କ ମା’ କରିସ୍ମାଙ୍କୁ ମାରପିଟ କରୁଥିବା ଅଭିଯୋଗ ହୋଇଥିଲା । ଯାହା ଫଳରେ କରିସ୍ମା ସଞ୍ଜୟଙ୍କଠାରୁ ପିଲାମାନଙ୍କୁ ଧରି ଚାଲିଆସିଥିଲେ । ଏବେ ତାଙ୍କର ଦୁଇ ପିଲା ସମାୟାରା କପୁର ଓ କିୟାନ ରାଜ କପୁର କରିସ୍ମାଙ୍କ ପାଖେ ରହୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

ରେଷ୍ଟୁରାଣ୍ଟ-ଢାବା ମାଲିକଙ୍କ ପାଇଁ ନିର୍ଦ୍ଦେଶ: କେବଳ ଏମିତି କଲେ ମିଳିବ ବାଣିଜ୍ୟିକ ସିଲିଣ୍ଡର

ନୂଆଦିଲ୍ଲୀ,୪।୪: ଦିଲ୍ଲୀ ସରକାର ବାଣିଜ୍ୟିକ LPG ସିଲିଣ୍ଡର ଯୋଗାଣ ନିୟନ୍ତ୍ରଣ ନିୟମକୁ କଡ଼ାକଡ଼ି କରିଛନ୍ତି। ଏବେ, ଯେଉଁ ଅଞ୍ଚଳରେ ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ନେଟୱାର୍କ…

ଇସ୍ତଫା ଦେଲେ ପେଣ୍ଡିଲି ସରପଞ୍ଚ, କାରଣ କହିଲେ…

ଗୁଡାରି,୪।୪(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ସରପଞ୍ଚ ରେଣୁକା ଶବର ନିଜ ପଦବୀରୁ ଶନିବାର ଅପରାହ୍ନରେ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା…

ଚାଲିଛି ଆଇପିଏଲ ସିଜନ୍‌: ଯୁବ ଗୋଷ୍ଠୀଙ୍କୁ ଲୋଭ ଦେଖାଇ ଆକୃଷ୍ଟ କରୁଛନ୍ତି ଦଲାଲ

ଗଞ୍ଜାମ,୪।୪(ବିଦ୍ୟାଧର ସାହୁ ): ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଆଇପିଏଲ ସିଜନ । ପ୍ରତ୍ୟେକ ଦିନ ବିଭିନ୍ନ ଫ୍ରାଞ୍ଚାଇଜ ଦଳ ସହ ଅନୁଷ୍ଠିତ ହେଉଛି ୨୦-୨୦ ମ୍ୟାଚ ।…

ପୁରୀ ବିମାନବନ୍ଦର ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ଭକ୍ତ, କହିଲେ…

ଭୁବନେଶ୍ୱର,୪ା୪: ପୁରୀ ବିମାନବନ୍ଦର ପାଇଁ ଜଙ୍ଗଲ ଜମି ଅନୁମତି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ। ପିସିସି ସଭାପତି ଭକ୍ତ ଶନିବାର ଗଣମାଧ୍ୟକୁ…

ନିଜ ପଢ଼ା ସମୟର କଥା କହିଲେ ଉପଜିଲାପାଳ: କେମିତି ପଢ଼ିଲେ…

ତୁମୁଡିବନ୍ଧ,୪।୪(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧସ୍ଥିତ ନେତାଜୀ ସୁଭାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଭାବେ ନିର୍ମିତ ହୋଇଥିବା କୋଠା ଗୃହକୁ ବାଲିଗୁଡା ଉପଜିଲାପାଳ …

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri