ଫଟୋଗ୍ରାଫରଙ୍କ ସାମ୍ନାରେ ଏମିତି କିଛି କରିଦେଲେ କରୀନା, ଭାଇରାଲ ହେଉଛି ଫଟୋ

ମୁମ୍ବାଇ: ଅଭିନେତ୍ରୀ କରୀନା କପୁର ବୁଧବାର ଫଟୋଗ୍ରାଫରଙ୍କ ସାମ୍ନାରେ ଏମିତି କିଛି କରିଦେଇଛନ୍ତି ଯାହା ଏବେ ଚର୍ଚ୍ଚାରେ ରହିଛି। କରୀନା ସ୍ବାମୀ ସୈଫ୍‌ ଏବଂ ପୁଅ ଜେହ୍‌ଙ୍କ ସହ ମୁମ୍ବାଇ ବାହାରିଥିଲେ। ସେମାନେ ସହରର କୌଣସି ସ୍ଥାନକୁ ଯାଇ ଘରକୁ ଫେରୁଥିବାର ନଜର ଆସିଥିଲେ। ଘର ବାହାରେ ଥିବା ଫଟୋଗ୍ରାଫରଙ୍କ ପାଇଁ ପୋଜ ଦେଇ ନ ଥିବା ବେଳେ କରୀନା ସୈଫ୍‌ଙ୍କୁ ଚୁମ୍ବନ ଦେଇଥିଲେ। ସମସ୍ତଙ୍କ ଦୃଷ୍ଟି କିନ୍ତୁ ଥିଲା ସାନ ପୁଅ ଜେହ୍‌ଙ୍କ ଉପରେ।

କରୀନା କାଜୁଆଲ ଲୁକ୍‌ରେ ନଜର ଆସିଥିଲେ। ସେ ଏକ ଗ୍ରେ କଲରର ଟି-ଶର୍ଟ ପିନ୍ଧିଥିଲେ, କଳା ପ୍ୟାଣ୍ଟ ଏବଂ ଲାଲ୍‌ ରଙ୍ଗର କ୍ୟାପ୍‌ ବି ପିନ୍ଧିଥିଲେ। ସେ ଫୋନ୍‌ରେ କାହା ସହିତ କଥାବାର୍ତ୍ତା କରିବାରେ ବ୍ୟସ୍ତ ଥିଲେ। ସୈଫ୍‌ କାର୍‌ରୁ ଓହ୍ଲାଇବା ପରେ ଜେହ୍‌ଙ୍କୁ କାନ୍ଧରେ ପକାଇଥିଲେ।

କରୀନା ସୈଫ୍‌ଙ୍କୁ ଡାକିବା ପରି ଦେଖାଗଲା, ପରେ ସେ ତାଙ୍କ ନିକଟକୁ ଯିବା ପରେ କରୀନା ତାଙ୍କୁ ଚୁମ୍ବନ ଦେଇଥିଲେ। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Share