ଏକଦା କରିନାଙ୍କୁ ମ୍ୟାମ ଡାକୁଥିଲେ ସୈଫ୍‌: ଆଉ ତା’ ପରେ

ଅଭିନେତା ସୈଫ୍‌ ଅଲ୍ଲୀଖାନ ଏବଂ ଅଭିନେତ୍ରୀ କରିନା କପୁର ହେଉଛନ୍ତି ବଲିଉଡର ଲୋକପ୍ରିୟ ଯୋଡି। ୨୦୧୨ ରେ ସୈଫ୍‌-କରିନା ବିବାହ କରିଥିଲେ। ଉଭୟ ଏକାଠି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। କିନ୍ତୁ ସେମାନଙ୍କର ପ୍ରେମ କାହାଣୀ ୨୦୦୮ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଟଶନ୍‌’ର ସେଟ୍‌ରେ ଆରମ୍ଭ ହୋଇଥିଲା।

ଟଶନ୍‌ର ଶୁଟିଂ ସମୟରେ ସୈଫ୍‌ ଏବଂ କରିନାଙ୍କ ମଧ୍ୟରେ ଘନିଷ୍ଠତା ବଢ଼ିଥିଲା। ଏହା ପରେ ଦୁହେଁ ପରସ୍ପରକୁ ଡେଟିଂ କରିବା ଆରମ୍ଭ କରିଥିଲେ। ଏହାପୂର୍ବରୁ ଦୁହେଁ ୨୦୦୬ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଓମକାରା’ରେ ମଧ୍ୟ ଏକାଠି କାମ କରିଥିଲେ। ଏହି ସମୟରେ ଦୁହିଁଙ୍କ ମଧ୍ୟରେ ପ୍ରେମ ନ ଥିଲା, ଯେଉଁ କାରଣରୁ ସୈଫ୍‌ କରିନାଙ୍କୁ ମ୍ୟାମ’ ବୋଲି ଡାକୁଥିଲେ। କରିନା ତାଙ୍କର ଏକ ସାକ୍ଷାତକାରରେ ଏହା ପ୍ରକାଶ କରିଥିଲେ।
କରିନା ଥରେ ସେଲିବ୍ରିଟି ଟକ୍‌ ଶୋରେ କହିଥିଲେ ଯେ, ସୈଫ୍‌ ତାଙ୍କୁ ମ୍ୟାମ ବୋଲି ଡାକୁଥିଲେ। ’ ଏପରିକି ଦୁହେଁ ଅଧିକ କଥା ହେଉ ନ ଥିଲେ। ହେଲେ ସୈଫ୍‌ ତାଙ୍କୁ ଅଧିକ ସମ୍ମାନ ଦେଉଥିଲେ ବୋଲି ସେ କହୁଥିଲେ।

Share