ଗର୍ଭାବସ୍ଥାରେ ଫିଟ୍‌ ରହିବାକୁ ଏମିତି କରୁଛନ୍ତି କରିନା

ବଲିଉଡ୍‌ ଅଭିନେତ୍ରୀ କରିନା କପୁର ଖାନ୍‌ ଖୁବ୍‌ଶୀଘ୍ର ତାଙ୍କର ଦ୍ୱିତୀୟ ସନ୍ତାନକୁ ଜନ୍ମଦେବାକୁ ଯାଉଛନ୍ତି। ଏଥିପାଇଁ ସେ ବହୁତ ଉତ୍ସାହିତ ଅଛନ୍ତି। ଏହି ସମୟରେ ସେ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ମଧ୍ୟ ରହୁଛନ୍ତି। ନିଜର ଜୀନଶୈଳୀ ବିଷୟରେ କରିeନା ସବୁକଥା ପ୍ରଶଂସକଙ୍କ ସହ ଶେୟାର କରୁଛନ୍ତି। ଏବେ କରିନା ନିଜର ଏକ ଫଟୋ ଶେୟାର କରିଛନ୍ତି। ଏଥିରେ ତାଙ୍କୁ ଯୋଗ କରୁଥିବାର ଦେଖିବାକୁ ମିଳୁଛି। ଏହି ଫଟୋକୁ ଶେୟାର କରି ସେ କ୍ୟାପଶନରେ ଲେଖିଛନ୍ତି, ଟିକିଏ ଯୋଗ… ଟିକିଏ ଶାନ୍ତି। କରିନାଙ୍କ ଏହି ଫଟୋକୁ ପ୍ରଶଂସକ ପସନ୍ଦ ମଧ୍ୟ କରୁଛନ୍ତି।

Share