ଜନ୍ମଦିନ ପାଳନର ଫଟୋ ଶେୟାର କଲେ କରିନା…

ମୁମ୍ବାଇ,୨୨।୯: ବଲିଉଡ୍‌ ଅଭିନେତ୍ରୀ କରିନା କପୁର ଖାଁ ନିଜର ୪୧ତମ ଜନ୍ମଦିନ ପାଳନର ଫଟୋ ଇନଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି। ସେ ମାଳଦ୍ୱୀପରେ ଜନ୍ମଦିନ ଛୁଟି ବିତାଉଛନ୍ତି। ସମୁଦ୍ର କୂଳରେ ତାଙ୍କ ସହିତ ଶୈଫ୍‌ ଅଲ୍ଲୀ ଖାଁ ଏବଂ ଦୁଇପୁତ୍ର ତୈମୁର ଓ ଜାହାଙ୍ଗୀର ରହିଛନ୍ତି। ବୁଧବାର କରିନା ଫଟୋ ଶେୟାର କରିବା ସହିତ କମେଣ୍ଟ ଦେଇ ହାର୍ଟ ଇମୋଜି ମଧ୍ୟ ଦେଇଛନ୍ତି।

ଫଟୋରେ ଶୈଫ୍‌ ତୈମୁରଙ୍କୁ ଧରି ଆଗରେ ଚାଲୁଥିବାବେଳେ କରିନା ଜାହାଙ୍ଗୀରଙ୍କୁ ଧରି ପଛରେ ଚାଲୁଛନ୍ତି। ଏବେ ଏହି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। କରିନା ପରିବାର ସହିତ ଜନ୍ମଦିନ ପାଳନ କରୁଥିବାରୁ ପ୍ରଶଂସକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Share