ପୁଣି ମା’ ହେବାକୁ ଯାଉଛନ୍ତି ବେବୋ!

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୈଫ ଅଲୀ ଖାଁ ଓ କରୀନା କପୁର ଖାଁଙ୍କ ପରିବାରରେ ଖୁବ୍‌ଶୀଘ୍ର ଆଉ ଜଣେ କୁନି ଅତିଥି ଆସିଥିବାକୁ ଯାଉଛି। ଅର୍ଥାତ୍‌ କରୀନା ପୁଣି ଥରେ ମା’ ହେବାକୁ ଯାଉଛନ୍ତି। ବିଶ୍ୱାସ ହେଉ ନ ଥିଲେ ବି କଥାଟି ସତ। ପୂର୍ବରୁ ସୋସିଆଲ ମିଡିଆରେ ଏନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ସୈଫ ଔପଚାରିକ ଭାବେ ଏହାକୁ ଘୋଷଣା କରିଛନ୍ତି। ବୁଧବାର ଝିଅ ସାରା ଅଲୀ ଖାଁ ଜନ୍ମଦିନ ଅବସରରେ କରୀନା ଗର୍ଭବତୀ ଥିବା ନେଇ ସୈଫ ଘୋଷଣା କରିଛନ୍ତି। ଏହି ଖବର ଜଣାପଡ଼ିବା ପରେ ପ୍ରଶଂସକ ସୈଫିନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପୂର୍ବରୁ ସୈଫିନାଙ୍କ ଏକ ପୁତ୍ର ସନ୍ତାନ ଅଛନ୍ତି। ତୈମୁର ଅଲୀ ଖାଁ ବେଶ୍‌ କ୍ୟୁଟ ନଜର ଆସୁଥିବା ବେଳେ ଘରେ ସମସ୍ତଙ୍କର ପ୍ରିୟ ଅଟନ୍ତି। ସବୁ ଷ୍ଟାରକିଡ୍ସଙ୍କ ମଧ୍ୟରୁ ସୋସିଆଲ ମିଡିଆରେ ତୈମୁର ଅଧିକ ଚର୍ଚ୍ଚାରେ ରହିଥାନ୍ତି। ବର୍ତ୍ତମାନ କରୋନା ଲକ୍‌ଡାଉନ ଯୋଗୁ କରୀନା ଏବେ ନିଜ ପରିବାର ସହ ସମୟ ବିତାଉଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ଥିବା ବେଳେ ପ୍ରାୟ ସମୟରେ ସେ ସୈଫ ଓ ତୈମୁରଙ୍କ ସହ ଫଟୋ ଶେୟାର କରିଥାନ୍ତି।

Share