ମହିଳା ଦିବସରେ ପୁଅର ପ୍ରଥମ ଝଲକ ଦେଖାଇଲେ କରୀନା କପୁର

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ ଗତ ଫେବୃଆରୀ ୨୧ରେ ଦ୍ୱିତୀୟ ଥର ପାଇଁ ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ କରୀନା ସୋସିଆଲ ମିଡିଆରେ ପୁଅର ପ୍ରଥମ ଝଲକ ଶେୟାର କରିଛନ୍ତି। ଏହି ଫଟୋରେ କରୀନା ପୁଅକୁ କୋଳରେ ଧରିଥିବାର ନଜର ଆସିଛନ୍ତି। କରୀନା ମଧ୍ୟ ଏହି ଫଟୋ ସହିତ ଏକ ସ୍ବତନ୍ତ୍ର ବାର୍ତ୍ତା ଶେୟାର କରିଛନ୍ତି। ମହିଳା ଦିବସରେ କରୀନା ନିଜର କଳା ଏବଂ ଧଳା ଫଟୋ ଶେୟାର କରିଲେଖିଛନ୍ତି, ଏପରି କିଛି ନାହିଁ ଯାହା ଜଣେ ମହିଳା କରିପାରିବ ନାହିଁ .. ସମସ୍ତଙ୍କୁ ମହିଳା ଦିବସର ଶୁଭେଚ୍ଛା ଜଣାଉଛି। କରୀନାଙ୍କ ପୂର୍ବରୁ ତୈମୁର ନାମରେ ଏକ ପୁଅ ଅଛି।

Share