ସ୍ବାମୀଙ୍କ ଷ୍ଟାଇଲିଶ୍‌ର ରାଜ୍‌ ଖୋଲିଲେ କରୀନା

ମୁମ୍ବାଇ: ଅଭିନେତ୍ରୀ କରୀନା କପୁର ବି’ ଟାଉନ୍‌ରେ ନିଜର ଷ୍ଟାଇଲ୍‌ ପାଇଁ ବେଶ୍‌ ଜଣାଶୁଣା। ଯେକୌଣସି ଉତ୍ସବ ହେଉ, ଘର ହେଉ କିମ୍ବା ବାହାରେ। ସେ ନିଜର ରାଜକୀୟ ଷ୍ଟାଇଲ୍‌ ଦେଖାଇବାକୁ ଆଦୌ କୁଣ୍ଠାବୋଧ କରନ୍ତି ନାହିଁ। ଏପରିକି ପ୍ରଶଂସକମାନେ ତାଙ୍କ ଷ୍ଟାଇଲ୍‌କୁ ମଧ୍ୟ ଅନୁସରଣ କରନ୍ତି, କିନ୍ତୁ ପଟୌଦୀ ପରିବାର ନବାବ ଅର୍ଥାତ୍‌ ତାଙ୍କ ସ୍ବାମୀ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ସମସ୍ତଙ୍କଠୁ ସମ୍ପୂର୍ଣ୍ଣ ଭିନ୍ନ। ନିକଟରେ ବେବୋ ସୈଫ୍‌ଙ୍କ ଫ୍ୟାଶନ ଷ୍ଟାଇଲ୍‌ ବିଷୟରେ ଏକ ସାକ୍ଷାତକାରରେ କହିଛନ୍ତି। ସେ କହିଛନ୍ତି, ସୈଫ୍‌ ବହୁତ କାଜୁଆଲ ଏବଂ ଷ୍ଟାଇଲିଷ୍ଟ ହୋଇଥିବା ଡ୍ରେସ୍‌ର ବିପରୀତ ପିନ୍ଧନ୍ତି। ସେ କହିଛନ୍ତି, ୫ ବର୍ଷ ଧରି ସେ କେବଳ ଗୋଟିଏ ଶର୍ଟ ପିନ୍ଧିଛନ୍ତି।

କରୀନା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌। ସେ କହିଛନ୍ତି, ଯେପର୍ଯ୍ୟନ୍ତ ମୁଁ ତାଙ୍କୁ କହି ନ ଥାଏ ସେ ଶପିଂ କରିବାକୁ ଯାଆନ୍ତି ନାହିଁ। ତଥାପି ବେବୋ କହିଛନ୍ତି ସୈଫ୍‌ ଜଣେ ଷ୍ଟାଇଲିଶ୍‌ ମ୍ୟାନ୍‌ ଏଥିରେ ସନ୍ଦେହ ନାହିଁ।

Share