କରିନାଙ୍କ ସହ ଫିଲ୍ମ କରୁ କରୁ ପ୍ରେମରେ ପଡ଼ିଥିଲେ ହ୍ରିତିକ: ବିବାହିତ ଥିବା ଯୋଗୁ…

ବମ୍ବେ: ବଲିଉଡ୍‌ର ଲୋକପ୍ରିୟ ଯୋଡ଼ି ମାନଙ୍କ ମଧ୍ୟରୁ କରିନା-ସୈଫ୍‌ ଅନ୍ୟତମ। ହେଲେ ଏଭଳି ଏକ ସମୟ ଥିଲା, ଯେତେବେଳେ ଅନେକ ଅଭିନେତାଙ୍କ ସହ କରିନାଙ୍କ ନାମକୁ ଯୋଡ଼ାଯାଇଛି। ସେମାନେ ପ୍ରେମ ସମ୍ପର୍କରେ ଥିବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ହେଲେ ଧିରେ ଧିରେ ସେ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ମଧ୍ୟ ପଡ଼ିଛି। ତେବେ ଅଭିନୟ ଜୀବନ ପ୍ରାରମ୍ଭରେ ଅଭିନେତା ହ୍ରିତିକଙ୍କ ସହ କାମ କରିଥିଲେ କରିନା। ଉଭୟଙ୍କ ଯୋଡ଼ି ପରଦାରେ ସୁପରହିଟ୍‌ ମଧ୍ୟ ହେଉଥିଲା। ‘କଭି ଖୁସି କଭି ଗମ୍‌, ୟାଦେ, ମେ ପ୍ରେମ କି ଦିଓ୍ବାନୀ ହୁଁ’ରେ ଉଭୟଙ୍କ ଅଭିନୟକୁ ଆଜିବି ଦର୍ଶକେ ବହୁତ ପସନ୍ଦ କରନ୍ତି। ଉକ୍ତ ସମୟରେ କରିନା ତାଙ୍କ ପ୍ରେମରେ ପଡ଼ିଥିଲେ। ଲୁଚାଛପା ଭାବେ ସେମାନେ ମିଳାମିଶା କରୁଥିଲେ। ଏପରିକି ହ୍ରିତିକଙ୍କ ସହ ରହିବା ପାଇଁ ସବୁଦିନ ପାଇଁ ଅଭିନୟକୁ ବାଏ ବାଏ କହିବାକୁ ମଧ୍ୟ ଯୋଜନା କରୁଥିଲେ କରିନା। ମାତ୍ର ସେତେବେଳକୁ ହ୍ରିତିକ ବିବାହ କରିସାରିଥିଲେ। ଏଣୁ କରିନାଙ୍କଠାରୁ ଦୂରରେ ରହିବା ଲାଗି ପରିବାରଲୋକେ ଚାପ ପକାଇଥିଲେ। ଶେଷରେ ହ୍ରିତିକଙ୍କଠାରୁ ଅଲଗା ହେବାକୁ କରିନା ନିଷ୍ପତ୍ତି ନେଇଥିଲେ।

୨୦୦୨ରେ ଏକ ସାକ୍ଷାତକାର ସମୟରେ ନିଜର ମନ କଥା କହିଥିଲେ କରିନା। ହ୍ରିତିକଙ୍କ ବିବାହ ଉପରେ କୌଣସି ପ୍ରଭାବ ପଡ଼ୁ ସେ ତାହା ଚାହୁଁ ନ ଥିଲେ। ଏହା କାର୍ଯ୍ୟକ୍ଷେତ୍ରରେ ଅସୁବିଧା ଆଣିଥିଲା। ହେଲେ ଏବେ ହ୍ରିତିକ୍‌, ପରେ ଆଉ କେହି ହୋଇପାରନ୍ତି ବୋଲି ସେ ଭାବିଥିଲେ। ସେ କେବେହେଲେ ବିବାହିତ ପୁରୁଷଙ୍କୁ ଡେଟ୍‌ କରିବେ ନାହିଁ ବୋଲି ସିଧାସିଧା ମନା କରିଦେଇଥିଲେ। ଏବେ କିନ୍ତୁ ପରିସ୍ଥିତି ଓଲଟା ହୋଇଛି। କରିନା ସୈଫଙ୍କୁ ବିବାହ କରି ଖୁସିରେ ବୈବାହିକ ଜୀବନ ଅତିବାହିତ କରୁଛନ୍ତି।

Share