ଅଭିନୟ ଛାଡ଼ି ପ୍ରଯୋଜିକା ହେବେ ବେବୋ! କ୍ୟାରିୟରର ନୂଆ ମୋଡକୁ ନେଇ କହିଲେ…

ବମ୍ବେ: ଅଭିନୟ ଛାଡ଼ି ନିର୍ମାତା ହେବାକୁ ମନ ବଳାଇଛନ୍ତି କରିନା କପୁର ଖାନ୍‌। ଏକତା କପୁରଙ୍କ ବାଲାଜୀ ଟେଲିଫିଲ୍ମ ସହଯୋଗରେ ନିର୍ମାଣ ହେବାକୁ ଯାଉଛି ଏକ ଥ୍ରିଲର ଫିଲ୍ମ। ଏହାର ପ୍ରଯୋଜକ ହେବେ କରିନା। ଫିଲ୍ମର ନାମ କ’ଣ ରହିବ ଜଣାପଡ଼ି ନ ଥିଲେ ହେଁ ଏହା ସତ୍ୟ ଘଟଣା ଉପରେ ଆଧାରିତ ରହିବ। ଖୁବ୍‌ଶୀଘ୍ର ଫିଲ୍ମର ଶୁଟିଂ ମଧ୍ୟ ଆରମ୍ଭ ହେବାକୁ ଯାଉଛି।
ଦ୍ୱିତୀୟ ଥର ମା’ ହେବା ପରେ କରିନା ପ୍ରଯୋଜକ ଭାବେ କାମ କରିବାକୁ ଯାଉଛନ୍ତି। ଏହାକୁ ନେଇ ସେ ଉତ୍ସାହିତ ଥିବା ସହ କହିଛନ୍ତି, ଏକତାଙ୍କ ସହ ମିଶି ଫିଲ୍ମର ନିର୍ମାତା ଭାବେ କାମ କରିବା ପାଇଁ ବହୁତ ସମ୍ମାନୀତ ଏବଂ ଉତ୍ସାହିତ ଅଛି। ଏକତାଙ୍କୁ ମୋ ପରିବାର ବର୍ଷ ବର୍ଷ ଧରି ଜାଣିଛି। ପ୍ରଥମ ଥର ପାଇଁ ହଂସଲ ମେହେଟ୍ଟା ଏହାର ନିର୍ଦ୍ଦେଶନା ଦାୟିତ୍ୱ ସମ୍ଭାଳିବେ। ମୁଁ ତାଙ୍କ ଫିଲ୍ମର ବଡ଼ ପ୍ରଶଂସକ। ତାଙ୍କ ସହ କାମ କରିବା ବହୁତ ଅନୁଭୂତି ଆଣି ଦେବ। ଫିଲ୍ମକୁ ଦେଖିଲେ ଅନେକ କିଛି ପ୍ରଥମ ଥର ହେବାକୁ ଯାଉଛି। ମୁଁ ସେସବୁ ଅନୁଭବ କରିବାକୁ ଅପେକ୍ଷା କରି ପାରିବି ନାହିଁ ବୋଲି କରିନା କହିଛନ୍ତି।
ତେବେ ପ୍ରଥମ ସନ୍ତାନ ତୈମୁର ହେବା ପରେ ଏକତାଙ୍କ ବ୍ୟାନର ତଳେ ନିର୍ମାଣ ହେଉଥିବା ଫିଲ୍ମ ‘ବିରେ ଦି ଓ୍ବେଡିଂ’ରେ ଅଭିନୟ କରିଥିଲେ କରିନା। ଏହା ସୁପରହିଟ୍‌ ହୋଇଥିଲା। ଏଣୁ ପୁଣିଥରେ ଉଭୟ ଯୋଡ଼ି ଏକାଠି ହେଉଥିବାରୁ ଫିଲ୍ମଟି ବାସ୍ତବରେ ସ୍ବତନ୍ତ୍ର ଛାପ ଛାଡ଼ିବ ବୋଲି ଆଶା କରାଯାଉଛି।
Share