କରୀନାଙ୍କ ପୁସ୍ତକକୁ ନେଇ ତେଜିଲା ବିବାଦ

ଜବଲପୁର,୨୦।୭: ବଲିଉଡ୍‌ ବେବୋ କରୀନା କପୁର ଖାଁ ନିକଟରେ ନିଜର ଗର୍ଭବତୀ ସମୟର ଅନୁଭୂତି ବିଷୟରେ ଏକ ପୁସ୍ତକ ଲେଖିଥିଲେ। ଯାହାକୁ ନେଇ ଏବେ ବିବାଦ ଦେଖାଦେଇଛି। କରୀନାଙ୍କ ଲିଖିତ ପୁସ୍ତକ ‘ପ୍ରେଗ୍‌ନାନ୍ସି ବାଇବେଲ’କୁ ନେଇ ଜବଲପୁରରେ ଥିବା ଖ୍ରୀଷ୍ଟିଆନ୍‌ ସମ୍ପ୍ରଦାୟ ବିରୋଧ କରିଛି। ଏଥିସହ ଏହି ପୁସ୍ତକର ନାମ ବଦଳାଇବାକୁ ସେମାନେ ଦାବି କରିଛନ୍ତି। ସୂଚନାଯୋଗ୍ୟ, କରୀନାଙ୍କ ଲିଖିତ ପୁସ୍ତକର ନାମ ହେଉଛି ‘ପ୍ରେଗ୍‌ନାନ୍ସି ବାଇବେଲ’। ବାଇବେଲ୍‌ ଖ୍ରୀଷ୍ଟଧର୍ମର ଧାର୍ମିକ ଗ୍ରନ୍ଥର ନାମ। ତେଣୁ ଏହାକୁ ନେଇ ଖ୍ରୀଷ୍ଟିଆନ୍‌ ସମ୍ପ୍ରଦାୟର ଲୋକେ ଆପତ୍ତି ଉଠାଇଛନ୍ତି ଏବଂ ଏହାର ନାମ ବଦଳାଇବାକୁ ସେମାନେ ଦାବି କରିଛନ୍ତି। ଏହି ମାମଲାକୁ ନେଇ ସର୍ଭେ ଖ୍ରୀଷ୍ଟିଆନ୍‌ ସମ୍ପ୍ରଦାୟ ପକ୍ଷରୁ ମଧ୍ୟପ୍ରଦେଶ ଜବଲପୁର ଓମଟି ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି। ପୁସ୍ତକର ଶୀର୍ଷକରୁ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବାକୁ ଚେଷ୍ଟା କରାଯାଇଛି ବୋଲି ଉକ୍ତ ସମ୍ପ୍ରଦାୟ ଅଭିଯୋଗ କରିଛି। ତେଣୁ ଉକ୍ତ ପୁସ୍ତକରୁ ବାଇବେଲ୍‌ ଶବ୍ଦ ହଟାଇବାକୁ ସର୍ଭେ ଖ୍ରୀଷ୍ଟିଆନ୍‌ ସମ୍ପ୍ରଦାୟ ଦାବି କରିଛନ୍ତି।

Share