ପରିବାର ସହ ଲଣ୍ଡନରେ କରୀନା, ଫଟୋ ଶେୟାର କରି ଲେଖିଲେ…

ମୁମ୍ବାଇ: ବ୍ରିଟେନରେ କରୀନା କପୁର ସ୍ବାମୀ ସୈଫ୍‌ ଅଲ୍ଲୀ ଖାନ୍‌ ଦୁଇ ପୁଅ ତୈମୁର ଏବଂ ଜେହ୍‌ଙ୍କ ସହ ମଜା କରୁଛନ୍ତି।
ଏମାନଙ୍କ ସହ କରୀନାଙ୍କ ମାଉସୀ ରିମା ଜୈନ,  ଅରମାନ ଜୈନ, ବୋହୂ ଅନିଷା ମାଲହୋତ୍ରା ଏବଂ  ନିତାଶା ନନ୍ଦ ଅଛନ୍ତି।

ବ୍ରିଟେନରେ ଏମାନେ ସମସ୍ତେ ଏକାଠି ହୋଇ ରାତ୍ରି ଭୋଜନର ମଜା ନେଇଛନ୍ତି। ଏହି ସମୟର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଅନିଷା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ସେ ଏକ ହାର୍ଟ୍‌ ଇମୋଜି ଦେବା ସହ ଇଂଲଣ୍ଡ ପତାକା ଇମୋଜି ଶେୟାର କରିଛନ୍ତି। ଫଟୋରେ କରୀନା ପୁଅ ଜେହ୍‌ଙ୍କୁ କୋଳରେ ଧରିଥିବାର ଦେଖାଯାଇଛି। ତୈମୁରଙ୍କୁ ଧରିଥିବା ରିମାଙ୍କ ପାଖରେ ସୈଫ୍‌ ଏକ କଳା ଟି-ଶର୍ଟରେ ଚେୟାରରେ ବସିଥିବାର ନଜର ଆସିଛନ୍ତି। ଅରମାନ ଏବଂ ଅନିଷା ଏକାଠି ଠିଆ ହୋଇଥିବା ଦେଖିବାକୁ ମିଳିଛି। ପୂରା ଫ୍ୟାମିଲି ଡିନର କରୁଛନ୍ତି। କରୀନା ଏକ କାଜୁଆଲ ଟି-ଶର୍ଟ ଏବଂ ପ୍ୟାଣ୍ଟ ପିନ୍ଧିଛନ୍ତି। କରୀନା ଲଣ୍ଡନରେ କଫିର ମଜା ନେଉଛନ୍ତି। ଏକ ଫଟୋ ଶେୟାର କରି ସେ କ୍ୟାପଶନରେ ଲେଖିଛନ୍ତି, ‘ତୁମ ପାଇଁ ଦୁଇ ବର୍ଷ ଅପେକ୍ଷା କରିଛି … ସୁନ୍ଦର .. # ସିପିଙ୍ଗ୍‌ ମାଇଁ କଫି କଫି ଲଭର୍‌।

ଏ ତ ଗଲା କରୀନାଙ୍କ ବ୍ୟକ୍ତିଗତ କଥା। ଯଦି ତାଙ୍କ ବୃତ୍ତିଗତ କଥା ଦେଖିବା ତେବେ କରୀନା ନିକଟରେ ଓଟିଟିରେ ଡେବ୍ୟୁ କରିଥିଲେ, ଯାହା ଏକ ହତ୍ୟା ଘଟଣା ଉପରେ ଆଧାରିତ। ଏହା କିଗୋ ହିଗାଶିନୋଙ୍କ ‘ ଦ ଡିଭୋସନ ଅଫ୍‌ ସସ୍‌ପେକ୍ଟ ଏକ୍ସ’। ଏହା ଏକାକୀ ମା’ର ଏକ କାହାଣୀ ଉପରେ ଆଧାରିତ। ଏହା ୧୧ ଅଗଷ୍ଟ ୨୦୨୨ରେ ମୁକ୍ତିଲାଭ କରିବ।

Share