ସ୍ବାମୀ, ପୁଅଙ୍କ ସହ ମିଶି ଘରେ ଗଣେଶ ପୂଜା କଲେ କରୀନା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ସ୍ବାମୀ ସୈଫ ଅଲ୍ଲୀ ଖାନ୍‌ ଏବଂ ପୁଅ ତୈମୁରଙ୍କ ସହ ମିଶି ପ୍ରଭୁ ଗଣେଶଙ୍କ ପୂଜା କରିଛନ୍ତି। ନିଜ ଘରର ପୂଜା ଫଟୋ ସୋସିଆଲ ମିଡିଆରେ ଶେୟାର କରି ସମସ୍ତ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କରୀନା।

ଫଟୋରେ କରୀନା ସ୍ବାମୀ ସୈଫ୍‌ ଏବଂ ପୁଅ ତୈମୁରଙ୍କ ସହ ଗଣେଶଙ୍କ ସାମ୍ନାରେ ହାତଯୋଡ଼ି ଠିଆ ହୋଇଥିବା ଦେଖିବାକୁ ମିଳିଛି। ଏହି ଫଟୋରେ ତୈମୁର ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି। କରୀନା ବି ବହୁତ ଖୁସିଥିବାର ନଜର ଆସିଛନ୍ତି। ଫଟୋ ଶେୟାର କରି ସେ କ୍ୟାପଶନ ଲେଖିଛନ୍ତି, ମୋ ଜୀବନର ସବୁଠୁ ପ୍ରିୟଜନଙ୍କ ସହ ଗଣେଶ ପୂଜା ପାଳୁଛି। ଛୋଟ ଗଣେଶ ସବୁଠୁ ସୁନ୍ଦର। ହାପି ଗଣେଶ ପୂଜା।

କରୀନାଙ୍କ ଦ୍ୱାରା ଶେୟାର କରାଯାଇଥିବା ଏହି ଫଟୋ ଦେଖି ପ୍ରଶଂସକମାନେ ବହୁତ ଖୁସି। କିଛି ପ୍ରଶଂସକ କରୀନାଙ୍କ ଛୋଟ ପୁଅ ଜାହାଙ୍ଗୀର ଅଲ୍ଲୀଙ୍କ ବିଷୟରେ ପଚାରୁଛନ୍ତି ଯେ ଆପଣ କାହିଁକି ତାଙ୍କ ଫଟୋ ଶେୟାର କରିନାହାନ୍ତି। ଏପରିକି ଏହି ପ୍ରଶ୍ନ କରୀନାଙ୍କ ଅତି ନିକଟତର ଲୋକମାନେ ବି ପଚାରିଛନ୍ତି।

Share