‘ରକି ଔର ରାଣି କି ପ୍ରେମ କାହାଣି’ର ନୂଆ ରିଲିଜ ଡେଟ ଶେୟାର କଲେ କରନ

ମୁମ୍ବାଇ: ବଲିଉଡ ଫିଲ୍ମ ମେକର କରନ ଜୋହର ପୁଣିଥରେ ବଲିଉଡକୁ ଫେରୁଛନ୍ତି । ଫିଲ୍ମ ‘ରକି ଔର ରାଣି କି ପ୍ରେମ କାହାଣି’ର ନିର୍ଦ୍ଦେଶନା ଦେଇଛନ୍ତି କରନ । ଏବେ ସେ ତାଙ୍କ ଅପକମିଂ ଫିଲ୍ମର ନୂଆ ରିଲିଜ୍ ଡେଟ ଶେୟାର କରିଛନ୍ତି । ଫିଲ୍ମଟି ଆସନ୍ତା ବର୍ଷ ଅର୍ଥାତ୍ ୧୦ ଫେବୃୟାରୀ ୨୦୨୩ରେ ରିଲିଜ୍ ହେବାକୁ ଥିବା ବେଳେ ଏବେ ଏହା ଆହୁରି କିଛି ଦିନ ଆଗକୁ ବଢିଯାଇଛି । କରନଙ୍କ ସୂଚନା ଅନୁଯାୟୀ, ଫିଲ୍ମ ‘ରକି ଔର ରାନି କି ପ୍ରେମ କାହାଣି’ ୨୮ ଏପ୍ରିଲ ୨୦୨୩ରେ ରିଲିଜ୍ ହେବ ।
ଇନଷ୍ଟାଗ୍ରାମରେ କରନ ଏହା ଶେୟାର କରିବା ସହ ଲେଖିଛନ୍ତି, ଏବେ ସମୟ ଆସିଛି ଦୀଘ ୭ ବର୍ଷ ପରେ ମୁଁ ପୁଣିଥରେ ମୋ ପ୍ରଥମ ଘରକୁ ଫେରିଛି । ତେବେ ଏଠାରେ ସେ ସେହି ସମ୍ମାନ ପାଇଥିବା କହିଛନ୍ତି । ପୋଷ୍ଟରେ କରନ ଲେଖିଛନ୍ତି, ଅବ ଇନ୍ତଜାର ଖତମ! ଆମେ ଏବେ ଧମାକାଦାର ଫ୍ୟାମିଲି ଏଣ୍ଟରଟେନମେଣ୍ଟ ମୁଭି ‘ରକି ଔର ରାନି କି ପ୍ରେମ କାହାଣି’ ଆପଣଙ୍କ ପାଇଁ ନେଇ ଆସିଛୁ, ଯାହା ଏପ୍ରିଲ ୨୮, ୨୦୨୩ରେ ରିଲଜ୍ ହେବାକୁ ଯାଉଛି ।
କରନ ଫିଲ୍ମର ରିଲିଜ ଡେଟ ଶେୟାର କରିବା ପୂର୍ବରୁ ଏକ କବିତା ବି ଶେୟାର କରିଛନ୍ତି । ଯାହା ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ସୂଚନଯୋଗ୍ୟ, କରନ ଜୋହରଙ୍କ ନିର୍ଦ୍ଦେଶିତ ଅପକମିଂ ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ରକି ଔର ରାନି କି ପ୍ରେମ କାହାଣି’ରେ ରଣବୀର ସିଂ, ଆଲିଆ ଭଟ୍ଟ, ଧର୍ମେନ୍ଦ୍ର, ଜୟା ବଚ୍ଚନ ଓ ଶବାନା ଆଜମି ମୁଖ୍ୟ ଭୂମିକାରେ ନଜର ଆସିବେ ତେବେ ୨୦୧୬ରେ ଶେଷ ଥର ପାଇଁ କରନ ଜୋହର ନିର୍ଦ୍ଦେଶନା ଦେଇଥିବା ମୁଭି ‘ୟେ ଦିଲ ହୈ ମୁସକିଲ’ ପରେ ପୁଣିଥରେ ଦୀର୍ଘ ୭ ବର୍ଷ ପରେ ନିର୍ଦ୍ଦେଶନା ମାଧ୍ୟମରେ ବଲିଉଡକୁ ଫେରିଛନ୍ତି କରନ ଜୋହର ।

Share