Categories: ଖେଳ

କରିନାଙ୍କ ପୁଅ ହେବ ନା ଝିଅ: ଜ୍ୟୋତିଷ କଲେ ଭବିଷ୍ୟବାଣୀ

ବଲିଉଡ ଅଭିନେତ୍ରୀ କରିନା କପୁର ଖାନ ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି। ପରିବାର ସଦସ୍ୟଙ୍କ ସହିତ ତାଙ୍କର ପ୍ରଶଂସକମାନେ ମଧ୍ୟ ନୂଆ ଅତିଥିଙ୍କ ଆଗମନ ପାଇଁ ବହୁତ ଉତ୍ସାହିତ। କରୀନାଙ୍କ ପ୍ରସବ ପୂର୍ବରୁ ତାଙ୍କ ଦ୍ୱିତୀୟ ସନ୍ତାନ ପାଇଁ ଉପହାର ଆସିବା ଆରମ୍ଭ ହୋଇଛି। ଏଥିମଧ୍ୟରେ କରାୀନାଙ୍କ ପୁଅ ନା ଝିଅ ହେବ ସେନେଇ ଜଣେ ଜ୍ୟୋତିଷ ଭବିଷ୍ୟବାଣୀ କରିଛନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏଥର କରୀନା ଏକ କନ୍ୟା ସନ୍ତାନର ମା’ ହେବାକୁ ଯାଉଛନ୍ତି। କରିନା ଭବିଷ୍ୟବାଣୀ କରିଥିବା ଜ୍ୟୋତିଷ ଅନୁଷ୍କା ଶର୍ମା ଏବଂ ବିରାଟ କୋହଲିଙ୍କୁ ନେଇ ମଧ୍ୟ ଭବିଷ୍ୟବାଣୀ କରିଥିଲେ, ଯାହା ସତ ହୋଇଥିଲା। ଗତ ଅଗଷ୍ଟ ୨୦୨୦ରେ କରିନା ପ୍ରଶଂସକଙ୍କ ସହ ଗର୍ଭଧାରଣର ଏକ ଖୁସି ଖବର ବାଣ୍ଟିଥିଲେ। ପୂର୍ବରୁ କୁହାଯାଉଥିଲା ଯେ କରିନା ଫେବୃଆରୀ ଦ୍ୱିତୀୟ ସପ୍ତାହରେ ଶିଶୁକୁ ଜନ୍ମ ଦେବାକୁ ଯାଉଛନ୍ତି, କିନ୍ତୁ ଏବେ ସେହି ସମୟ ଗଡିଯାଇଛି। ସେ ଏବେ ଯେକୌଣସି ସମୟରେ ଅନ୍ୟ ଏକ ଶିଶୁକୁ ଜନ୍ମ ଦେଇ ପାରିବେ।

Share