ଦ୍ୱିତୀୟ ବିବାହ କଲେ‘ପବିତ୍ର ରିସ୍ତା’ର ଏହି ଅଭିନେତା

ଗୋଟିଏ ପଟେ ବଲିଉଡ ଅଭିନେତା ବରୁଣ ଧୱନ ମୁମ୍ବାଇର ଆଲିବାଗଙ୍କ ଦି ମେନ୍‌ଶନ ହାଉସ ରିସର୍ଟରେ ତାଙ୍କ ଗର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କ ବିବାହ କରିବାକୁ ନେଇ ଚର୍ଚ୍ଚାରେ ଥିବା ବେଳେ ଆଉ ଜଣେ ଅଭିନେତା ଦ୍ୱିତୀୟ ବିବାହ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି। ଟିଭି ସିରିଏଲ ‘ପବିତ୍ର ରିସ୍ତା’ରେ ଅଭିନୟ କରିଥିବା କରଣଭୀର ମେହେରା ରବିବାର ଦିଲ୍ଲୀର ଏକ ଗୁରୁଦ୍ୱାରରେ ତାଙ୍କ ଗର୍ଲଫ୍ରେଣ୍ଡ ନିଧି ସେଠ୍‌ଙ୍କୁ ବିବାହ କରିଛନ୍ତି।
କରଣଭୀରଙ୍କ ବିବାହ ସମାରୋହରେ କେବଳ ତାଙ୍କର ଘନିଷ୍ଠ ବନ୍ଧୁମାନେ ଉପସ୍ଥିତ ଥିଲେ। ଏହା କରଣଭୀରଙ୍କ ଦ୍ୱିତୀୟ ବିବାହ, ସେ ପ୍ରଥମେ ତାଙ୍କ ପିଲାଦିନର ବନ୍ଧୁ ଦେବିକା ମେହେରାଙ୍କୁ ବିବାହ କରିଥିଲେ। କିନ୍ତୁ ପାରସ୍ପରିକ ମତଭେଦ ପରେ ଦୁହେଁ ଅଲଗା ହୋଇଥିଲେ। ଦେବିକାଙ୍କଠାରୁ ଅଲଗା ହେବା ପରେ ସେ ଅନୁଭବ କଲେ ଯେ, ସେ ଆଉ କେବେ ପ୍ରେମ କରିବେ ନାହିଁ କିମ୍ବା ସେ ଆଉ ବିବାହ କରିବେ ନାହିଁ।

କିନ୍ତୁ ଯେତେବେଳେ ନିଧି ତାଙ୍କ ଜୀବନରେ ଆସିଲେ ସବୁକିଛି ବଦଳିଗଲା। ଗତ କିଛି ବର୍ଷ ଧରି କରଣଭୀର ଏବଂ ନିଧି ପରସ୍ପରକୁ ଡେଟ କରୁଥିଲେ। ଉଭୟଙ୍କ ପ୍ରେମ ଆଜି ଏକ ବିବାହରେ ପରିଣତ ହୋଇଛି।

Share