୧୫ ଫେବୃୟାରୀରେ କରୀନାଙ୍କ ଡେଲିଭରି!

ମୁମ୍ବାଇ : ଅଭିନେତ୍ରୀ କରୀନା କପୁର ଖାନ୍‌ ବର୍ତ୍ତମାନ ଗର୍ଭବତୀ ଅଛନ୍ତି। ଏବେ ତାଙ୍କ ଡେଲିଭରିକୁ ନେଇ ଚର୍ଚ୍ଚା ଚାଲିଛି। ସୋସିଆଲ ମିଡିଆରେ ତାଙ୍କ ବେବି ବମ୍ପ ଫଟୋ ମଧ୍ୟ ବେଳେବେଳେ ଭାଇରାଲ ହେଉଛି। ତେବେ ୧୫ ଫେବୃୟାରୀରେ ତାଙ୍କର ଡେଲିଭରି ହେବ। ଏକଥା ଆମେ କହୁନୁ କରୀନାଙ୍କ ପିତା ରଣଧୀର କହିଛନ୍ତି।
ରଣଧୀର ଏକ ସାକ୍ଷାତକାରରେ କହିଛନ୍ତି, କରୀନାଙ୍କ ଡେଲିଭରି ଡେଟ୍‌ ଫେବୃୟାରୀ ୧୫। ଏହା ପୂର୍ବରୁ ବି ସ୍ବାମୀ ସୈଫ୍‌ ଅଲ୍ଲୀ ଖାନ୍‌ ବି କହିଥିଲେ କରୀନାଙ୍କ ଡେଲିଭରି ଫେବୃୟାରୀରେ ହିଁ ହେବ। କରୀନା ଦ୍ୱିତୀୟ ଥର ମା’ ହେବାକୁ ଯାଉଛନ୍ତି। ପୂର୍ବରୁ ତାଙ୍କର ଏକ ପୁଅ ଅଛି। ତା’ ନାଁ ତୈମୁର। ୨୦ ଡିସେମ୍ବର ୨୧୦୬ରେ ତୈମୁରଙ୍କ ଜନ୍ମ।

Share