ମାଟି ପାତ୍ର ଗଢୁଛନ୍ତି ତୈମୁର

ବଲିଉଡ୍‌ ଅଭିନେତ୍ରୀ କରୀନା କପୁରଙ୍କ ପୁଅ ତୈମୁର ଜଣେ ସେଲିବ୍ରିଟିଙ୍କଠାରୁ କମ ନୁହଁନ୍ତି। କରୀନା ପ୍ରାୟତଃ ତୈମୁରର ଭିଡିଓ ଏବଂ ଫଟୋ ଶେୟାର କରନ୍ତି। ନିକଟରେ ତୈମୁର ମାଟି ପାତ୍ର ଗଢୁଥିବା ଏକ ଭିଡିଓ ସେ ଶେୟାର କରିଛନ୍ତି। ତୈମୁର ଏବଂ କରୀନା କୁମ୍ବକାର ଚକ୍ରରେ ପାତ୍ର ଗଢୁଥିବା ଭିଡିଓରେ ଦେଖାଯାଇଛି। ଆଗ୍ରହର ସହ ତୈମୁର ପାତ୍ର ଗଢୁଥିବା ନଜର ଆସିଛନ୍ତି। ମା’, ପୁଅ ଏବେ ଧର୍ମଶାଳାରେ ସୈଫ ଅଲି ଖାନଙ୍କ ସହ ସମୟ ବିତାଉଛନ୍ତି। ସୈଫଙ୍କ ଆଗାମୀ ଚଳଚ୍ଚିତ୍ର ଭୁତ ପୋଲିସର ଶୁୁଟିଂ ପାଇଁ ସେଠାରେ ଅଛନ୍ତି। କରୀନା ଏବେ ମଧ୍ୟ ଗର୍ଭବତୀ ଅଛନ୍ତି। ଗର୍ଭବସ୍ଥାରେ ଥିବା ସତ୍ତ୍ୱେ କରୀନା ତାଙ୍କ ଆଗାମୀ ଚଳଚ୍ଚିତ୍ର ଲାଲ ସିଂ ଚାଢାଙ୍କ ପାଇଁ ଶୁଟିଂ କରିଥିଲେ। ଶୁଟିଂର ଶେଷ ଦିନରେ ଅମିର ଖାନଙ୍କ ସହ ଏକ ଫଟୋ ଶେୟାର କରିଥିଲେ।

Share