ଡରିଯାଇଥିଲେ କରିନା

ମୁମ୍ବାଇ: ବଲିଉଡ୍ ନାୟିକା କରିନା କପୁର ଖାଁ ଏବେ ଖୁବ୍ ଚର୍ଚ୍ଚାରେ । କାରଣ ସେ ଖୁବଶୀଘ୍ର ଦ୍ୱିତୀୟଥର ଲାଗି ମା’ ହେବାକୁ ଯାଉଛନ୍ତି । ନିକଟରେ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଏବେ ତାଙ୍କର ଏକ ସାକ୍ଷାତ୍‌କାରକୁ ନେଇ ହେଉଛି ଚର୍ଚ୍ଚା । ତେବେ ତାଙ୍କ ପ୍ରଥମ ସନ୍ତାନ ତୈମୁର ଯେତେବେଳେ ଜନ୍ମ ନେଇଥିଲେ ତାଙ୍କ ନାଁକୁ ନେଇ ସେ କିପରି ଡରି ଯାଇଥିଲେ ତାହା କରିନା ପ୍ରକାଶ କରିଛନ୍ତି । ବରଖା ଦତ୍ତଙ୍କ ସହ ଏକ ସାକ୍ଷାତ୍‌କାରରେ କରିନା କହିଛନ୍ତି ଯେତେବେଳେ ତୈମୁର ଜନ୍ମ ହୋଇଥିଲେ ସେତେବେଳେ ଜଣେ ନାମୀ ବ୍ୟକ୍ତି ତାଙ୍କୁ ହସ୍ପିଟାଲରେ ଭେଟିବାକୁ ଆସିଥିଲେ । ସେତେବେଳେ ସେହି ବ୍ୟକ୍ତି ଜଣକ ପୁଅର ନାମ କ’ଣ ରଖିବ ବୋଲି କରିନାଙ୍କୁ ପ୍ରଶ୍ନ କରିଥିଲେ । କରିନା ପୁଅର ନାମ ତୈମୁର କହିବା ପରେ ଏଥିରେ ବ୍ୟକ୍ତି ଜଣକ ଆପତ୍ତି ଉଠାଇଥିଲେ । ଯାହା ଶୁଣିବା ପରେ କରିନା ପୁରା ଡରି ଯାଇଥିଲେ ଓ ସେହି ବ୍ୟକ୍ତିଙ୍କୁ ତାଙ୍କ ନିକଟରୁ ତୁରନ୍ତ ଚାଲିଯିବାକୁ କହିଥିଲେ । କାରଣ କରିନା ଧରି ନେଇଥିଲେ ପୁଅ ତାଙ୍କର ତା’ର ନାମକରଣ କରିବାର ଦାୟିତ୍ୱ ତାଙ୍କର ଏଥିରେ ଆଉ କାହିଁକି କିଏ ହସ୍ତକ୍ଷେପ କରିବ । ଯାହାହେଉ ଶେଷରେ ସେ ପୁଅର ନାମ ନିଜ ଇଚ୍ଛା ଅନୁଯାୟୀ ରଖିଥିଲେ । ଏବେ କରିନାଙ୍କ ସମେତ ତାଙ୍କ ପରିବାରର ସମସ୍ତ ସଦସ୍ୟ ଦ୍ୱିତୀୟ ସନ୍ତାନ ଅପେକ୍ଷାରେ ରହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଯୁଦ୍ଧକୁ ନେଇ ବଡ଼ ଦାବି କଲାଣି ପାକିସ୍ତାନ, କହିଲା ‘ସବୁ କିଛି ଟ୍ରାକରେ…’

ଇସଲାମାବାଦ,୪।୪: ପାକିସ୍ତାନ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନାକୁ ସୁଗମ କରିବା ପାଇଁ ଏହାର ପ୍ରୟାସ ବନ୍ଦ ହୋଇଯାଇଥିବା ରିପୋର୍ଟକୁ ସମ୍ପୂର୍ଣ୍ଣ ଖାରଜ କରିଦେଇଛି। ପାକିସ୍ତାନର ବୈଦେଶିକ…

ଗୋଟିଏ IPL ମ୍ୟାଚ୍‌ ଖେଳିବାକୁ କେତେ ଟଙ୍କା ନିଅନ୍ତି ବିରାଟ କୋହଲି: ଜାଣିଲେ ଉଡିଯିବ ହୋଶ୍‌

ନୂଆଦିଲ୍ଲୀ,୪।୪: IPL ହେଉଛି ବିଶ୍ୱର ସବୁଠାରୁ ବଡ଼ କ୍ରୀଡା ଲିଗ ମଧ୍ୟରୁ ଗୋଟିଏ। ସାରା ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ପ୍ରତିଦିନ ଇଣ୍ଡିଆନ ପ୍ରିମିୟର ଲିଗ ମ୍ୟାଚ…

‘ଟ୍ରମ୍ପ ଦୟାକରି କିଛି କୁହନ୍ତୁ…’ ଆମେରିକା ରାଷ୍ଟ୍ରପତିଙ୍କୁ ପରିହାସ କଲା ଇରାନ

ତେହରାନ,୪।୪:  ଗତ ୨୪ଘଣ୍ଟା ମଧ୍ୟରେ ଦୁଇଟି ଆମେରିକୀୟ ଯୁଦ୍ଧ ବିମାନ ଖସାଇବା ପରେ ଇରାନ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପରିହାସ କରିଛନ୍ତି । ଆମେରିକୀୟ ରାଷ୍ଟ୍ରପତିଙ୍କୁ ପରିହାସ କରି…

ସାଧାରଣ ଲୋକଙ୍କ କଥା କହୁ କହୁ କେମିତି ‘ଆମ ଆଦମୀ ପାର୍ଟି’ର ‘ଖଳନାୟକ’ ପାଲଟିଗଲେ ରାଘବ ଚଢା? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୪।୪: ରାଜନୀତିର ପ୍ରକୃତି ଅଦ୍ଭୁତ। କେତେବେଳେ ବନ୍ଧୁ ଶତ୍ରୁ ହୋଇଯାଏ, ଆଉ କେତେବେଳେ ଶତ୍ରୁ ବନ୍ଧୁ ହୋଇଯାଏ। ରାଜନୀତି କ୍ଷେତ୍ରରେ, ପବନର ଦିଗ ନିରନ୍ତର ପରିବର୍ତ୍ତନ ହୁଏ…

ମାତ୍ର ୧୧ ବଲ୍‌ରେ ବାଜି ପଲଟାଇ ଦେଲେ ଶିକ୍ଷକଙ୍କ ପୁଅ: ରାତାରାତି ପାଲଟିଲେ ସୁପରଷ୍ଟାର

ନୂଆଦିଲ୍ଲୀ,୪।୪: ଆଇପିଏଲରେ ଅଜଣା ଏବଂ ନୂତନ ଖେଳାଳିମାନେ ସୁପରଷ୍ଟାର ମାନ୍ୟତା ହାସଲ କରିପାରିବେ। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଏବଂ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ମଧ୍ୟରେ ଆଇପିଏଲ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଶପଥ ନେଇ ନିଜ ନିଜର ଦାୟିତ୍ୱ ଗ୍ରହଣ କଲେ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତା

ପୁରୁଷୋତ୍ତମପୁର,୪ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘର ନବନିର୍ବାଚିତ କର୍ମକର୍ତ୍ତାମାନେ ଶନିବାର ଶପଥ ନେଇ ନିଜନିଜର ଦାୟିତ୍ୱ ଗ୍ରହଣ କରିଛନ୍ତି। ଓକିଲ ସଂଘ କକ୍ଷରେ ଆୟୋଜିତ…

ମଧ୍ୟସ୍ଥତା କରୁ କରୁ ବଢିଲାଣି ପାକିସ୍ତାନର ଅଡୁଆ, UAE ମାଗିଲାଣି ୩.୫ ବିଲିୟନ ଡଲାର

ଇସଲାମାବାଦ,୪।୪: ଇରାନ ଏବଂ ଆମେରିକା ମଧ୍ୟରେ ବିବାଦର ଅନ୍ତ ଘଟାଇବା ପାଇଁ ପାକିସ୍ତାନ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରିଥିଲା। ତଥାପି, ପାକିସ୍ତାନ – ଯାହା ନିଜେ ଆର୍ଥିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri