କରନ ଜୋହରଙ୍କ ବାୟୋପିକ୍‌ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିବେ ଏହି ଅଭିନେତା

ମୁମ୍ବାଇ: ବଲିଉଡ୍‌ର ଶେଷ୍ଠ ନିର୍ଦ୍ଦେଶକମାନଙ୍କ ମଧ୍ୟରେ କରନ ଜୋହର ହେଉଛନ୍ତି ଅନ୍ୟତମ। କାରଣ ମାତ୍ର ୨୬ବର୍ଷ ବୟସରେ ସେ ଅଲ୍‌ ଟାଇମ୍‌ ବ୍ଲକ୍‌ବଷ୍ଟର ଫିଲ୍ମ ‘କୁଛ କୁଛ ହୋତା ହେ’ର ନିର୍ଦ୍ଦେଶନା ଦେଇଥିଲେ। ଏଥିସହ କରନଙ୍କୁ ବଲିଉଡ୍‌ର ଷ୍ଟାରକିଡ୍ସଙ୍କ ଗଡ୍‌ଫାଦର ବୋଲି କୁହାଯାଏ। ବଲିଉଡ୍‌ରେ ଅନେକ ଷ୍ଟାରକିଡ୍ସଙ୍କୁ ସେ ସୁଯୋଗ ଦେଇଛନ୍ତି। ନିକଟରେ କରନଙ୍କୁ ତାଙ୍କ ବାୟୋପିକ୍‌କୁ ନେଇ କିଛି ପ୍ରଶ୍ନ କରାଯାଇଥିଲା। ତାଙ୍କ ବାୟୋପିକ୍‌ କରାଯିବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। କିନ୍ତୁ ଯେତେବେଳେ ଏକ ଲାଇଭ୍‌ ଶୋ’ରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯଦି ବାୟୋପିକ୍‌ ତିଆରି ହେବ ତେବେ ତାଙ୍କ ଚରିତ୍ରରେ କିଏ ଅଭିନୟ କରିବେ। ଏହାର ଉତ୍ତରରେ ସେ କହିଛନ୍ତି, ରଣବୀର ସିଂହଙ୍କ ଅପେକ୍ଷା ତାଙ୍କ ଚରିତ୍ରକୁ ପରଦାରେ ଆଉ କେହି ଭଲଭାବେ ଚିତ୍ରଣ କରିପାରିବେ ନାହିଁ। ସୂଚନା ମୁତାବକ, କରନ ନିଜ ପିଲାଦିନର କାହାଣୀକୁ ବଡ଼ ପରଦାରେ ଚିତ୍ରଣ କରିବାକୁ ଇଛା ପ୍ରକାଶ କରିଛନ୍ତି। କାରଣ ତାଙ୍କର ପିଲାଦିନର ଅନେକ ସୁନ୍ଦର ସ୍ମୁତି ରହିଥିବା ବେଳେ ତାଙ୍କ ପିତାମାତା ତାଙ୍କୁ ଅନେକ ଭଲ ଶିକ୍ଷା ଦେଇଛନ୍ତି। କେବଳ ସେତିକି ନୁହେଁ, ତାଙ୍କ ପିଲାଦିନ ମଧ୍ୟ ବହୁ ସଂଘର୍ଷମୟ ରହିଛି। ଆଜି ଯେତେବେଳେ ସେ ପଛକୁ ଚାହାଁନ୍ତି ସେତେବେଳେ ସେ ନିଜକୁ ପୂର୍ବାପେକ୍ଷା ବହୁ ଭଲରେ ଥିବା ମନେ କରନ୍ତି।

Share