ଯୋଗ ଦିବସ ପାଳିଲେ କରିନାଙ୍କ ସାନପୁଅ

ବମ୍ବେ: ଜୁନ ୨୧ ଅର୍ଥାତ ମଙ୍ଗଳବାର ଅନ୍ତର୍ଜାତୀୟ ଯୋଗ ଦିବସ। ମନୋରଞ୍ଜନଜଗତ ସହ ଜଡ଼ିତ ସେଲିବ୍ରିଟିମାନେ ଯୋଗ କରୁଥିବା ବେଳର ଫଟୋ ଶେୟାର କରି ଦିନକୁ ମନେ ପକାଉଛନ୍ତି। ଏହି କ୍ରମରେ ଅଭିନେତ୍ରୀ କରିନା ମଧ୍ୟ ପଛରେ ନାହାନ୍ତି। ସେ ନିଜର ନ ହେଲେ ବି ବର୍ଷକର ପୁଅ ଜେହଙ୍କ ଫଟୋ ଶେୟାର କରିଛନ୍ତି। ଫଟୋରେ ଜେହ ଯୋଗାସନ କରୁଥିବା ଦେଖାଯାଇଛି।

ଇନଷ୍ଟାଗ୍ରାମରେ ଫଟୋ ଶେୟାର କରି କରିନା ଲେଖିଛନ୍ତି, ‘ବାଲାନ୍ସ। ଯୋଗ ଏବଂ ଜୀବନରେ ସବୁଠାରୁ ପ୍ରମୁଖ ଶବ୍ଦ। ସମସ୍ତଙ୍କୁ ଅନ୍ତର୍ଜାତୀୟ ଯୋଗ ଦିବସର ଶୁଭେଚ୍ଛା। ମୋ ଜେହ୍‌। ’ କରିନାଙ୍କ ଏହି ପୋଷ୍ଟରେ ବହୁ ସେଲିବ୍ରିଟି ପ୍ରତିକ୍ରିୟା ଦେଉଛନ୍ତି।

କହିରଖୁଛୁ କରିନା ନିଜେ ମଧ୍ୟ ବେଶ ଫିଟ୍‌ନେସ ଫ୍ରିକ୍‌। ସେ ନିୟମିତ ଭାବେ ଯୋଗାଭ୍ୟାସ କରନ୍ତି। ମା’ ହେବାକୁ ଯାଉଥିବା ବେଳେ ସେ ଯୋଗ କରୁଥିବା ବେଳର ଫଟୋ ପୋଷ୍ଟ କରୁଥିଲା। ଯୋଗ ଯୋଗୁ ମା’ ହେବାକୁ ଯାଉଥିବା ବେଳେ ତାଙ୍କ ଆତ୍ମବିଶ୍ୱାସ ବଢ଼ିଥିବା କରିନା କହିଥିଲେ। ପରେ ଗର୍ଭଧାରଣକୁ ନେଇ ସେ ମୋଟି ହୋଇଯାଇଥିଲେ। ସେତେବେଳେ ମଧ୍ୟ ସେ ଯୋଗ କରି ଓଜନ କମ୍‌ କରିଥିଲେ। ଏବେ ତାଙ୍କ ପୁଅ ମଧ୍ୟ ପିଲାବେଳୁ ଯୋଗମାର୍ଗରେ ଯାଉଥିବା କରିନା ପରୋକ୍ଷରେ କହିଥିବା ନେଇ ଚର୍ଚ୍ଚା ହେଉଛି।

Share