କରନ ଜୋହରଙ୍କ ବାୟୋପିକ୍‌ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିବେ ଏହି ଅଭିନେତା

ମୁମ୍ବାଇ: ବଲିଉଡ୍‌ର ଶେଷ୍ଠ ନିର୍ଦ୍ଦେଶକମାନଙ୍କ ମଧ୍ୟରେ କରନ ଜୋହର ହେଉଛନ୍ତି ଅନ୍ୟତମ। କାରଣ ମାତ୍ର ୨୬ବର୍ଷ ବୟସରେ ସେ ଅଲ୍‌ ଟାଇମ୍‌ ବ୍ଲକ୍‌ବଷ୍ଟର ଫିଲ୍ମ ‘କୁଛ କୁଛ ହୋତା ହେ’ର ନିର୍ଦ୍ଦେଶନା ଦେଇଥିଲେ। ଏଥିସହ କରନଙ୍କୁ ବଲିଉଡ୍‌ର ଷ୍ଟାରକିଡ୍ସଙ୍କ ଗଡ୍‌ଫାଦର ବୋଲି କୁହାଯାଏ। ବଲିଉଡ୍‌ରେ ଅନେକ ଷ୍ଟାରକିଡ୍ସଙ୍କୁ ସେ ସୁଯୋଗ ଦେଇଛନ୍ତି। ନିକଟରେ କରନଙ୍କୁ ତାଙ୍କ ବାୟୋପିକ୍‌କୁ ନେଇ କିଛି ପ୍ରଶ୍ନ କରାଯାଇଥିଲା। ତାଙ୍କ ବାୟୋପିକ୍‌ କରାଯିବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। କିନ୍ତୁ ଯେତେବେଳେ ଏକ ଲାଇଭ୍‌ ଶୋ’ରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯଦି ବାୟୋପିକ୍‌ ତିଆରି ହେବ ତେବେ ତାଙ୍କ ଚରିତ୍ରରେ କିଏ ଅଭିନୟ କରିବେ। ଏହାର ଉତ୍ତରରେ ସେ କହିଛନ୍ତି, ରଣବୀର ସିଂହଙ୍କ ଅପେକ୍ଷା ତାଙ୍କ ଚରିତ୍ରକୁ ପରଦାରେ ଆଉ କେହି ଭଲଭାବେ ଚିତ୍ରଣ କରିପାରିବେ ନାହିଁ। ସୂଚନା ମୁତାବକ, କରନ ନିଜ ପିଲାଦିନର କାହାଣୀକୁ ବଡ଼ ପରଦାରେ ଚିତ୍ରଣ କରିବାକୁ ଇଛା ପ୍ରକାଶ କରିଛନ୍ତି। କାରଣ ତାଙ୍କର ପିଲାଦିନର ଅନେକ ସୁନ୍ଦର ସ୍ମୁତି ରହିଥିବା ବେଳେ ତାଙ୍କ ପିତାମାତା ତାଙ୍କୁ ଅନେକ ଭଲ ଶିକ୍ଷା ଦେଇଛନ୍ତି। କେବଳ ସେତିକି ନୁହେଁ, ତାଙ୍କ ପିଲାଦିନ ମଧ୍ୟ ବହୁ ସଂଘର୍ଷମୟ ରହିଛି। ଆଜି ଯେତେବେଳେ ସେ ପଛକୁ ଚାହାଁନ୍ତି ସେତେବେଳେ ସେ ନିଜକୁ ପୂର୍ବାପେକ୍ଷା ବହୁ ଭଲରେ ଥିବା ମନେ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପିନ୍‌ରେ ଦମ୍‌ ଦେଖାଇଲା ଶ୍ରୀଲଙ୍କା

କଲମ୍ବୋ,୮ା୨- ଟି୨୦ ବିଶ୍ୱକପ୍‌ରେ ରବିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଶ୍ରୀଲଙ୍କା ୨୦ ରନରେ ଆୟର୍ଲାଣ୍ଡକୁ ପରାସ୍ତ କରିଛି। ଶ୍ରୀଲଙ୍କା ଦ୍ୱାରା ପ୍ରଦତ୍ତ ୧୬୪ ରନର ଟାର୍ଗେଟକୁ ପିଛା…

ସଭା ମଞ୍ଚରେ ମନ୍ତ୍ରୀ-ବିଧାୟକଙ୍କ ଆଲୋଚନା: ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା…

ବଲାଙ୍ଗୀର,୮।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜର ରବିବାର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମଞ୍ଚ ଉପରେ ବସିଥିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗ ଏବଂ ସମ୍ବଲପୁର…

ଦେଓମାଳି ବୁଲିବାକୁ ଆସି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ

ପଟ୍ଟାଙ୍ଗି,୮।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତ ଦେଓମାଳି ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ଆସି ରବିବାର ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

୨ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୩ ଜୀବନ, ୪ ଗୁରୁତର 

ପଟ୍ଟାଙ୍ଗି,୮ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ସୁଙ୍କି-ଅମ୍ପାବାଲି ପଞ୍ଚାୟତ ବୋରିଗୁଡ଼ା ଛକ ନିକଟରେ ରବିବାର ୨ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇ ୩ଜଣଙ୍କ…

ଜାପାନ ନିର୍ବାଚନ: ଆସିଲା ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ, ଜାଣନ୍ତୁ କେଉଁ ଦଳ…

ଟୋକିଓ,୮ା୨: ଜାପାନ ପାର୍ଲାମେଣ୍ଟର ନିମ୍ନ ସଦନ ପାଇଁ ରବିବାର ଅନୁଷ୍ଠିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ସାନାଏ ଟାକାଇଚିଙ୍କ ମେଣ୍ଟ ସରକାର ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ବିଜୟୀ ହେବା…

୧୨ରେ ଧର୍ମଘଟକୁ ସମର୍ଥନ କରିବ କଂଗ୍ରେସ: ଭକ୍ତ

ଭୁବନେଶ୍ୱର,୮।୨: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ୪ଟି ଶ୍ରମ କୋଡ୍‌ ବାତିଲ ସହିତ  ବିଭିନ୍ନ ଜନବିରୋଧୀ ନୀତିକୁ ନେଇ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଆସନ୍ତା…

ପୋଲତଳୁ ମିଳିଲା ହୋମଗାର୍ଡ, ଯୁବକଙ୍କ ମୃତଦେହ: ପୋଲିସର ତଦନ୍ତ ଆରମ୍ଭ…

ନନ୍ଦପୁର,୮।୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡ ଏବଂ ଅନ୍ୟ ଜଣେ ଯୁବକଙ୍କ ମୃତଦେହ ପୋଲିସ ରବିବାର ସନ୍ଧ୍ୟାରେ ନନ୍ଦପୁର-ହାଣ୍ଡିପୁଟ ସଞ୍ଜୋଗୀ ଏମ୍‌ଡିଆର…

ସରକାରୀ ବସ୍‌ ଧକ୍କାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଦିଗପହଣ୍ଡି,୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଜାପଲ୍ଲୀ ଗାଁ ଛକ ନିକଟରେ ରବିବାର ଏକ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌(ନଂ. ଓଡ଼ି୩୨କେ -୧୮୦୯) ଧକ୍କାରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri