କରୀନା କପୁରଙ୍କ ମହଙ୍ଗା ଟି-ଶର୍ଟ, ଯାହାର ଦାମ୍‌ରେ କରିହେବ ଗୋଆ ଟ୍ରିପ୍‌

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଦ୍ୱିତୀୟ ଥର ମା’ ହେବା ପରେ ଏବେ ତାଙ୍କ ପରିବାର ସହ ସମୟ ବିତାଉଛନ୍ତି। ଏହି ସମୟରେ କରୀନା ପିତା ରଣଧୀର କପୁର, ମା ବବିତା କପୁର ଏବଂ ଭଉଣୀ କରିସ୍ମା କପୁରଙ୍କ ସହ ପାରିବାରିକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଏହାପୂର୍ବରୁ ସେ ଦୁଇ ପୁଅଙ୍କ ସହ ଘରୁ ବାହାରକୁ ଯାଉଥିବାର ନଜର ଆସିଥିଲେ। ଏହି ଫଟୋ ଗୁଡ଼ିକରେ କରୀନା ଏକ ‘ହାର୍ଟ ବ୍ରେକର୍‌’ ଲେଖା ଥିବା ଧଳା ଟି-ଶର୍ଟ ପିନ୍ଧିଥିଲେ। କରୀନା ପିନ୍ଧିଥିବା କାଜୁଆଲ୍‌ ଟି-ଶର୍ଟର ମୂଲ୍ୟ ଜାଣିଲେ ଯେ କେହି ଚମକି ପଡିବେ। ଏହି ଟି-ସାର୍ଟର ମୂଲ୍ୟ ହେଉଛି ୮୪୦ ଆମେରିକୀୟ ଡଲାର୍‌ ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ୬୧ ହଜାର ୩୧୫ ଟଙ୍କା । ଏହା ହେଉଛି ଏକ ଗ୍ରାଫିକ ଟି-ଶର୍ଟ। ଖ୍ରୀଷ୍ଟିଆନ ଡାୟର ବ୍ରାଣ୍ଡର ଏହି ଟି-ଶର୍ଟ ପିନ୍ଧି କରୀନା ଫଟୋ ଶେୟାର କରିବା ସହ କ୍ୟାପସନ୍‌ରେ ଲେଖିଛନ୍ତି, ‘ମୋର ଟି-ସାର୍ଟ ଉପରେ କ’ଣ ଅଛି ଟିମ? ତୁମେ ’। କରୀନାଙ୍କ ମହଙ୍ଗା ଡ୍ରେସ୍‌ ଟଙ୍କାରେ ସାଧାରଣ ଲୋକେ ସହଜରେ ଗୋଆରେ ଟ୍ରିପ୍‌ ସାରି ଆସିପାରିବେ।
କରୀନା କପୁରଙ୍କୁ ଫିଲ୍ମ ‘ଲାଲ ସିଂ ଚଢା’ରେ ଦେଖିବାକୁ ମିଳିବ। ଅଦୈତ ଚନ୍ଦନଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଅମିର ଖାନ ତାଙ୍କ ସହ ନଜର ଆସିବେ। ଫିଲ୍ମଟି ଚଳିତ ବର୍ଷ ଖ୍ରୀଷ୍ଟମାସରେ ମୁକ୍ତିଲାଭ କରିପାରେ। କରୀନା କପୁର ଶେଷ ଥର ପାଇଁ ଫିଲ୍ମ ‘ଇଂରାଜୀ ମିଡିୟମ’ରେ ଅଭିନୟ କରିଥିଲେ।

Share