ଗର୍ଭାବସ୍ଥାରେ ଶୁଟିଂ କରିଛନ୍ତି ଏହିସବୁ ଅଭିନେତ୍ରୀ: ତେବେ ଜଣଙ୍କର ହୋଇଥିଲା ମିସ୍‌କ୍ୟାରେଜ୍‌

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଏବେ ନିଜର ଗର୍ଭାବସ୍ଥା ଉପଭୋଗ କରୁଛନ୍ତି। ବର୍ତ୍ତମାନ ତାଙ୍କର ୬ ମାସ ଚାଲିଛି। ଏହାରି ମଧ୍ୟରେ ସେ ଫିଲ୍ମ ଶୁଟିଂ ସେଟ୍‌କୁ ମଧ୍ୟ ଫେରିଛନ୍ତି। ବର୍ତ୍ତମାନ କରୀନା ସ୍ବାମୀ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ସହ ହିମାଚଳପ୍ରଦେଶରେ ରହୁଛନ୍ତି। ସେଠାରେ ସୈଫ୍‌ ତାଙ୍କର ଆମାଗୀ ଫିଲ୍ମ ‘ଭୂତ୍‌ ପୋଲିସ’ର ଶୁଟିଂ କରୁଛନ୍ତି। ତେବେ କରୀନାଙ୍କ ସମେତ ଅଭିନେତ୍ରୀ ଅନୁଷ୍କା ଶର୍ମା ମଧ୍ୟ ନିଜର ଗର୍ଭାବସ୍ଥା ସମୟକୁ ଉପଭୋଗ କରୁଛନ୍ତି। କରୀନାଙ୍କ ପରି ଅନୁଷ୍କା ମଧ୍ୟ ଶୁଟିଂ ସେଟ୍‌କୁ ଫେରିଛନ୍ତି। ତେବେ କେବଳ ଏହି ୨ ଅଭିନେତ୍ରୀ ନୁହନ୍ତି ଏମିତି ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜର ଗର୍ଭଧାରଣ ସମୟରେ କାମକୁ ଭୁଲି ନାହାନ୍ତି। ବେବି ବମ୍ପ ସହ ସେମାନେ ଫିଲ୍ମର ଶୁଟିଂ କରିଛନ୍ତି।
ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଶାଶୁ ଜୟା ବଚ୍ଚନଙ୍କଠାରୁ ଆରମ୍ଭକରି ହେମା ମାଲିନୀ, କାଜଲ, ମାଧୁରୀ ଦୀକ୍ଷିତ, ଜୁହି ଚାଓ୍ବଲା, କୋଙ୍କଣା ସେନ୍‌ ଶର୍ମା, ଶ୍ରୀଦେବୀ ପ୍ରମୁଖ ଅଭିନେତ୍ରୀ ଗର୍ଭାବସ୍ଥାରେ ଶୁଟିଂ କରିଛନ୍ତି।
ତେବେ ଗର୍ଭାବସ୍ଥାରେ ଶୁଟିଂ କରିବା ଅଭିନେତ୍ରୀ କାଜଲଙ୍କ ପାଇଁ ଭାରି ପଡିଥିଲା। କାଜଲଙ୍କର ମିସ୍‌କ୍ୟାରେଜ ହୋଇଯାଇଥିଲା। ସେ ନିଜର ସନ୍ତାନକୁ ହରାଇଥିଲେ। ଏକ ସାକ୍ଷାତକାରରେ ନିଜେ କାଜଲ ଏହା କହିଥିଲେ।
ସେ କହିଥିଲେ ଯେ, ଫିଲ୍ମ ‘କଭି ଖୁସି କଭି ଗମ୍‌’ର ଶୁଟିଂ ସମୟରେ ମୁଁ ଗର୍ଭବତୀ ଥିଲି। ମାତ୍ର ମୋର ମିସ୍‌କ୍ୟାରେଜ ହୋଇଯାଇଥିଲା। ଫିଲ୍ମ ଭଲ ବ୍ୟବସାୟ କରୁଥିବା ବେଳେ ମୁଁ କିନ୍ତୁ ହସ୍ପିଟାଲରେ ଥିଲି ବୋଲି କାଜଲ କହିଥିଲେ। ଖାଲି ସେତିକି ନୁହେଁ ଏହାପରେ ତାଙ୍କର ଆଉ ଏକ ମିସ୍‌କ୍ୟାରେଜ ମଧ୍ୟ ହୋଇଥିଲା। ପରେ ସେ ଝିଅ ନ୍ୟାସା ଏବଂ ୟୁଗ୍‌କୁ ଜନ୍ମ ଦେଇଥିଲେ।

Share