ପିତାଙ୍କୁ ଦିନରେ ଏତିକି ଥର ଖୋଜନ୍ତି କୁନି ତୈମୁର

ବଲିଉଡର ବେବୋ ଅର୍ଥାତ୍‌ ଅଭିନେତ୍ରୀ କରିନା କପୁର ଖୁବଶୀଘ୍ର ଦ୍ୱିତୀୟଥର ମା’ ହେବାକୁ ଯାଉଛନ୍ତି। ଆଜିକାଲି ସେ ଗର୍ଭଧାରଣ ସମୟକୁ ବେଶ୍‌ ଉପଭୋଗ କରୁଛନ୍ତି। କରିନା ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ, ସେ ବେଳେବେଳେ ଆକର୍ଷଣୀୟ ପୋଷ୍ଟ ଶେୟାର କରନ୍ତିି। ଏହି ସମୟରେ କରିନା କପୁରଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସେ ତାଙ୍କ ପୁଅ ତୈମୁର ଅଲି ଖାନଙ୍କୁ ନକଲ କରୁଥିବା ନଜର ଆସିଛନ୍ତି। ସେ କହୁଛନ୍ତି କି ତୈମୁର କିପରି ତାଙ୍କ ପିତା ସୈଫ ଅଲି ଖାନଙ୍କ ବିଷୟରେ ଦିନସାରା ପଚାରନ୍ତି। ଏହି ସମୟରେ, ସେ କହିବାକୁ ଚେଷ୍ଟା କରୁଛନ୍ତି ଯେ ତୈମୁର ତାଙ୍କ ପିତାଙ୍କ ସହିତ କେତେ ନିକଟତର। ପିତା କୁଆଡେ ଯାଇଛନ୍ତି, କେଉଁଠାରେ ଅଛନ୍ତି ବୋଲି ତୈମୁର ଦିନକୁ ୧୦ଥର ପଚାରନ୍ତି ଏବଂ ମୁଁ ତାଙ୍କୁ କୁହେ ସେ ବାଥରୁମରେ ଅଛନ୍ତି। କରିନାଙ୍କ ଏହି ଭିଡିଓ ତୈମୁରଙ୍କ ଏକ ପ୍ରଶଂସକ ପୃଷ୍ଠାରେ ଶେୟାର କରାଯାଇଛି।

Share